)
Vigilance Raid: ଭିଜିଲାନ୍ସ ଜାଲରେ ପଡିଛନ୍ତି ଏସସିବି ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ସମୟରେ ମାଡ଼ିବସିଛି ଭିଜିଲାନ୍ସ ।
ଡାକ୍ତର ସନାତନ ବେହେରା ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଯିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କାଠଗୋଲାସାହି-ମେଡିକାଲ୍ ରୋଡ୍ରେ ସନାତନଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି । ଏଥିସହ ସନାତନଙ୍କ ଲିଙ୍କ୍ ଥିବା ୩ଟି ସ୍ଥାନରେ ରେଡ୍ କରାଯାଉଥିବା ସୂଚନା ମିଳିଛି ।