Advertisement
Article Detail0/zeeodisha/odisha2848739
Zee OdishaOdisha StateUdit Pradhan: ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଗିରଫ

Udit Pradhan: ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଗିରଫ

ଭୁବନେଶ୍ୱର: ନାରୀ ସୁରକ୍ଷା ନାଁରେ ରାଜନୀତି କରୁଥିବା କଂଗ୍ରେସ ଅସଲ ଚେହେରାକୁ ପଦାରେ ପକାଇଛନ୍ତି କଂଗ୍ରେସ ଛାତ୍ର ନେତା ଉଦିତ ପ୍ରଧାନ। ଦୁଷ୍କର୍ମ ଅଭିଯୋଗରେ ଶ୍ରୀ ପ୍ରଧାନଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍‌ସ୍‌ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

Udit Pradhan: ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଗିରଫ

Udit Pradhan: ଭୁବନେଶ୍ୱର: ନାରୀ ସୁରକ୍ଷା ନାଁରେ ରାଜନୀତି କରୁଥିବା କଂଗ୍ରେସ ଅସଲ ଚେହେରାକୁ ପଦାରେ ପକାଇଛନ୍ତି କଂଗ୍ରେସ ଛାତ୍ର ନେତା ଉଦିତ ପ୍ରଧାନ। ଦୁଷ୍କର୍ମ ଅଭିଯୋଗରେ ଶ୍ରୀ ପ୍ରଧାନଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍‌ସ୍‌ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ FIR ଦେଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ପୀଡିତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ ନାରୀ ସୁରକ୍ଷା ପାଇଁ ଲଢୁଥିବା କଂଗ୍ରେସର ଏହି ବାବୁ ଜଣକ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍‌ରେ ଦୁଷ୍କର୍ମ କରିଥିବା ନେଇ ପୀଡିତା କହିଛନ୍ତି। ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩  ଆଧାରରେ ୫ଟି ଗୁରୁତର ଦଫା ଲାଗିଛି । 

ପୋଲିସ ଲଗାଇଥିବା ଏହି ଦଫା ମଧ୍ୟରେ ବଳପୂର୍ବକ ସମ୍ମତି ହାସଲ ଅଭିଯୋଗରେ ଦଫା ୬୪(୧), ଦୁଷ୍କର୍ମ କରିବା ଅଭିଯୋଗରେ ଦଫା ୧୨୩, ନିଶା ଦ୍ରବ୍ୟ ପ୍ରୟୋଗ କରି ଦୁଷ୍କର୍ମ କରିବା ଅଭିଯୋଗରେ ଦଫା ୨୯୬ ଲାଗିଛି। ସେହିପରି ଅପରାଧ ଲୁଚାଇବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଦଫା ୭୪ , ଦଫା ୩୫୧(୨) – ମହିଳା ହିଂସା ଏବଂ ଅମାନବିକ ଅପରାଧ ଭଳି ସଂଗୀନ ଦଫା ଲଗାଇଛି। 

Add Zee News as a Preferred Source

ସେପଟେ ରାତି ଅଧିଆ ଗିରଫ ହୋଇଥିବା ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ମେଡିକାଲ ଟେଷ୍ଟ ସକାଳୁ କରାଯିବା ସହ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ମିଳିଛି । ଏପଟେ ରାଜ୍ୟରେ ନାରୀ ନିର୍ଯାତନା ନେଇ  ବିଜେପି ସରକାରଙ୍କୁ ପ୍ରଦେଶ କଂଗ୍ରେସ ଘେରୁଥିବା ବେଳେ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁରେ ଆସିଥିବା ଦୁଷ୍କର୍ମ ମାମଲା ଖୋଦ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି । 

About the Author