ଭୁବନେଶ୍ଵର: ବିଧାନସଭାର ଆସ୍କା-୪୦ ମଦକୁ ନେଇ ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ। 


COMMERCIAL BREAK
SCROLL TO CONTINUE READING

ବିଧାୟକଙ୍କ ଉତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଆସିକାଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ମୁଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ଯ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟଠାରୁ ଅଧିକ ରହିଛି। ଏଣୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି। ଏ ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ଟ.୬୦ ଧାର୍ଯ୍ୟ ଅଛି।