)
ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଷ୍ଟିଲ୍ ଓ ପାଓ୍ୱାର ପ୍ଲାଣ୍ଟ ଭୂଷଣକୁ ଜେଏସ୍ଡବ୍ଲୁର ଅଧିଗ୍ରହଣକୁ ନେଇ ସୁପ୍ରିମକୋର୍ଟ ମଞ୍ଜରୀ ଦେଇଛନ୍ତି। ଦେବାଳିଆ କୋଡ଼ ଅନୁସାରେ କମ୍ପାନୀ ସମସ୍ତ ସର୍ତ୍ତ ପୂରଣ କରୁଥିବାରୁ ଏହି କାରବାରରେ କୌଣସି ଅସୁବିଧା ନାହିଁ ବୋଲି ସୁପ୍ରିମେକାର୍ଟଙ୍କୁ ମୁଖ୍ୟ ବିଚାରପତି ଅନୁଭବ କରିଛନ୍ତି। ଏହିକ୍ରମରେ ୧୯୭୦୦ କୋଟି ଟଙ୍କାରେ ଭୂଷଣ ପାଓ୍ୱାଓ ଷ୍ଟିଲ କମ୍ପାନୀର ଅଧିଗ୍ରହଣକୁ ସ୍ୱୀକୃତୀ ପ୍ରଦାନ କରିଛନ୍ତି କୋର୍ଟ।
ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ମାମାଲା ପରିଚାଳିତ ହେଉଥିଲା। ରାଷ୍ଟ୍ରୀୟ କମ୍ପାାନୀ ବିଧି ଟ୍ରିବ୍ୟୁନାଲ( ଏନ୍ସିଏଲ୍ଟି) ଏବଂ ଜାତୀୟ କମ୍ପାନି ବିଧି ନିବେଦନ ଟ୍ରିବ୍ୟୁନାଲ୍ ଉଭୟ ଏହି ଅଧିଗ୍ରହଣ ଚୁକ୍ତିକୁ ମଞ୍ଜୁର କରିଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କୁ ଦୁଇ ଜଜ୍ ବିଶିଷ୍ଟ ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ଯୋଗ୍ୟତାକୁ ଆଧାର କରି କମ୍ପାନୀକୁ ଲିକ୍ୱିଡେଟ୍ କରିବା ପାଇଁ କୋର୍ଟ କହିଥିଲା।
କିନ୍ତୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିକ ଖଣ୍ଡପୀଠ ପୂର୍ବ ରାୟକୁ ବିଚାରକୁ ବଦଳାଇ ଏବେ ଅଧିଗ୍ରହଣ ପ୍ରକ୍ରିୟାରେ ମୋହର ଲଗାଇଛନ୍ତି। ୨୦୧୬ ମସିହାରୁ ଏ ନେଇ ମାମଲା ପରିଚାଳିତ ହେଉଥିଲା।