Advertisement
Article Detail0/zeeodisha/odisha2677803
Zee OdishaOdisha Stateକନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Youth Gets 10 Yrs RI:  ୨୦୧୬ ମସିହାରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ (RI) ଦଣ୍ଡିତ କରିଛନ୍ତି।

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକଙ୍କୁ ୧୦ ବର୍ଷ କାରାଦଣ୍ଡ
କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକଙ୍କୁ ୧୦ ବର୍ଷ କାରାଦଣ୍ଡ

Kandhamal​ News: ୨୦୧୬ ମସିହାରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ (RI) ଦଣ୍ଡିତ କରିଛନ୍ତି। ଏହା ସମେତ ଅଦାଲତ ଦୋଷୀକୁ ୧୧,୦୦୦ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ଦେବାକୁ ବିଫଳ ହେଲେ ଅତିରିକ୍ତ ପାଞ୍ଚ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ ୧୧ ଜଣ ସାକ୍ଷୀଙ୍କୁ ବୟାନ ଓ ପ୍ରମାଣକୁ ଆଧାର କରି ଏହି ରାୟ ଦେଇଛନ୍ତି। ଏହା ସହିତ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ ସ୍ୱରୂପ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

fallback

Add Zee News as a Preferred Source

କ'ଣ ଥିଲା ମାମଲା

ଖବର ଅନୁଯାୟୀ ଘଟଣାଟି ଏପ୍ରିଲ ୨୦୧୬ ମସିହାରେ ଅଟେ। ଏହି ସମୟରେ ପୀଡିତାଙ୍କ ବୟସ ୧୩ ବର୍ଷ ଥିଲା। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଞ୍ଚଳର ନିଜ ଗାଁ ନିକଟ ଏକ ନିର୍ଜନ ସ୍ଥାନରେ ଚେନ୍ନାଇରେ ଥିବା ନିଜ ଭଉଣୀଙ୍କ ସହ କଥା ହେବା ପାଇଁ ମୋବାଇଲ୍ ନେଟୱାର୍କ ଖୋଜି ବୁଲୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଏକ ବୁଦା ପଛରେ ଟାଣି ନେଇ ଦୁଷ୍କର୍ମ କରିଥିଲେ।

About the Author