Odisha New Govt: ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା
Advertisement
Article Detail0/zeeodisha/odisha2281898

Odisha New Govt: ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା

Odisha new opposition leader: ଗଣତନ୍ତ୍ର ପାଇଁ ଯେମିତି ଶକ୍ତ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ ରହିଛି ସେମିତି ଦୃଢ଼ ବିରୋଧି ଦଳର ନେତାଙ୍କର। କେନ୍ଦ୍ରୀୟ ଦଳ ଭାବେ ବିଜୟୀ ଦଳ ବିଜେପି ନିଜର ନେତା ଏଯାଏ ଚୟନ କରିନାହିଁ। ଏଭିତରେ ଅନେକ ନାଁ ଚର୍ଚ୍ଚାକୁ ଆସିଛି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନବୀନ କ’ଣ ବିରୋଧୀ ଦଳ ନେତା ଆସନରେ ବସିବେ? 

Odisha new opposition leader
Odisha new opposition leader

ଭୁବନେଶ୍ୱର:  ରାଜ୍ୟରେ ଏଥର ରାଜନୀତିକ ସରକାର। ଗୋଟିଏ ପଟେ ପୂର୍ଣ୍ଣ ବହୁମତ ପାଇଁ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି ଆଉ ଅନ୍ୟ ପକ୍ଷରେ ୨୪ ବର୍ଷର ଶାସକ ବିଜେଡି ଆସୁଛି ବିରୋଧି ଦଳ ଭୂମିକା ନେବାକୁ। ୫୧ ଆସନରେ ସେମାନେ ସରକାରଙ୍କୁ ସମାଲୋଚନା କରିବେ। ଗଣତନ୍ତ୍ରକୁ ସୁଦୃଢ଼ କରିବାର ଦାୟିତ୍ୱ ନେବେ।  ଅର୍ଥାତ୍‍ ପୂର୍ବ ୧୦ ବର୍ଷ ଭଳି ଏଥରର ସରକାର ହେବ ନାହିଁ, ଏହା ସମ୍ପୂର୍ଣ୍ଣ ଭାବେ ରାଜନୀତିକ ଭାବନାରେ ପ୍ରେରିତ ହେବ। ଏହି ଭୁହୂର୍ତ୍ତରେ ପ୍ରଶ୍ନ ଉଠୁଛି କିଏ ହେବେ ବିରୋଧି ଦଳର ନେତା। 

ଗଣତନ୍ତ୍ର ପାଇଁ ଯେମିତି ଶକ୍ତ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ ରହିଛି ସେମିତି ଦୃଢ଼ ବିରୋଧି ଦଳର ନେତାଙ୍କର। କେନ୍ଦ୍ରୀୟ ଦଳ ଭାବେ ବିଜୟୀ ଦଳ ବିଜେପି ନିଜର ନେତା ଏଯାଏ ଚୟନ କରିନାହିଁ। ଏଭିତରେ ଅନେକ ନାଁ ଚର୍ଚ୍ଚାକୁ ଆସିଛି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନବୀନ କ’ଣ ବିରୋଧୀ ଦଳ ନେତା ଆସନରେ ବସିବେ? 

ପାଞ୍ଚଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ, ବିରୋଧୀ ଆସନରେ ବସିବାଟା ଯେତିକି ବଡ଼ କଥା ନୁହେଁ, ସେ ବିରୋଧି ଦଳ ଆସନର ଚାପକୁ ସହ୍ୟ କରିପାରିବେ କି ନା ତାହା ବଡ଼ ପ୍ରଶ୍ନ। କାରଣ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଅଧିକ ସମୟ ଆଲୋଚନା ଶୁଣିବାର ଆବଶ୍ୟକ ରହିଛି। ଶାସକ ଦଳକୁ ଗଠନମୂଳକ ଭାବେ ପରାମର୍ଶ ତଥା ତାର୍କିକ ଯୁକ୍ତ ପ୍ରଦର୍ଶନ କରିବା ଆବଶ୍ୟକ ରହିଛି। ଏହା ଏକ ଜଟିଳ ଓ ରାଜନୀତିକ ପ୍ରକ୍ରିୟା। ହେଲେ ନବୀନଙ୍କ ପାଖରେ ଏହି ଗୁଣ କେବେ ଦେଖିବାକୁ ମିଳି ନାହିଁ। ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗତ ୫ ବର୍ଷ ଭିତରେ ଖୁବ୍‍ ସ୍ୱଳ୍ପ ସମୟ ଦେଖିବାକୁ ମିଳିଛି। ଏପରିକି ସେ ବିରୋଧି ଦଳର ପ୍ରଶ୍ନକୁ ମଧ୍ୟ ଶୁଣି ତାକୁ ଉତ୍ତର ଦେଉ ନଥିବର ଅନେକ ସମୟରେ ଅତୀତେ ଅଭିଯୋଗ ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ରହୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ତଥାପି ତାଙ୍କୁ ହେୟଜ୍ଞାନ କରିଥିବା ଅଭିଯୋଗ ହୋଇଛି। ଅର୍ଥାତ୍‍ ଶାସନରେ ଥାଇ ବିଧାନସଭାରେ ବସୁ ନଥିବା  ଗୃହର ନେତା ବିରୋଧୀ ଦଳର ନେତା ଦାୟିତ୍ୱ ତୁଲାଇବେ କେମିତି? ପୁଣି ହୋ ହଲ୍ଲା ପସନ୍ଦ କରୁ ନଥିବା ନବୀନଙ୍କ ଏ ପଦବୀ ଯୋଗ୍ୟ ହେବ କି?

ଏ ଭିତରେ ଚର୍ଚ୍ଚା ହେଉଛି ନବୀନ ବିରୋଧୀ ଦଳ ନେତା ଭାବେ ନବୀନ ଅନ୍ୟ ନେତାଙ୍କୁ ବାଛି ପାରନ୍ତି। ବିଜେଡିରେ ରାଜନୀତିକ ଶୀଖରତା ହାସଲ କରିଥିବା ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦିଆଯାଇପାରେ। ଏ ଭିତରେ ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, କଳିକେଶ ସିଂହଦେଓ, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ପ୍ରମୁଖ ନେତା ରହିଛନ୍ତି। ପ୍ରମିଳା ମଲ୍ଲିକ ପୂର୍ବରୁ ମନ୍ତ୍ରୀପଦ ସହ ବାଚସ୍ପତି ପଦବୀ ତୁଲାଇଛନ୍ତି। କଳିକେଶଙ୍କର ଉଭୟ ଲୋକସଭା ଓ ବିଧାନସଭା ଅଭିଜ୍ଞତା ରହିଛି। ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ ହେଉଛନ୍ତି ଅଭିଜ୍ଞ ରାଜନେତା ଯାହାଙ୍କ ପ୍ରତି ଲୋକଙ୍କ ଅନେକ ଖାତିର ରହିଛି। ଅନେକ ପ୍ରସଙ୍ଗରେ ସେମାନଙ୍କର ଅଭିଜ୍ଞତା ବି ରହିଛି। ଏହିଭଳି କ୍ଷେତ୍ରରେ ନବୀନ କାହାକୁ ବିରୋଧୀ ଦଳ ଆସନ ଦେବେ, ତାହା ହିଁ ପ୍ରଶ୍ନ। 

ବିରୋଧି ଦଳ ନେତା ବିଧି ଅନୁସାରେ ଜଣେ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ। ତାଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ୱଭାବିକ। କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ବର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି।

;