Advertisement
Article Detail0/zeeodisha/odisha1893134

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକିରେ ପଢିନିଅନ୍ତୁ ପୂରା ଖବର। 

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

1. ରତ୍ନଭଣ୍ଡାର ପାଇଁ କମିଟି (High level committee to decide on Fate of Ratnabhandar): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।  ଏହି କମିଟିଙ୍କ ଅନୁଧ୍ୟାନ ଓ ପରାମର୍ଶକୁ ଭିତ୍ତିକରି ରତ୍ନଭଣ୍ଡାର ଖୋଲିବା, ଯାଞ୍ଚ କରିବା ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।  କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇମାସ ଭିତରେ କମିଟି ଗଠନ କରାଯିବ। 

2. ‘ଶ୍ରଦ୍ଧା’ ପାଇଁ ପ୍ରସ୍‍ମିଟ୍‍ ( BJP alleges CM Naveen): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଜୁନ୍‍ ୨୦୨୨ରେ ଭାଟିକାନ୍‍ ସିଟି ଗସ୍ତ ସମୟରେ ତାଙ୍କ ସହ ଯାଇଥିବା ଶ୍ରଦ୍ଧା ନାମ୍ନୀ ମହିଳା କିଏ ଏବଂ କେଉଁ ଅଧିକାରରେ ସ ତାହା ସେ ତାଙ୍କ ସହ ଯାଇଥିଲେ ତାହା ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି। ଏ ବିଷୟକୁ ବିଧାନସଭାରେ ଉଠାଇଲେ ତାହାକୁ ସ୍ୱଧିକାର ଭଙ୍ଗ ବୋଲି ଅଭିହିତ କରାଯାଉଛି, ଆମ ନେତାଙ୍କୁ ପାଗଳ ଆଖ୍ୟା ଦିଆଯାଉଛି କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଏହି ଅଭିଯୋଗ ଦୀର୍ଘ ଏକବର୍ଷରୁ ଅଧିକ ସମୟ ହେଲା ଅସମାହୀତ ହୋଇ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। 

3. ଚୌଧୁରୀ ବଜାରରେ ନିଆଁ Fire mishap in Chaudhari Bazaar): କଟକ ଚୌଧୁରୀ ବଜାରରେ ଥିବା ଏକ ଚାରି ମହଲା ବିଶିଷ୍ଟ ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ ହୋଇଛି। ଏଥିଲାଗି  ଦମକଳ ବାହିନୀକୁ ୪ ଘଣ୍ଟା ଉଦ୍ୟମ କରିବାକୁ ପଡ଼ିଛି। ଅଗ୍ନିଶମ ବିଭାଗର ୧୦ଟି ଟିମ୍‍ ଏଥିଲାଗି ମୁତ୍ତୟନ କରାଯାଇଥିଲା। ଅଗ୍ନିକାଣ୍ଡରେ ଅନେକ ଲୁଗା ଏବଂ କାଗଜପତ୍ର ନଷ୍ଟ ହୋଇଥିବା ଜଣାଯାଇଛି। 

Add Zee News as a Preferred Source

4. ବୋମା ବିସ୍ଫାରଣରେ ୫୨ ମୃତ (52 died in Pak) : ପାକିସ୍ତାନର ବାଲୋଚିସ୍ତାନରେ ଥିବା ଏକ ମସ୍‍ଜିଦ୍‍ର ବୋମା ବିସ୍ଫୋରଣ ହୋଇଛି। ଲୋ କେ ଆଜି ଇଦ୍‍ ମିଲାଉଦ୍ଦିନ ନବୀ ଉତ୍ସବ ପାଳନ କରୁଥିବାବେଳେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ଜିଓ ନ୍ୟୁଜ୍‍ ପକ୍ଷରୁ କୁହାଯାଇଛି।  ଏହାଦ୍ୱାରା ୫୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। 

5. କର୍ଣ୍ଣାଟକ ବନ୍ଦ ( Karnataka Bandh): ତାମିଲ୍‍ନାଡ଼ୁକୁ କାବେରୀ ଜଳ ପ୍ରଦାନ ବିରୋଧରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। ଏହାଦ୍ୱାରା ସାଧାରଣ ଜୀବନଯାତ୍ରା ବ୍ୟାଘାତ ହୋଇଛି। ବିମାନ ଠାରୁ ଆାରମ୍ଭ କରି ସଡ଼କ ଓ ରେଳ ପରିବହନ ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର ବନ୍ଦ ରହିଛି। 

6. ମାନେକା ଗାନ୍ଧିଙ୍କ ବିରୁଦ୍ଧରେ ମାମଲା I Defamation against Maneka Gandhi): ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ମାନେକା ଗାନ୍ଧିଙ୍କ ନାଁରେ ୧୦୦ କୋଟିର ମାନହାନୀ ମକଦ୍ଦମା ରୁଜ୍ଜୁ କରିଛି ଇସ୍କନ୍‍। ନିକଟରେ ମାନେକା ଗାନ୍ଧି ଇସ୍କନକୁ ସବୁଠାରୁ ଅଧିକ ଗୋରୁ ଚାଲାଣକାରୀ ବୋଲି ମନ୍ତବ୍ୟ ଦେଇଥିଲେ। ଏହାକୁ ଇସ୍କନ ବିରୋଧ କରିବା ସହ ମାମଲାକୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିବ ବୋଲି ଘୋଷଣା କରିଛି।  

7. ଲଘଚାପ ବର୍ଷା ( Rain Alert in Odisha): ପୂର୍ବ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗାପସାଗରରେ ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବ। ଏହା ଆସନ୍ତା ୫ ଦିନ ଯାଏ ଜାରି ରହିବ। ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

8. ଆଜି ବିଶ୍ୱ ହୃଦୟ ଦିବସ: World Heart Day: ହୃତ୍‍ପୀଣ୍ଡର ଯତ୍ନ ଏଥିରେ ଆସିବାକୁ ଥିବା ସମସ୍ୟା ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଲାଗି ଆଜି ବିଶ୍ୱବ୍ୟାପୀ ହୃଦୟ ଦିବସ ପାଳନ କରାଯାଉଛି। ଏହା ଏକ ଜୀବନ ଶୈଳୀ ରୋଗ ଭାବେ ପରିଚିତ ହେଉଛି। ମାନବ ସମାଜରେ ଆକସ୍ମିକ ମୃତ୍ୟୁର ଏହା ଏକ ପ୍ରମୁଖ କାରଣ ଭାବେ ପରିଗଣିତ ହୁଏ। ଆଧୁନିକ ଯୁଗରେ ଖାଦ୍ୟ, ଚାଲିଚଳନ ଏଥିପାଇଁ ଅଧିକ ଦାୟୀ। ଏଣୁ ସୁଷମ ଖାଦ୍ୟ, ବ୍ୟାୟାମ ଏବଂ ଚିନ୍ତାମୁକ୍ତ ଜୀବନ ଲୋକଙ୍କୁ ହୃଦ୍‍ସମସ୍ୟାରୁ ମୁକୁଳାଇବାରେ ସକ୍ଷମ ହୁଏ। ଅପରପକ୍ଷେ ନିୟମିତ ହୃତ୍‍ପୀଣ୍ଡ ସମ୍ବନ୍ଧରେ ଯାଞ୍ଚ ଓ ଚିକିତ୍ସା ମଧ୍ୟ ଆବଶ୍ୟକ।

9. ନବୀନଙ୍କ ଇଚ୍ଛା ନୁହେଁ ଜନତାଙ୍କ ଇଚ୍ଛା:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ସେ ବିଧାୟକ ହୋଇ ନାହାନ୍ତି, ଜନତାଙ୍କ ଆଶୀର୍ବାଦରେ ହୋଇଛନ୍ତି। ଏଣୁ କିଏ ବିଧାୟକ ଭାବେ ପୁନଃନିର୍ବାଚିତ ହେବ ତାହା ଜନତାଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ହେଲେ ଅତୀତରେ ନବୀନ ତାଙ୍କ ବିରୋଧୀଙ୍କୁ ନିର୍ବାଚନରେ ହରାଇବା ପାଇଁ ସମସ୍ତ କୌଶଳ ଆପଣାଇଥିବେ ସେ ଅଭିଯୋଗ କରିଛନ୍ତି।  

10. ସବୁ ଠିକ୍‍ ଚାଲିଛି (All is well said Naveen): ରାଜ୍ୟରେ  ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‍ ରହିଛି। ବିରୋଧୀ କିଛି ଅପରାଧକୁ କେନ୍ଦ୍ର କରି ନିଜର ନ୍ୟସ୍ତ ସ୍ୱାର୍ଥ ହାସଲ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ପୀଡ଼ିତ ଏବଂ ପୁଲିସ ଉପରେ ଚାପ ବଢ଼ୁଛି ବୋଲି  ସେ କହିବା ସହ ରାଜ୍ୟବାସୀ ଏହାକୁ ଦେଖୁଛନ୍ତି ବୋଲି କହିଛନ୍ତି। ଯେଉଁମାନେ ଲୋକଙ୍କ ପାଇଁ କାମ କରିଛନ୍ତି ସେମାନେ ଏ ଗୃହକୁ ପୁଣିଥରେ ନିର୍ବାଚିତ ହୋଇ ଆସିଥାଆନ୍ତି। କିନ୍ତୁ ଯେଉଁମାନେ ବିକାଶକୁ ପଥରୋଧ କରନ୍ତି, ଅପରାଧକୁ ନେଇ ରାଜନୀତି କରନ୍ତି ସେମାନେ ଏହି ଗୃହକୁ ଫେରି ନାହାନ୍ତି। ଏହାକହି ନବୀନ ଆସନ୍ତା ନିର୍ବାଚନ ଲାଗି ନିଜର ଆତ୍ମବିଶ୍ୱାସକୁ ଗୃହରେ ଜାହିର କରିଛନ୍ତି।

Also Read: Odisha News: ବାପଝିଅ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଏବେବି ନିଖୋଜ କୁନିଝିଅ

Also Read: ବିଜେପିର ପ୍ରଶ୍ନ? ଶ୍ରଦ୍ଧା ନାଁ ଶୁଣିଲେ କାହିଁକି ବିଳିବିଳାଉଛି ବିଜୁ ଜନତା ଦଳ

Also Read: Pakistan Bomb Blast: ମସଜିଦ ନିକଟରେ ହେଲା ବଡ଼ ବୋମା ବିସ୍ଫୋରଣ, ୫୨ ଜଣଙ୍କର ମୃତ୍ୟୁ, ୧୩୦ ରୁ ଅଧିକ ଆହତ

About the Author