)
Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। କେନ୍ଦୁଝର ଜିଲ୍ଲାର ଡିଏସଏସଓ (District Social Security Officer) ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏକ ଏନଜିଓ ଠାରୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନା ଅନୁସାରେ, କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟଙ୍କ ବିରୋଧରେ ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଏବଂ ଅନୁଦାନ ସହାୟତା ପ୍ରଦାନ କରିବା ପାଇଁ ଏକ (ଏନଜିଓ ) ଚଳାଉଥିବା ବ୍ୟକ୍ତି ବିଶେଷଙ୍କଠାରୁ ଲାଞ୍ଚ ନେବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଦଳ ବିଭିନ୍ନ ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ଟଙ୍କା ଗ୍ରହଣର (ଫୋନ୍-ପେ) ଡିଜିଟାଲ ମୋଡ୍ରେ ଟଙ୍କା କାରବାରର ପ୍ରମାଣ ମଧ୍ୟ ପାଇଛି। ଯାହାକୁ ଆଧାର କରି ଭିଜିଲାନ୍ସ ଟିମ୍ ଆଜି ଚଢାଉ କରିଛି। ବିପ୍ଳବ କେଶରୀଙ୍କ ବିରୁଦ୍ଧରେ ଧାରା ଏକ ମାମଲା ରୁଜୁ କରାଯାଇଛି। ଏବଂ ତିନୋଟି ସ୍ଥାନରେ ରେଡ୍ ଜାରି ରହିଛି। ରେଡ୍ ସମୟରେ ଜଣାପଡିଛି ଯେ,ବିପ୍ଲବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଭୁବନେଶ୍ୱର ଏବଂ ଆଖପାଖରେ ୧୦ଟି ପ୍ଲଟ୍, ଏକ ୩ ମହଲା କୋଠା, ଏକ ସିମ୍ପ୍ଲେକ୍ସ ଘର ସହ ଏକ ତିନି ଏକର ଫାର୍ମହାଉସ ରହିଛି। ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯିବ।