Advertisement
Article Detail0/zeeodisha/odisha2677818
Zee OdishaOdisha StateBhubaneswar: ସବୁଠୁ ବଡ଼ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ କିଏ?

Bhubaneswar: ସବୁଠୁ ବଡ଼ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ କିଏ?

Highest Holding Tax defaulter: ରାଜଧାନୀର ସବୁଠାରୁ ବଡ଼ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ କିଏ? ଏ ପ୍ରା୍ନର ଉତ୍ତର ଦେଇଛନ୍ତି ଖୋଦ୍‍ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍। ଆଜି ଜାରି କରିଥିବା ପ୍ରମୁଖ ଖିଲାପକାରୀଙ୍କ ତାଲିକାରେ ଏମିତି କିଛି ନାଁ ସାମିଲ୍‍ ରହିଛି ଯେଉଁମାନେ ଏକ କୋଟିୟରୁ ଅଧିକ ଟଙ୍କା ପଇଠ କରି ନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ଟିକସ ନ ପାଇବାରୁ ଏବେ ସେମାନଙ୍କ ନାଁକୁ ସାର୍ବଜନୀନ କରିଛନ୍ତି ବିଏମ୍‍ସି। 

Highest Holding Tax defaulter in Bhubaneswar
Highest Holding Tax defaulter in Bhubaneswar
ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବଡ଼ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ କିଏ? ଏ ପ୍ରା୍ନର ଉତ୍ତର ଦେଇଛନ୍ତି ଖୋଦ୍‍ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍। ଆଜି ଜାରି କରିଥିବା ପ୍ରମୁଖ ଖିଲାପକାରୀଙ୍କ ତାଲିକାରେ ଏମିତି କିଛି ନାଁ ସାମିଲ୍‍ ରହିଛି ଯେଉଁମାନେ ଏକ କୋଟିୟରୁ ଅଧିକ ଟଙ୍କା ପଇଠ କରି ନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ଟିକସ ନ ପାଇବାରୁ ଏବେ ସେମାନଙ୍କ ନାଁକୁ ସାର୍ବଜନୀନ କରିଛନ୍ତି ବିଏମ୍‍ସି। 
 
ବିଏମ୍‍ସି ଜାରି କରିଥିବା ଏହି ତାଲିକାରେ ୧ କୋଟିରୁ ଅଧିକ ଟିକସ ବକେୟା ଧରି ପଜାଣି ଶୁଣି ପଇଠ ନକରୁଥିବା ତଥା ଖିଲାପକାରୀ ହେଉଛନ୍ତି ୧୬ ସଂସ୍ଥା।  ଏହି ୧୬ ଟି ସଂସ୍ଥା ଭିତରେ  ସର୍ବାଧିକ ୩ଟି ସଂସ୍ଥା ହେଉଛି ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବା ଏହାକୁ ଚଳାଉଥିବା ମନୋଜ ରଞ୍ଜନ ନାୟକଙ୍କ ସଂସ୍ଥାନ। ଗୋଟିଏ ସଂସ୍ଥାନ ରହିଛି କିଟ୍‍ ବିଶ୍ବବିଦ୍ୟାଳୟୟଦ୍ୱାରା ପରିଚାଳିତ କିମ୍ସ ମେଡିକାଲ୍‍ କଲେଜ ଓ ହସ୍‍ପିଟାଲ୍‍। ସର୍ବବୃହତ୍‍ ଏକକ  ସମ୍ପତ୍ତି କର ବା ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ହେଉଛି ଆପେକ୍ସ ବିଟେକ୍‍ କଲେଜ ଚଳାଉଥିବା ଏସ୍‍ ଜେ ଚାରିଟେବଲ୍‍ ଟ୍ରଷ୍ଟ। ଏହି ସଂସ୍ଥା ବିଏମ୍‍ସିକୁ ୩୮ ଲକ୍ଷ ୭୯ ହଜାର  ୮୨୪ ଟଙ୍କା ଦେଇ ପାରି ନାହିଁ। କ୍ରମାଗତ ଭାବେ ଏମିତି ଟିକସ ପଇଠ କରୁ ନଥିବାରୁଆପେକସ କଲେଜ ନାଁରେ ପଡ଼ିଛି ୫ କୋଟି ୬ ଲକ୍ଷ ୮୦ ହଜାର ୧୭ ଟଙ୍କା। 
 
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବା ସୋଆ ଦ୍ୱାରା ପରିଚାଳିତ ସମ୍‍ ହସ୍‍ପିଟାଲ୍‍ର ସବୁଠାରୁ ପ୍ରିମିୟମ୍‍ ଚିକିତ୍ସା କେନ୍ଦ୍ର ହେଉଛି ସମ୍‍ ଅଲ୍ଟିମେଟ। ଘଟିକିଆରେ ଏହାର କ୍ୟାମ୍ପସ ରହିଛି। ଏହି କ୍ୟାମ୍ପସକୁ ରୋଗୀ ଆସିଲେ ସବୁଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। କର୍ପୋରେଟ୍‍ ହସ୍‍ପିଟାଲ୍‍ ଭାବେ ପରିଚୟ ହାସଲ କରିଥିବା ଏହି ହସ୍‍ପିଟାଲ୍‍ କିନ୍ତୁ  ବିଏମ୍‍ସିର ସବୁଠାରୁ ବଡ଼ ଟିକସ ଖିଲାପକାରୀ। ଶୁଣିଲେ ଚକିତ ଲାଗୁଥାଇପାରେ କିନ୍ତୁ ବିଏମ୍‍ସି ଏହାକୁ ସାର୍ବଜନୀନ କରିବାକୁ ବାଧ୍ୟ ହୋଇଛି। ଏହି ସବ୍‍ ଅଲ୍ଟିମେଟ୍‍ ନାଁରେ ୩ କୋଟି ୭ ଲକ୍ଷ ୨୯ ହଜାର ୨୮୦ ଟଙ୍କା ବକେୟା ପଡ଼ିଛି। ଏହା ଗୋଟିଏ ବର୍ଷରେ ଟିକସ ଖିଲାପି ପରିମାଣ । ସେହିପରି ଶିକ୍ଷା ଓ ଅନୁସନ୍ଧାନ  ବିଶ୍ୱବିଦ୍ୟାଳୟର ସଭାପତି ଅର୍ଥାତ୍‍ ମନୋଜ ରଞ୍ଜନ ନାୟକଙ୍କ ନାଁରେ ଏ ବର୍ଷ ବାକି ପଡ଼ିଛି ୧ କୋଟି ୪୪ ଲକ୍ଷ ୨୩ ହଜାର ୮୬୦ ଟଙ୍କା। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନ ଯାହା ଶାମପୁରରେ ଅବସ୍ଥିତ ତା’ ନାଁରେ ବାକି ପଡ଼ିଛି ୧ କୋଟି ୧୦ ଲକ୍ଷ ୬୯ ହଜାର ୧୨୦ ଟଙ୍କା। 
 
ଏତିକିରେ ତାଲିକା ସରିନି। ନଖରାରେ ନୂଆକରି ସରକାରଙ୍କଠାରୁ ଜାଗା ପାଇଁ ସମ୍‍ ହସ୍‍ପିଟାଲ୍‍ ତିଆରି କରୁଥିବା ସମ୍ପତ୍ତି ପାଇଁ ଟିକସ ଦେବାକୁ ମଧ୍ୟ ଭୁଲି ଯାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଟ୍ରଷ୍ଟର ସଭାପତି ତଥା ମନୋଜ ରଞ୍ଜନ ନାୟକ। ଏହି ସମ୍‍ ହସ୍‍ପିଟାଲ୍‍ର ଦ୍ୱିତୀୟ କ୍ୟାମ୍ପସ  ନାଁରେ ୭୨ ଲକ୍ଷ ୬୯ ହଜାର ୪୭ ଟଙ୍କା।  ଅର୍ଥାତ୍‍  ଉଭୟ ରାଜ୍ୟ ସରକାର ଏବଂ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆୟ କରୁଥିବା ଏହି ଗୋଷ୍ଠୀ ବିଏମ୍‍ସିକୁ ପ୍ରାୟ ୭ କୋଟି ଟଙ୍କା ଦେବାରେ ବିଫଳ ହୋଇଛି।  
 
ଖାଲି ସମ୍‍ ହସ୍‍ପିଟାଲ୍‍ ବା ସୋଆ ବିଶ୍ବ ବିଦ୍ୟାଳୟ ନୁହେଁ ଭୁବନେଶ୍ୱରର ଆଉ ଏକ ନାଁ କରା ହସ୍‍ପିଟାଲ୍‍ ଓ ଶିକ୍ଷା ବ୍ୟବସାୟୀ ହେଉଛନ୍ତି କିଟ୍‍। ଏହି କିମ୍ସ ହସ୍‍ପିଟାଲ୍‍ ନାଁରେ ୨ କୋଟି ୩୯ ଲକ୍ଷ ୧୪ ହଜାର ୨୦ ଟଙ୍କା ବାକି ପଡ଼ିଛି। ଅର୍ଥାତ୍‍ ଦୁଇ ଶିକ୍ଷା ବ୍ୟବସାୟୀ ବିଏମ୍‍ସିକୁ ଟିକସ ଦେବାରେ ଖିଲାପ କରିଛନ୍ତି। ଏହି ଦୁଇ ଗୋଷ୍ଠୀଙ୍କ ରାଜନୀତି ଓ ସାମାଜିକ କ୍ଷେତ୍ରରେ ପ୍ରଭାବ କାହାକୁ ଅଛୁପା ନାହିଁ। ଏଣୁ ହୋଇପାରେ ଏହି କ୍ଷମତା ଯୋଗୁ କୋଣଠେସା ହୋଇଛି ସ୍ୱାୟତ୍ତଶାସନର ମୂଳଦୁଆ ସାଜିଥିବା ବିଏମ୍‍ସି। ଏବେ ବିଏମ୍‍ସିର ଏହି ସାର୍ବଜନୀନ ନୋଟିସ କେମିତି ଏହି ଅନୁଷ୍ଠାନଗୁଡ଼ିକ ଉପରେ ପ୍ରଭାବ ପକାଇବ ତାହାକୁ ଅପେକ୍ଷା।
Add Zee News as a Preferred Source
About the Author