Advertisement
Article Detail0/zeeodisha/odisha2645114
Zee OdishaOdisha Stateକିଏ ସେ ସନା ମହାକୁଡ଼, କାହିଁକି ଏମିତି କହିଲେ ନବୀନ?

କିଏ ସେ ସନା ମହାକୁଡ଼, କାହିଁକି ଏମିତି କହିଲେ ନବୀନ?

Naveen Patnaik On Sana Mahakud: କେନ୍ଦୁଝରରେ ସନାତନ ମହାକୁଡ଼ଙ୍କୁ ପ୍ରୟ ସବୁ ଖଣିଜ ଉତ୍ତୋଳନକାରୀ ସହାୟତା କରନ୍ତି। ସନା ଏହି ସହାୟତାକୁ ସେହି ଅଞ୍ଚଳର ଜରୁରୀ ଲୋକଙ୍କୁ ବାଣ୍ଟୁଥିବାରୁ ତାଙ୍କର ଲୋକବଳ ବହୁତ ରହିଥିବା ଚର୍ଚ୍ଚା ହୁଏ। ଏଣୁ ସନାତନଙ୍କ ଇଙ୍ଗିତରେ ଚମ୍ପୁଆର ରାଜନୀତି ନିୟନ୍ତ୍ରିତ ହୁଏ। ୨୦୧୪ ପରଠାରୁ ଏହା ବାରମ୍ବାର ପ୍ରତିଧ୍ୱନୀତ ହୋଇଛି। 

 

 

Naveen Patnaik On Sana Mahakud
Naveen Patnaik On Sana Mahakud

ଭୁବନେଶ୍ୱର: ବିଜୁ ଜନତା ଦଳକୁ  ଏବେ ସନାତନ ମହାକୁଡ଼ଙ୍କ ଭୟ। ନେତା ନୁହେଁ ଖୋଦ୍‍ ମୁଖିଆ ଏ କଥାକୁ ପରୋକ୍ଷରେ ଦର୍ଶାଇଛନ୍ତି। ତାହା ପୁଣି ବିଧାନସଭା ଅଧିବେଶନ ଆରମ୍ଭରୁ। ବିରୋଧୀ ବିଜେପିକୁ ଘେରିବା ବଦଳରେ ନିଜ ବିଧାୟକ ବିଜେପିକୁ ଚାଲି ଯାଉଛନ୍ତି ବୋଲି ଆଶଙ୍କା କରିଛି ବିଜେଡି। ବିଧାୟକ ଦଳ ବୈଠକରେ ଯୋଗ ଦେଇ ନଥିବାରୁ ସର୍ବ ସମ୍ମୁଖରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ଫିଡ଼ିକି ଉଠିଛନ୍ତି। 

 ବିଧାନସଭାର ସତର୍କ ଘଣ୍ଟି ଶବ୍ଦରେ ନବୀନଙ୍କ ଶବ୍ଦଗୁଡ଼ିକ ନିଷ୍ପ୍ରଭ ହୋଇଯାଉଥିଲେ ମଧ୍ୟ ‘ସନା ବିଜେପିକୁ ଯିବାକୁ ସମୟ ପାଉଛନ୍ତି କିନ୍ତୁ ଦଳର ବୈଠକକୁ ଆସିବାକୁ ସମୟ ପାଉ ନାହାନ୍ତି’ ବୋଲି ଇଙ୍ଗିତ ଦେଇଛନ୍ତି। ସ୍ୱାଗତ ପାଇଁ ବିଧାନସଭା କରିଡରରେ ଠିଆ ହୋଇଥିବା ସନାଙ୍କୁ ଏପରି ତାଗିଦ୍‍ ବାସ୍ତବରେ ନବୀନଙ୍କ ଭୟ ଓ ତଦ୍‍ଜନିତ କ୍ରୋଧକୁ ସୂଚାଉଛି ବୋଲି ଚର୍ଚ୍ଚା ହେଉଛି। 

 ଏହିପରି  ଦିନ ଥିଲା ଏହି ସନା ମହାକୁଡ଼ ନବୀନଙ୍କୁ ଚମ୍ପୁଆରେ ଚ୍ୟାଲେଞ୍ଜ ଦେଇଥିଲେ। ୨୦୧୪ ମସିହାରେ ଚମ୍ପୁଆ ବିଧାନସଭା ଆସନରୁ ସେ ବିଜେଡିର ପ୍ରାର୍ଥୀଙ୍କୁ ଚିତପଟାଙ୍ଗ କରିଥିଲେ। ଖାଲି ସେତିକି ନୁହେଁ, ତାଙ୍କ ବିରୁଦ୍ଧରେ ସେତେବଳେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପପୁ ପମ୍‍ ପମ୍‍ ଓରଫ ତତ୍ତ୍ୱ ପ୍ରକାଶ ସତପଥି ଏହି ନିର୍ବାଚନ ପରେ ରାଜନୀତି ଦୁନିଆକୁ ଭୁଲିଯିବାକୁ ବାଧ୍ୟ ହୋଇଥିଲେ।  କୁହାଯାଏ, ବିଜେଡିର ଅର୍ଥ ଓ ବାହୁ ବଳ ସେତେବେଳେ ସନାଙ୍କୁ କାବୁ କରିବାରେ ସକ୍ଷମ ହୋଇ ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାରୀ କ୍ଷମତା ସନାଙ୍କୁ ବିଜେଡି ଜାଲରେ ବାନ୍ଧିଥିଲା। ୨୦୧୯ରେ ତାଙ୍କୁ ବିଜେଡିକୁ ନେଇଥିଲା ଦଳ । ହେଲେ ଟିକେଟ ଦେଲେ ନାହିଁ। ସେତେବଳେ ପାଣ୍ଡିଆନ୍‍ ଥିଓରୀରେ ତାଙ୍କୁ ବାଦ ଦେଇ ତାଙ୍କର ଜଣେ ଅନୁଗାମୀଙ୍କୁ ଟିକେଟ୍‍ ମିଳିଥିଲା। ସେ ବି ଜିତିଥିଲେ। ୨୦୨୪ ନିର୍ବାଚନରେ କୁହାଯାଏ ସନା ଧମକାଇ ଟିକଟ ନେଇଥିଲେ।  ଜିତିଥିଲେ। 

Add Zee News as a Preferred Source

ଏବେ ଯଦିଓ ସନା ବିଧାୟକ ଅଛନ୍ତି କିନ୍ତୁ ବିଜେଡି ଆଉ କ୍ଷମତାରେ ନାହିଁ। ପୁଣି କେନ୍ଦୁଝରର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସନାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଚିନ୍ତାରେ ପଡ଼ିଥିବା ବି ଚର୍ଚ୍ଚା ହେଉଛି ।ଯେଉଁ ଉପାୟ ବିଜେଡି ଆପଣାଇଥିଲା ସେ ଉପାୟ ବିଜେପି ସନାଙ୍କ ଉପରେ ପ୍ରୟୋଗ କରିବାର ଆଶଙ୍କା ସୃଷ୍ଟି ହୋଇଛି। 

କେନ୍ଦୁଝରରେ ସନାତନ ମହାକୁଡ଼ଙ୍କୁ ପ୍ରୟ ସବୁ ଖଣିଜ ଉତ୍ତୋଳନକାରୀ ସହାୟତା କରନ୍ତି। ସନା ଏହି ସହାୟତାକୁ ସେହି ଅଞ୍ଚଳର ଜରୁରୀ ଲୋକଙ୍କୁ ବାଣ୍ଟୁଥିବାରୁ ତାଙ୍କର ଲୋକବଳ ବହୁତ ରହିଥିବା ଚର୍ଚ୍ଚା ହୁଏ। ଏଣୁ ସନାତନଙ୍କ ଇଙ୍ଗିତରେ ଚମ୍ପୁଆର ରାଜନୀତି ନିୟନ୍ତ୍ରିତ ହୁଏ। ୨୦୧୪ ପରଠାରୁ ଏହା ବାରମ୍ବାର ପ୍ରତିଧ୍ୱନୀତ ହୋଇଛି। 

ଏବେ ସେ ବିଜେପି ଶିବିରରେ ବସୁଥିବା ଶୁଣି ନବୀନ ସେଥିଲାଗି ଛାନିଆ ହୋଇଛନ୍ତି ବୋଲି କୁହାଯାଉଛି। ପ୍ରମାଣ ନଥିଲେବି ନବୀନ ବାଉଳି ହେଉଛନ୍ତି ବୋଲି କେନ୍ଦୁଝରର କିଛି ଜଣାଶୁଣା ଲୋକ କହିଲେଣି। କାରଣ କେନ୍ଦୁଝରର ଖଣି ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ସନାତନ ମହାକୁଡ଼ଙ୍କୁ ଆଉ ବିଜେଡିର କିରାଣୀ ରାଜନୀତି ପସନ୍ଦ ହେଉନି। ପୁଣି ସନାଙ୍କ ମାଧ୍ୟମରେ ବିଜେଡି ଆଉ ଦଳୀୟ ପାଣ୍ଠି ଯୋଗାଡ଼ କରିପାରୁ ନଥିବା ବି ଶୁଣିବାକୁ ମିଳୁଛି।  ଅର୍ଥାତ୍‍ ସନାଙ୍କୁ ନା ଛାଡ଼ି ପାରୁଛି ବେଜଡି ନା ଆଉ ବେଶିଦିନ ରଖିବାର  ସାହସ ରଖିଛି।

About the Author