Crime: ପୂର୍ବ ଶତୃତାକୁ ନେଇ ଜଳଖିଆ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ। ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ। ଗତ ୨ତାରିଖ ସଂନ୍ଧ୍ୟା ୮ଟା ସମୟରେ ପାରାଦୀପ ରଙ୍ଗିଆଗଡ ପୂରୁଣା ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଜଳଖିଆ ହୋଟେଲ୍ ବାହାରେ ଛିଡ଼ା ହୋଇ ଫୋନ୍ ଯୋଗେ କଥା ବାର୍ତ୍ତା ହେଉଥିବା ହୋଟେଲ ମାଲିକ ବସନ୍ତ କୁମାର ମହାନ୍ତିଙ୍କ ମୁଣ୍ଡରେ ଲୁହା ପାଇପ୍ ରେ ମାରଣାତ୍ମକ ଆକ୍ରମଣ ହୋଇଛି।
ଫଳରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲକୁ ନିଆ ଯାଇଥିଲା। ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।
ପୂର୍ବ ଶତୃତାକୁ ନେଇ ଜଳଖିଆ ହୋଟେଲ ମାଲିକଙ୍କୁ ମାରଣାତ୍ମକ ଆକ୍ରମଣ। ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ #OdishaNews pic.twitter.com/UwE8ZZrmCl
— ZEE Odisha News (@ZeeOdisha) January 8, 2026
ଏବେ ସେ ଚିକିତ୍ସିତ ଅବସ୍ଥାରେ କୋମାରେ ଥିବା ବେଳେ ପରିବାର ଲୋକେ ମିହିର ରଞ୍ଜନ ସାହୁଙ୍କ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ବସନ୍ତଙ୍କ ହୋଟେଲ ନିକଟରେ ଥିବା ମିହିର ରଞ୍ଜନ ସାହୁଙ୍କ ହୋଟେଲରେ ଅନୈତିକ କାର୍ଯ୍ୟ ଓ ନିଶା କାରବାର ହେଉଥିବା କାରଣରୁ ପାରାଦୀପ ପ୍ରଶାସନ ତରଫରୁ ମିହିରଙ୍କ ହୋଟେଲ ଭଙ୍ଗା ଯାଇଥିଲା।
ହେଲେ ହୋଟେଲ ଭଙ୍ଗାରୁଜାକୁ ନେଇ ଆକ୍ରଶମୂଳକ ଭାବେ ମିହିର ରଞ୍ଜନ ଓ ତାଙ୍କ ସହଯୋଗୀ ମିଳିତ ଭାବେ ବସନ୍ତ କୁମାର ମହାନ୍ତିଙ୍କୁ ମାରତ୍ମକ ଆକ୍ରମଣ କରିଛନ୍ତି ବୋଲି ବସନ୍ତଙ୍କ ପତ୍ନୀ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ବସନ୍ତ କୁମାର ମହାନ୍ତି ଦୀର୍ଘ ୩୦ବର୍ଷ ଧରି ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ହୋଟେଲ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଆକ୍ରମଣ ରେ ଶୀକାର ହୋଇ ଏବେ ସେ କୋମାରେ ପଡିଛନ୍ତି। ଏନେଇ ତୁରନ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବସନ୍ତଙ୍କ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।