Traffic restrictions in puri: ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ। ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ। ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ। ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ। ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Trending Photos
ପୁରୀ: ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ। କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ। ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ। ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ।
ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍ ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ନ ଯିବାକୁ ଅପିଲ୍ କରିଛନ୍ତି ପୁରୀ ଜିଲ୍ଲାପାଳ। ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର। ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ତିନି ସେନାର ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ ଅତିଥି ମାନେ ଯୋଗଦେବେ। ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଟାଉନ ହଲ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ। ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ। ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ। ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ। ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।