)
Odisha Weather Report: ଥରୁଛି ପୂରା ଓଡ଼ିଶା । ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୧୦ ରୁ ୧୨ ଡିଗ୍ରୀ ପାଖାପାଖି ରହିଛି। ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ଭୀଷଣ ଶୀତ ଲହରୀ ବହିପାରେ। ଅସମ୍ଭାଳ ଜାଡ଼ ଜନ ଜୀବନକୁ ପ୍ରଭାବିତ କରିପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ଆଜି ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାରେ ସବୁଠି ଅଧିକ ଶୀତ ଅନୁଭୂତ ହେବ। ଫୁଲବାଣୀ, ବୌଦ୍ଧ, ଅନୁଗୁଳ,ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, କୋରାପୁଟ୍ , ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ତଳେ ବା ଏହା ପାଖାପାଖି ରହିପାରେ। ଏବଂ ଘନ କୁହୁଡି଼ ମଧ୍ୟ ଦେଖିବାକୁ ମିଳିପାରେ।
ଝାରସୁଗୁଡା ଏବଂ ରାଉରକେଲା ରେ 7ଡ଼ିଗ୍ରୀ ଛୁଇଁଲା ପାରଦ
ଝାରସୁଗୁଡା 7.1°C
ରାଉରକେଲା 7.2°C
କେନ୍ଦୁଝର 9.6°C
ସମ୍ବଲପୁର 10.8°C
ହୀରାକୁଦ 11.4°C
ଭୁବନେଶ୍ୱର 12.6°C
ଗୋପାଳପୁର 13.4°C
ବାଲେଶ୍ୱର 13.5°C
ଚାନ୍ଦବାଲି 14.4°C
ପାରାଦୀପ 14.1°C
ପୁରୀ 16.4°C— usd (@usd0705) December 12, 2025
ପୁଣି 3ଡ଼ିଗ୍ରୀ ଛୁଇଁଲା ପାରଦ
ଶୀତ ରେ ଥରହର ଓଡିଶା......କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା 3.1°C
କୋରାପୁଟ ଜିଲ୍ଲାର ସେମିଳିଗୁଡା ରେ 3.6°C
ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ pic.twitter.com/Y2QIB6DIlE— usd (@usd0705) December 12, 2025
୧୦ଡ଼ିଗ୍ରୀ ତଳେ ୧୫ ସହର ରେ ପାରଦ
୩.୧ ଡ଼ିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ଥଣ୍ଡା ସହର pic.twitter.com/afVMpOjpHe— usd (@usd0705) December 12, 2025
ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଶୀତରୁ ତ୍ରାହି ମିଳିବନି। ଜି଼. ଉଜୟଗିରିରେ ପାରଦ ପୁଣି ତଳ ମୁହାଁ ହୋଇଛି। ଏଠାରେ ରାତି ତାପମାତ୍ରା ୩.୧ ଡିଗ୍ରୀ ରହିଥିଲା। ସେମିଳିଗୁଡାରେ ୩.୬,ଫୁଲବାଣୀରେ ୫.୫, ଦାରିଙ୍ଗିବାଡିରେ ୬.୫, ଚିପିଲିମାରେ ୬.୬, ଝାରସୁଗୁଡାରେ ୭.୧,ରାଉରକେଲାରେ ୭.୨, ଭବାନୀପାଟଣାରେ ୭.୫, କୋରାପୁଟ୍ ରେ ୮.୧, କିରେଇରେ ୮.୪, ଅନୁଗୁଳରେ ୮.୬, ବଲାଙ୍ଗୀରରେ ୯, ନବରଙ୍ଗପୁରରେ ୯.୨, କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୯.୬ ଡିଗ୍ରୀ ରହିଥିଲା। ଝାରସୁଗୁଡାରେ ରାତି ତାପମାତ୍ରା ସ୍ବଭାବିକ୍ ଠାରୁ ୬.୨ ଡିଗ୍ରୀ କମ୍ ରହିଥିଲା। ହୀରାକୁଦରେ ୪.୨, ଗୋପାଳପୁରରେ ୪.୧, ଫୁଲବାଣୀରେ ୩.୬, ଭୁବନେଶ୍ବରରେ୩.୪, କେନ୍ଦୁଝରରେ ସ୍ବାଭାବିକ୍ ଠାରୁ ୩.୨ ଡିଗ୍ରୀ କମ୍ ରେକର୍ଡ଼ ହୋଇଛି।