)
Odisha Weather Report: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଆଜି ରାଜ୍ୟରେ ଥଣ୍ତାର ପ୍ରକୋପ ଅଧିକ ରହିଛି। ମଙ୍ଗଳବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୪ ଦିନ ରାଜ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ଏହାର ପରବର୍ତ୍ତୀ ୩ ଦିନ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଗ ଶୁଖିଲା ରହିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ହାଲୁକା କୁହୁଡି ସହ ଦୃଶ୍ୟମାନ ଦୂରତା 600ମିଟର ରହିଛି l pic.twitter.com/RPQLGsDQIb
— usd (@usd0705) January 1, 2026
ଉପଗ୍ରହ ରୁ ମିଳୁଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ ଉପକୂଳ ଓଡିଶା ଉପରେ କୁହୁଡିର ପ୍ରଭାବ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାରେ କୁହୁଡି ର ପ୍ରଭାବ ରହିଛି pic.twitter.com/6mMPIvYZAi
— usd (@usd0705) January 1, 2026
ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ଲହରୀ ସହ ଘନ କୁହୁଡି଼ ନଜରକୁ ଆସିଛି। ଜି.ଉଦୟଗିରିରେ ୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ସେହିପରି, ଫୁଲବାଣୀରେ ୬.୨,ଝାରସୁଗୁଡାରେ ୬.୩, ଦାରିଙ୍ଗିବାଡିରେ ୭ ଡିଗ୍ରୀ, ସେମିଳିଗୁଡା ଓ ରାଉରକେଲାରେ ୭.୧, ନବରଙ୍ଗପୁରରେ ୭.୮, କିରେଇରେ ୮, ସୁନ୍ଦରଗଡରେ ୮.୨,କୋରାପୁଟ୍ ରେ ୮.୩, କେନ୍ଦୁଝରରେ ୮.୮, ସୋନପୁରରେ ୯.୪, ଭବାନୀପାଟଣାରେ ୯.୫, ଅନୁଗୁଳରେ ୯.୬, ବୌଦ୍ଧରେ ୯.୮, ଚିପିଲିମା ୯.୯, ବାରିପଦା ଓ ବାଲେଶ୍ବରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି, ନୟାଗଡରେ ଅତି ଘନ କୁହୁଡି ୦ ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନ କ୍ଷମତା ରହିଛି। ଆଜି ବିଶେଷକରି,ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀର କିଛି ଅଞ୍ଚଳରେ ଘନ କୁହୁଡି ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏଥିସହ ବାଲେଶ୍ବର,ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ,ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ,ମୟୂରଭଂଜ, କେନ୍ଦୁଝର,ଭଦ୍ରକ, କନ୍ଧମାଳ ଓ ଅନୁଗୁଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି।