Advertisement
Article Detail0/zeeodisha/odisha2310976
Zee OdishaZee Odishaସଂସଦରେ ବଡ଼ ଘୋଷଣା କଲେ ରାଷ୍ଟ୍ରପତି, ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ସୁବିଧା...

ସଂସଦରେ ବଡ଼ ଘୋଷଣା କଲେ ରାଷ୍ଟ୍ରପତି, ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ସୁବିଧା...

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା। ମେନିଫେଷ୍ଟୋରେ କୁହାଯାଇଛି ଯେ ଆୟୁଷ୍ମାନ କାର୍ଡ ଅଧୀନରେ ଦେଶର ଲୋକମାନେ ୫ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ପାଇବେ। 

ସଂସଦରେ ବଡ଼ ଘୋଷଣା କଲେ ରାଷ୍ଟ୍ରପତି, ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ସୁବିଧା...

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୦ ବର୍ଷର ସଫଳତା, ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ ସମ୍ପର୍କରେ ଆଜି ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଆୟୁଷ୍ମାନ ଯୋଜନା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ରାଷ୍ଟ୍ରପତି। 

ରାଷ୍ଟ୍ରପତି କହିଛନ୍ତି ଯେ, ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଯୋଜନା ଅନୁଯାୟୀ ଚିକିତ୍ସା ଯୋଗାଇ ଦିଆଯିବ। ବର୍ତ୍ତମାନ ୭୦ବର୍ଷରୁ ଅଧିକ ସମସ୍ତ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ଲାଭ ପାଇବେ। ଗତ ୧୦ବର୍ଷ ମଧ୍ୟରେ ସରକାର ଅନେକ ସଂସ୍କାର ମଧ୍ୟ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା। ମେନିଫେଷ୍ଟୋରେ କୁହାଯାଇଛି ଯେ ଆୟୁଷ୍ମାନ କାର୍ଡ ଅଧୀନରେ ଦେଶର ଲୋକମାନେ ୫ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ପାଇବେ। 

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ୧୦ବର୍ଷର ସୁଶାସନ ଉପରେ ଲୋକମାନେ ମୋହର ମାରିଛନ୍ତି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା କେବଳ ମୋ ସରକାର ହିଁ ପୂରଣ କରିପାରିବ। ଏଥିସହିତ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଅସାମ୍ବିଧାନିକ ବୋଲି କହିଛନ୍ତି ରାଷ୍ଟ୍ରପତି। ଏହା ଭାରତ ସମ୍ବିଧାନର ଏକ କଳଙ୍କିତ ପୃଷ୍ଠା ବୋଲି ଉଦବୋଧନରେ କହିଛନ୍ତି।

Add Zee News as a Preferred Source
About the Author