Advertisement
Article Detail0/zeeodisha/odisha2779402
Zee OdishaOdisha StateVigilance Raid: ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ, ଗଣିଗଣି ଥକିଲା ଭିଜିଲାନ୍ସ

Vigilance Raid: ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ, ଗଣିଗଣି ଥକିଲା ଭିଜିଲାନ୍ସ

ନୂଆଦିଲ୍ଲୀ: ଅବସରର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସେପଟେ ଘରୁ ପୁଳା ପୁଳା ନଗଦ ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ। ଭିଜିଲାନ୍ସର ଏକାଧିକ ଅଧିକାରୀ

Vigilance Raid: ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ, ଗଣିଗଣି ଥକିଲା ଭିଜିଲାନ୍ସ

Vigilance Raid: ନୂଆଦିଲ୍ଲୀ: ଅବସରର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସେପଟେ ଘରୁ ପୁଳା ପୁଳା ନଗଦ ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ। ଭିଜିଲାନ୍ସର ଏକାଧିକ ଅଧିକାରୀ ଜବତ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି। ଏପରିକି ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ଥିକିଯିବା ପରେ ଟଙ୍କା ମେସିନର ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସେପଟେ ବାବୁଙ୍କ ଏତେ ଟଙ୍କା ଯେ  ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି  ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି।  

ଏଠାରେ କହି ରଖୁକି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରି ନଗଦ ୨.୫୧ କୋଟି ଟଙ୍କା ଜବତ କରିଛି। ଏକସଙ୍ଗେ ଏତେ ପରିମାଣର ନଗଦ ରାଶି ଦେଖି ଅବାକ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ସେହିପରି ଚଢାଉ ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ଏକାଧିକ ସମ୍ପତ୍ତି ରହିଥିବା ମଧ୍ୟ ଜାଣିବାକୁ ପାଇଛି। ରାଜ୍ୟର ପୁରୀ, ଅନୁଗୋଳ, ଓ ଅନ୍ୟ ସ୍ଥାନରେ ସମ୍ପତ୍ତି ରହିଥିବା ଜାଣିବାକୁ ପାଇଛି। ନିମ୍ନରେ ଦିଆଗଲା ତାଙ୍କର ସମ୍ପତ୍ତି ତାଲିକା...

  • ଅନୁଗୋଳର କରଡାଗାଡିଆରେ ଥିବା ଦୁଇ ତାଲା ବିଶିଷ୍ଟ କୋଠାଘର
  • ସେହିପରି ଅନୁଗୋଳର ମାଟିଆସାହିରେ ମଧ୍ୟ ଏକ ଦୁଇତାଲା ବିଶିଷ୍ଟ ଘର ରହିଛି। 
  • ଭୁବନେଶ୍ୱରରେ ଡୁମୁଡୁମାସ୍ଥିତ PDN Exoticaରେ ୧୫୩୦ ବର୍ଗଫୁଟର ଘର ରହିଛି। ଘର ନମ୍ବର ହେଉଛି ସି-୧୦୨।
  • ପୁରୀ ପିପିଲିରେ ୧୧୦୦ ବର୍ଗଫୁଟର ଅନ୍ୟ ଏକ ଘର। 
  • ଭୁବନେଶ୍ୱର, ପୁରୀ ଓ ଅନୁଗୋଳ ବ୍ୟତୀତ ଅନ୍ୟସ୍ଥାନରେ ୭ଟି ପ୍ଲଟ ରହିଥିବା ସୂଚନା ରହିଛି। କିନ୍ତୁ ଚଢାଉ ଜାରି ରହିଥିବାରୁ ସବିଶେଷ ସୂଚନା ସାମ୍ନାକୁ ଆସିନାହିଁ। 
  • ଅନୁଗୋଳରେ ମୋଟ ୩ଟି ଜମି ରହିଛି। 
  • ସେହିପରି ପୁରୀରେ ୪ଟି ଜମି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। 
  • ସେହିପରି ସେୟାର ବଜାରରେ ପ୍ରାୟ ୨.୭୦ କୋଟି ଟଙ୍କା ନିବେଶ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। 
  • ଦେଢ କୋଟି ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ବାବଦରେ ରହିଛି। 
  • ତାଙ୍କ ଧର୍ମପତ୍ନୀଙ୍କ ନାଁରେ ଅନୁଗୋଳ ଆକ୍ସିସ ବ୍ୟାଙ୍କରେ ଏକ ଲକର ମଧ୍ୟ ରହିଛି। 
  • ଗୋଟିଏ ଚାରିଚକିଆ ଗାଡି ରହିଛି। 
Add Zee News as a Preferred Source
About the Author