Advertisement
Article Detail0/zeeodisha/odisha3030818
Zee OdishaOdisha StateOdisha Weather Report: ଖସୁଛି ପାରଦ! ବଢୁଛି ଶୀତ; ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

Odisha Weather Report: ଖସୁଛି ପାରଦ! ବଢୁଛି ଶୀତ; ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

Odisha Weather Report: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ ହୋଇଛି।  ରାଜ୍ୟର ୫ ସହରରେ ସର୍ବନିମ୍ନ ରାତି ତାପମାତ୍ରା କମିଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୧୦ ଡିଗ୍ରୀ  ତଳେ ରେକର୍ଡ଼ ହୋଇଛି।  ଦାରିଙ୍ଗିବାଡ଼ିରେ  ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।  

Odisha Weather Report: ଖସୁଛି ପାରଦ! ବଢୁଛି ଶୀତ; ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

Odisha Weather Report: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ ହୋଇଛି।  ରାଜ୍ୟର ୫ ସହରରେ ସର୍ବନିମ୍ନ ରାତି ତାପମାତ୍ରା କମିଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୧୦ ଡିଗ୍ରୀ  ତଳେ ରେକର୍ଡ଼ ହୋଇଛି।  ଦାରିଙ୍ଗିବାଡ଼ିରେ  ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।  ଭୁବନେଶ୍ବର ଆଞ୍ଚଳିକ  ପାଣିପାଗ କେନ୍ଦ୍ର  ତଥ୍ୟ ମୁତାବକ, କିଛି ଦିନର ବ୍ୟବଧାନ ପରେ  ପୁଣି ଶୀତ ଫେରିଛି।  ଆସନ୍ତା ଶନିବାର ଯାଏଁ ରାଜ୍ୟରେ ଶୀତ ଲାଗି ରହିବା ସହ  ସ୍ଥାନେ ସ୍ଥାନେ ଘନ କୁହୁଡି଼ ପରିଲକ୍ଷିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

ALSO READ: Shani And Budh Margi 2025: ଏହି ୫ରାଶିଙ୍କ ଉପରେ ରହିବ ଶନି ଓ ବୁଧଙ୍କ ବିଶେଷ କୃପା;ବର୍ଷ ଶେଷରେ ପୂରଣ ହେବ ସବୁ ଆଶା! କିଣିବେ ଫ୍ଲାଟ୍ ସହ..

ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ି ବ୍ୟତିତ ଅନୁଗୁଳରେ ୯ ଡିଗ୍ରୀ , ରାଉରକେଲା ଓ  ଝାରସୁଗୁଡାରେ ୯.୬ ଡିଗ୍ରୀ, ଜି.ଉଦୟଗିରି ଓ ଫୁଲବାଣୀ ୧୦ ଡିଗ୍ରୀ ରହିଛି। ଏହାଛଡା ଫୁଲବାଣୀ, କୋରାପୁଟ୍ ଓ ରାଉରକେଲାରେ  ଘନକୁହୁଡ଼ି ଅନୁଭୂତ ହେଉଥିବା ବେଳେ ସୋନପୁର୍, ଭବାନୀପାଟଣା ଓ ଗୋପାଳପୁରରେ ମଧ୍ୟମ ଧରଣର କୁହୁଡ଼ି ନଜରକୁ ଆସିଛି।  ଆଉ ୨ ଦିନ ରାଜ୍ୟରେ ଘନ କୁହୁଡି଼ ନେଇ ସତର୍କତା ଜାରି ହୋଇଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।  ଏନେଇ ୨ ଦିନ ବିଭିନ୍ନ ଜିଲ୍ଲାକୁ ୟେଲୋ  ଓ୍ବାର୍ଣ୍ଣିଂ ଜାରି ହୋଇଛି। 

Add Zee News as a Preferred Source

ଆଜି ସୁନ୍ଦରଗଡ଼, କଳାହାଣ୍ତି, କନ୍ଧମାଳ, କୋରାପୁଟ୍ ,ସୋନପୁର ଜିଲ୍ଲାକୁ ଘନ କୁହୁଡି଼ ନେଇ ସତର୍କତା ଜାରି କରାଯାଇଛି। ସେପଟେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ଦୁର୍ବଳ ହୋଇଛି। ଯାହା ଲଘୁଚାପରେ ପରିଣତ ହୋଇଛି।  ଏହା ଦୁର୍ବଳ ହେବା ପରେ ପୁଣି ଥରେ ରାଜ୍ୟକୁ ଉତ୍ତର-ପଶ୍ଟିମ ଦିଗରୁ  ଥଣ୍ତା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି। ଯାହା ଫଳରେ ଏହା ରାଜ୍ୟରେ ଅଧିକ ସ୍ଥାନରେ ଥଣ୍ତା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

About the Author