)
Bijaya Dasami:ଭୁବନେଶ୍ୱର: ଆଜି ପବିତ୍ର ବିଜୟାଦଶମୀ। ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ। ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ଏଥର କମିଶନରେଟ ଅଞ୍ଚଳରେ ୭ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ନହର କଣ୍ଟା, ବରମୁଣ୍ଡା, କୋରଡ଼ କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍ ଏବଂ କପିଳ ପ୍ରସାଦ ଫୁଟବଲ ପଡ଼ିଆରେ ହେବ ରାବଣପୋଡ଼ି। ପୁଲିସ କମିଶନରେଟର ସୂଚନା ଅନୁସାରେ ରାଜଧାନୀର ୭ଟି ସ୍ଥାନରେ ରାବଣପୋଡ଼ି ହେବ। ଏହି ସମୟରେ ସୀମିତ ଆତସବାଜୀକୁ ଅନୁମତି ଦିଆଯାଇଛି। ବିଶାଳ ସମାଗମରେ ଏହି ରାବଣପୋଡ଼ି ଅନୁଷ୍ଠିତ ହେବ। ଏଥିଲାଗି ସୁରକ୍ଷା ନିୟମକୁ ପାଳନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି।