Advertisement
Article Detail0/zeeodisha/odisha2780474
Zee OdishaOdisha StateVigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

Vigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

ବ୍ରହ୍ମପୁରର ୩ଟା ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଭୁବନେଶ୍ୱରର ଗୋଟିଏ ସ୍ଥାନରେ ଚଢାଉ ଜାରି ରଖିଛି। ବ୍ରହ୍ମପୁରର ଧର୍ମନଗରରେ ଗୋଟିଏ ଫ୍ଲାଟ, ମୟୂରୀ ବିହାରରେ ଗୋଟିଏ ଦୁଇତାଲା ବିଶିଷ୍ଟ ଘର, ତାଙ୍କ କାର୍ଯ୍ୟାଳୟ ଓ ସହିଦନଗରରେ ଥିବା ଏଭସ ଏକଜୋଟିକା ଆପାର୍ଟମେଣ୍ଟରେ ୩ ବଖରା ବିଶିଷ୍ଟ ଫ୍ଲାଟରେ ଏହି ଚଢାଉ ହୋଇଥିବା ନେଇ ସୂଚନା ରହିଛି। 

Vigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

Vigilance Raid: ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ  ବୈଷ୍ଣବ ଷଡ଼ଙ୍ଗୀଙ୍କ ଘରେ ଚଢାଉ ସରିନଥିବା ବେଳେ ଆଜି ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲିପ କୁମାର ଚୌଧୂରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଖବର ଲେଖାଯିବା ବେଳକୁ ମିଳିଥିବା ସୂଚନା ଅନୁଯାୟୀ ଭିଜିଲାନ୍ସ ବ୍ରହ୍ମପୁର ଓ ଭୁବନେଶ୍ୱରର ୪ଟି ସ୍ଥାନରେ ୩ ଜଣ ଡିଏସପି ଓ ୪ ଜଣ ଇନସ୍ପେକ୍ଟରଙ୍କୁ ନେଇ ଗଠିତ ଦଳ ଏକସଙ୍ଗେ ଚଢାଉ ଜାରି ରଖିଛି। 

ବ୍ରହ୍ମପୁରର ୩ଟା ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଭୁବନେଶ୍ୱରର ଗୋଟିଏ ସ୍ଥାନରେ ଚଢାଉ ଜାରି ରଖିଛି। ବ୍ରହ୍ମପୁରର ଧର୍ମନଗରରେ ଗୋଟିଏ ଫ୍ଲାଟ, ମୟୂରୀ ବିହାରରେ ଗୋଟିଏ ଦୁଇତାଲା ବିଶିଷ୍ଟ ଘର, ତାଙ୍କ କାର୍ଯ୍ୟାଳୟ ଓ ସହିଦନଗରରେ ଥିବା ଏଭସ ଏକଜୋଟିକା ଆପାର୍ଟମେଣ୍ଟରେ ୩ ବଖରା ବିଶିଷ୍ଟ ଫ୍ଲାଟରେ ଏହି ଚଢାଉ ହୋଇଥିବା ନେଇ ସୂଚନା ରହିଛି। 

Add Zee News as a Preferred Source
About the Author