Advertisement
Article Detail0/zeeodisha/odisha2683495
Zee OdishaOdisha StatePuri Rathyatra: ପୁରୀ ରଥଯାତ୍ରାକୁ ଅମୂର୍ତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ

Puri Rathyatra: ପୁରୀ ରଥଯାତ୍ରାକୁ ଅମୂର୍ତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ରଥଯାତ୍ରାର ଐତିହ୍ୟକୁ ଜାତିସଂଘ ଅମୃତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ନିରବ ରହିଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏହାକୁ ଏକ ଭଲ ପ୍ରସ୍ତାବ କହି ଏଡାଇ ଯାଇଛନ୍ତି।  ଆଜି ପ୍ରଶ୍ନୋତ୍ତର କାଳରେ

Puri Rathyatra: ପୁରୀ ରଥଯାତ୍ରାକୁ ଅମୂର୍ତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ

Puri Rathyatra: ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ରଥଯାତ୍ରାର ଐତିହ୍ୟକୁ ଜାତିସଂଘ ଅମୃତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ନିରବ ରହିଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏହାକୁ ଏକ ଭଲ ପ୍ରସ୍ତାବ କହି ଏଡାଇ ଯାଇଛନ୍ତି। 

ଆଜି ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଶେଖାୱତଙ୍କୁ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ବିଶ୍ୱ ଅମୃତ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ ରହିଥିବା ପ୍ରସ୍ତାବ ସମ୍ପର୍କରେ ପ୍ରଶ୍ନ କରିଥିଲେ ଶ୍ରୀ ପାତ୍ର। ଏପରିକି କେନ୍ଦ୍ର ସରକାର ଯେଉଁଭଳି ଭାବରେ କଲିକତାର ଦୁର୍ଗାପୂଜା, ଉତ୍ତର ପ୍ରଦେଶର ମହାକୁମ୍ଭ ମେଳାକୁ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭକ୍ତ କରାଯାଇଛି। ପୁରୀର ରଥଯାତ୍ରା ହଜାର ହଜାର ବର୍ଷ ପୁରୁଣା ଏବଂ ଏହା ଭାରତୀୟ ଗଣତନ୍ତ୍ର ଜନନୀ ବୋଲି ଲୋକବିଶ୍ୱାସ ରହିଥିବା ଶ୍ରୀ ପାତ୍ର କହିଥିଲେ। ଶ୍ରୀ ମନ୍ଦିର ଜଗନ୍ନାଥ ପ୍ରଶାସନ ପକ୍ଷରୁ ଏବାବଦରେ ମନ୍ତ୍ରାଳୟକୁ ସମସ୍ତ ଦସ୍ତାବିଜ ପ୍ରଦାନ କରାଯାଇଛି। ଏବଂ ଏହା ଦ୍ୱାରା ସାଢେ ୪ କୋଟି ଓଡିଆ ତଥା ଦେଶର ୧୪୦ କୋଟି ଜନତା ଗର୍ବିତ ହେବେ ବୋଲି ଶ୍ରୀ ପାତ୍ର କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ଜଗନ୍ନାଥ ପୁରୀ ହେଉଛି ଆମର ଆସ୍ଥାର ବିଷୟ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କରିଡର ବିକାଶ ହେବା ଦ୍ୱାରା ଏଠାରେ ଭକ୍ତଙ୍କ ଆଗମନ ଆହୁରି ବଢିଛି। ସାଂସଦ ଦେଇଥିବା ପ୍ରସ୍ତାବକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ। 

ଗୃହକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଶେଖାୱତ କହିଛନ୍ତି ୨୦୧୪ ପରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରଠାରୁ ଦେଶର ୧୩ଟି ସ୍ଥାପତ୍ୟ କଳାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟତାଲିକାରେ ସାମିଲ କରାଯାଇଛି। ଗତ ଦୁଇ ତିନି ଦିନ ପୂର୍ବରୁ ୬ଟି ଏପରି ଅମୂଲ୍ୟ କିର୍ତ୍ତିକୁ ୟୁନେସ୍କୋ ତାଲିକା ଭୁକ୍ତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ତାଲିକାରେ ବୁନ୍ଦେଲ ରାଜାମାନଙ୍କ ଦ୍ୱାରା ନିର୍ମିତ କିର୍ତ୍ତିରାଜୀ ସମେତ ଗୁପ୍ତ ବଂଶୀୟ ମନ୍ଦିର, ୬୪ ଯୋଗିନୀ, ଛତିଶଗଡର କାଂଗ୍ରା ପ୍ରଭୃତି ଐତିହ୍ୟକୁ ୟୁନେସ୍କୋ ତାଲିକାରେ ଅଣାଯାଇଛି। କିନ୍ତୁ ଶ୍ରୀ ପାତ୍ର ପଚାରିଥିବା ପ୍ରଶ୍ନର କୌଣସି ସଠିକ ଜବାବ ରଖିନଥିଲେ। ବାଚସ୍ପତି ଏବାବଦରେ ଇଙ୍ଗିତ କରିଥିଲେ ମଧ୍ୟ ମନ୍ତ୍ରୀ ଏହାକୁ ଏଡାଇ ଯାଇଥିବା ନଜର କରାଯାଇଛି। 

Add Zee News as a Preferred Source
About the Author