Advertisement
Article Detail0/zeeodisha/odisha2683252
Zee OdishaOdisha StateOdisha Assembly: ରାଜ୍ୟ ବିଧାନସଭାରେ ଫେରିବ କି ସ୍ୱଭାବିକ ଅବସ୍ଥା? ଆଲୋଚନା ହେବ ୨ ବିଭାଗର ଖର୍ଚ୍ଚ ଦାବି

Odisha Assembly: ରାଜ୍ୟ ବିଧାନସଭାରେ ଫେରିବ କି ସ୍ୱଭାବିକ ଅବସ୍ଥା? ଆଲୋଚନା ହେବ ୨ ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ୱର: ଦୋଳପୂର୍ଣ୍ଣମୀ ଓ ହୋଲି ପରେ ପୁଣିଥରେ ବିଧାନସଭାର ବେଜଟ୍‍ ଅଧିବେଶନ ବୈଠକ ଆଜିଠାରୁ ଆରମ୍ଭ ହେବ। ଶାସକ ଦଳ ପକ୍ଷରୁ  ଗୃହରେ ବଜେଟ୍‍ ଆଲୋଚନା ଲାଗି ପ୍ରସ୍ତୁତି ହୋଇଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେଡି ପକ୍ଷରୁ  ବିଭିନ୍ନ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧ ପ୍ରଦର୍ଶନ ହୋଇପାରେ।

Odisha Assembly: ରାଜ୍ୟ ବିଧାନସଭାରେ ଫେରିବ କି ସ୍ୱଭାବିକ ଅବସ୍ଥା? ଆଲୋଚନା ହେବ ୨ ବିଭାଗର ଖର୍ଚ୍ଚ ଦାବି

Odisha Assembly: ଭୁବନେଶ୍ୱର: ଦୋଳପୂର୍ଣ୍ଣମୀ ଓ ହୋଲି ପରେ ପୁଣିଥରେ ବିଧାନସଭାର ବେଜଟ୍‍ ଅଧିବେଶନ ବୈଠକ ଆଜିଠାରୁ ଆରମ୍ଭ ହେବ। ଶାସକ ଦଳ ପକ୍ଷରୁ  ଗୃହରେ ବଜେଟ୍‍ ଆଲୋଚନା ଲାଗି ପ୍ରସ୍ତୁତି ହୋଇଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେଡି ପକ୍ଷରୁ  ବିଭିନ୍ନ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧ ପ୍ରଦର୍ଶନ ହୋଇପାରେ। ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନାକୁ କଂଗ୍ରେସ ପୂର୍ବଭଳି ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ଚିଠି ଆଜି ବିଧାନସଭା ପରିବେଶରେ ରାଜନୀତିକୁ ସରଗରମ କରିପାରେ। ଶାସକ ଦଳ ଏହାକୁ ନେଇ ବିଜେଡିର ମୁହଁ ବନ୍ଦ କରିପାରନ୍ତି। 

ବିଧାନସଭାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଓଡ଼ିଶାର ଶିଳ୍ପ ଓ ନଗର ଉନ୍ନୟନ ବିଭାଗର ବଜେଟ୍‍ ଉପସ୍ଥାପନ ହୋଇପାରେ।  ଶିଳ୍ପ ବିଭାଗ ପାଇଁ ୮୬୮ କୋଟି ୧୪ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ପ୍ରସଙ୍ଗରେ ଆଲୋଚନା ପାଇଁ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏକ ପ୍ରସ୍ତାବ ଆଗତ କରିବେ। ଏହି ପ୍ରସ୍ତାବ ଉପରେ ବିଧାୟକମାନେ ନିଜ ନିଜର ମତ ରଖିବେ। ହେଲେ ରାଜ୍ୟରେ ଅସ୍ପଷ୍ଟ ଶିଳ୍ପ ନୀତି, ସିଏସ୍‍ଆର୍‍ ପାଣ୍ଠିର ବ୍ୟାପକ ଲୁଟ, ନୂତନ ଶିଳ୍ପ ଆବଶ୍ୟକତା, ଶିଳ୍ପ ନାଁରେ ଖଣି, ପାଣି, ଜମି, ଜଙ୍ଗଲ ଲୁଟୁଥିବା ସଂସ୍ଥାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିରୋଧ ନଦଳର ବିଧାୟକ ମାନେ ଦାବି କରିବେ। ଏହା ସହ ରାଜ୍ୟ ସରକାରଙ୍କ ମେଗା ଷ୍ଟିଲ୍‍ ପ୍ଲାଣ୍ଟ ସ୍ଥାପନ ଲକ୍ଷ୍ୟକୁ ଏକ ପ୍ରଚାର ବିଷୟ ଭାବେ ବିରୋଧୀ ଉଲ୍ଲେଖ କରିଛନ୍ତି। ପୁଣି ଆଦିବାସୀ ବହୁଳ ଅଞ୍ଚଳରେ ବୃହତ ଶିଳ୍ପର ଆବଶ୍ୟକତା, ବାସୁଦେବପୁରଠାରେ ନୂତନ ଶିଳ୍ପ ପ୍ରତିଷ୍ଠା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଶିଳ୍ପ ବିହୀନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ଇଡ୍‍କୋ ଜମି ବଣ୍ଟନରେ ବ୍ୟାପକ ଅନିୟମିତତା, ଶିଳ୍ପ ପାଇଁ ଯୋଗାଇ ଦିଆଯାଉଥିବା ଜମିରେ ଶିଳ୍ପ ନହେବା, ଶିଳ୍ପ ପାଇଁ ବୁଝାମଣା ଶୀତଳ ଭଣ୍ଡାରରେ ପଡ଼ିବା ତଥା ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା ଶିଳ୍ପାନୁଷ୍ଠାନକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ଲାଗି ବିରୋଧୀ ସରକାରଙ୍କ ଉପରେ ଚାପ ପକାଇବା କାର୍ଯ୍ୟକ୍ରମ ରହିଛି। 

ଆଜି  ନିଲମ୍ବଲ ଆଦେଶ ଶେଷ ହେଉଥିବାରୁ  ବିରୋଧୀ ଦଳ ବିଧାୟକ ତାରା ପ୍ରସାଦ ବାହିନୀ ପତି ଅଧିବେଶନରେ ଯୋଗ ଦେଇପାରନ୍ତି। ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଶିଳ୍ପ ବିଭାଗର ବ୍ୟୟ ମଞ୍ଜୁରୀ ବିଧେୟକ ଆଲୋଚନା ଓ ମଞ୍ଜୁର ହେବା ପରେ ରାଜ୍ୟପାଳଙ୍କ ପୂର୍ବ ଅନୁମତି ପାଇଥିବା ନଗର ଉନ୍ନୟନ ବିଭାଗର ଘର୍ଚ୍ଚ ଦାବି ଆଲୋଚନା ହେବ। 

Add Zee News as a Preferred Source

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଖର୍ଚ୍ଚ ଦାବି ଉପସ୍ଥାପନ କରି ଗୃହର ମଞ୍ଜୁରୀ ଆବଶ୍ୟକ କରିବେ। ଏଥିରେ ୩ କୋଟି ୯୯ ଲକ୍ଷ ୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରାଯାଇଛି। ବିରୋଧୀଙ୍କ ପକ୍ଷରୁ ଜାଗା ମିଶନ, ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ, ପୌରପାଳିକାରେ ବିସ୍ତୃତ କାର୍ଯ୍ୟ ଯୋଜନା, ରାସ୍ତାଘାଟ ମରାମତି, ଅସୁରକ୍ଷିତ ପାଣିଟାଙ୍କି, ଆଞ୍ଚଚଳିକ ଉନ୍ନୟନ ପରିଷଦ ଅଧୀନରେ ଗୃହ ନିର୍ମାଣ, ଫୁଡ୍‍ କୋର୍ଟ ସ୍ଥାପନ, ନୂତନ ବିଜ୍ଞପିତ ପରିଷଦ ଓ ପୌରାଞ୍ଚଳ ଘୋଷଣା, ସ୍ୱିରେଜ୍‍ ବ୍ୟବସ୍ଥାର ବିକାଶ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ତଷଣ କରି ଏହି ଖର୍ଚ୍ଚ ଦାବିକୁ ବିରୋଧୀ ବିରୋଧ କରିବେ ବୋଲି ସୂଚନା ଦେଇଛନ୍ତି।

About the Author