)
Gopalpur Lighthouse: ବ୍ରହ୍ମପୁର: (ପ୍ରେମାନନ୍ଦ ପୁଜାରୀ) ଓଡ଼ିଶାର ପ୍ରସିଦ୍ଧ ସମୁଦ୍ରତଟ ଗୋପାଳପୁରର ଲାଇଟ୍ହାଉସ୍ ଏବେ ପର୍ଯ୍ୟଟନ ପ୍ରେମୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଭାବରେ ପରିଣତ ହୋଇଛି। ଅନ୍ୟ ଦିନ ଅପେକ୍ଷାକୃତ ସପ୍ତାହ ଶେଷ ଓ ଛୁଟି ଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
ପ୍ରାୟ ୪୫ ମିଟର ଉଚ୍ଚତମ ବିଶିଷ୍ଟ ଏହି ଲାଇଟ୍ହାଉସ୍ (ବତୀଘର) ୧୯୬୦ ଦଶକରେ ନିର୍ମିତ ହୋଇଥିଲା । ଏହା Directorate General of Lighthouses and Lightships (DGLL) କୋଲକାତା ଦ୍ୱାରା ପରିଚାଳିତ ହେଉଅଛି । ଆଲୋକ ବିକିରଣ ପାଇଁ ୪୦୦ ୱାଟର ବଲବ ଲଗାଯାଇଛି । ଉନ୍ନତମାନର କାଚ କୁ ଖଞ୍ଜାଯାଇଥିବା ହେତୁ ରାତି ସମୟରେ ଏହାର ଆଲୋକ ୨୬ ନଟିକାଲ ମାଇଲ୍ (୧ ଏନ୍ ଏମ୍ = ୧.୮ କିଲୋମିଟର) ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ରାତି ସମୟରେ ପ୍ରତି ପାଞ୍ଚ ସେକେଣ୍ଡରେ ଏହାର ରଶ୍ମି ବିକିରଣ କରିବାର ପ୍ରାବିଧାନ ରହିଛି। ଏହାର ସ୍ତମ୍ଭଟି ଲାଲ ଓ ଧଳା ରଙ୍ଗର ପରସ୍ଥ ପଟି ପ୍ରଲେପ ଥିବା ହେତୁ ଜାହାଜମାନଙ୍କୁ ନିରାପଦ ପଥ ଦେଖାଇବାରେ ଏହାର ପ୍ରମୁଖ ଦାୟିତ୍ଵ ବହନ କରିଥାଏ । ବର୍ତମାନ ଏହି ଲାଇଟ୍ ହାଉସ୍ ର ରକ୍ଷଣାବେକ୍ଷଣା ସହ ପରିଚାଳନା ପାଇଁ ୧୨ ଜଣ କୁଶଳୀ କର୍ମଚାରୀ ନିଯୁକ୍ତ ଅଛନ୍ତି। ପର୍ଯ୍ୟଟକ ଙ୍କ ପାଇଁ ଟିକେଟ ମୂଲ୍ୟ ଦଶ ଟଙ୍କା ରହିଛି।
ସନ୍ଧ୍ୟା ସମୟରେ ଲାଇଟ୍ହାଉସ୍ର ଶୀର୍ଷ କୁ ଯାଇ ଦେଖିଲେ ଗୋପାଳପୁର ସମୁଦ୍ର, ନାରିକେଲ ଗଛ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମୋନୋରୋମ ଦୃଶ୍ୟ ଦେଖିବାକୁ ମିଳେ। ପର୍ଯ୍ୟଟକମାନେ କହୁଛନ୍ତି ଯେ, ଏଠାରୁ ଦେଖିଥିବା ଦୃଶ୍ୟ ଜୀବନରେ ଅଭିନବ ଅନୁଭବ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଗୋପାଳପୁର ସାମୂଦ୍ରିକ ବେଳାଭୂମି କୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ପ୍ରକଳ୍ପ ନେଇଚି, ଯେଉଁଥିରେ ଲାଇଟ୍ହାଉସ୍ ଆସପାସରେ ବିଶ୍ରାମଗୃହ, ଭ୍ୟୁପଏଣ୍ଟ ଓ ଫୋଟୋ ଗ୍ୟାଲେରି ତିଆରି ହୋଇଛି ।
ପର୍ଯ୍ୟଟକ ଙ୍କ ପରିଦର୍ଶନ ପାଇଁ ଏହି ଲାଇଟ ହାଉସ୍ ଟି ଖୋଲିବା ଓ ବନ୍ଧ ହେବା ସମୟ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ଶୀତରୁତୁ ରେ ଅପରାହ୍ଣ ୩.୩୦ରେ ଖୋଲାଯାଇଛି ଏବଂ ସନ୍ଧ୍ୟା ୫.୩୦ରେ ବନ୍ଦ ରହୁଥିବା ଜଣାପଡିଛି।
ବହୁ ବର୍ଷରୁ ପର୍ଯ୍ୟଟକ ମାନେ ଗୋପାଳପୁର ବେଳାଭୂମି ଆସି ଏହି ଲାଇଟ ହାଉସ୍ (ବତୀଘର) ବୁଲି ମଜା ନେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଲାଇଟ ହାଉସ୍ ଉପରେ ରାଡାର ଲଗାଯିବାରୁ ୨୦୧୩ ମସିହା ଠାରୁ ୨୦୨୪ ଏପ୍ରିଲ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଙ୍କ ପାଇଁ ଏହା ବନ୍ଦ ଥିଲା । ପର୍ଯ୍ୟାୟକ୍ରମେ ଉକ୍ତ ରାଡାର କୁ ଲାଇଟ୍ ହାଉସ୍ ହଟାଇ ଅନ୍ୟତ୍ର ସ୍ଥାନିରେ ଲଗାଯିବା ପରେ ୨୦୨୪ ସେ ମାସଠାରୁ ପର୍ଯ୍ୟଟକ ଙ୍କ ଖୋଲାଯାଇଛି।