ମୟୂରଭଞ୍ଜ: ଆଜି ସନ୍ଧ୍ୟାରୁ ବାରିପଦାରୁ ବିଭିନ୍ନ ଆଡ଼କୁ ଗଡ଼ିବ ବସ। ବସ ବନ୍ଦ ବିବାଦ ତୁଟିବା ପରେ ଏଭଳି ନିଷ୍ପତ୍ତି ନିଆଯାଇ ଥିବା ମୟୂରଭଞ୍ଜ ଏସପି ଆଜି ସୂଚନା ଦେଇଛନ୍ତି। ଆଜି ଏସପିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘଟଣାର ସମାଧାନ ହୋଇ ସନ୍ଧ୍ୟା ୭ଟାରୁ ବସ ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ବସ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଘଟିବା ପରେ ସେବେଠୁ ବାରିପଦାରୁ କୌଣସି ବସ ଚଳାଚଳ କରୁ ନଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ ଗଡ଼ୁନଥିବାର ଜଣାପଡ଼ିଛି। ବସ ଚଳାଚକ ବନ୍ଦ ହୋଇଥିବା କାରଣରୁ ହନ୍ତସନ୍ତ ଯାତ୍ରୀ। ତୁରନ୍ତ ଘଟଣାର ସମାଧାନ କରି ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି ହୋଇଥିଲା। ଉକ୍ତ ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ଟାଉନ ଥାନା ପୁଲିସ।


ସୂଚନାଯୋଗ୍ୟ, ଦୁର୍ଗା ନାମକ ଏକ ଘରୋଇ ବସ୍ ବାରିପଦାରୁ ବ୍ରହ୍ମପୁରକୁ ଅଧିକାଂଶ ଦିନ ବିଳମ୍ବରେ ଯାଏ। ଏହାକୁ ନେଇ ଗତକାଲି ରାତି ୮ ଟାରେ ଦୁର୍ଗା ବସ୍ ମ୍ୟାନେଜରଙ୍କୁ କିଛି ଲୋକ ମାରପିଟ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ଖଣ୍ଡା ଓ ଭୁଜାଲି ଧରି ବସ୍‌ଷ୍ଟାଣ୍ଡରେ ପହଁଚି ଥିଲେ। ତାପରେ ହାଣି ଚାଲିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଏହାକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ୩ ଜଣ ଆକ୍ରମଣକାରୀଙ୍କୁ ବାରିପଦା ଟାଉନ୍ ପୁଲିସ ଉଠାଇ ନେଇଥିଲା।