)
କଟକ: ମଣି ସାହୁ ଛକ ନିକଟରେ ଥିବା ଏକ କୋଠାର ବାଲକୋନି ଭୁଶୁଡ଼ି ପଡିଛି । ଏହି ଅଘଟଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହ ଏକାଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।
ଖବର ମୁତାବକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ି ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।