Advertisement
Article Detail0/zeeodisha/odisha3036534
Zee OdishaTop 10 NewsTop 10 News: ଭୁବନେଶ୍ୱରରେ ୯ ହଜର ଏକରରେ ନୂଆ ଟାଉନ୍‌, ନେତାନ୍ୟାହୁଙ୍କ ସହ କଥା ହେଲେ ପିଏମ୍ ମୋଦୀ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News: ଭୁବନେଶ୍ୱରରେ ୯ ହଜର ଏକରରେ ନୂଆ ଟାଉନ୍‌, ନେତାନ୍ୟାହୁଙ୍କ ସହ କଥା ହେଲେ ପିଏମ୍ ମୋଦୀ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ରାଜଧାନୀରେ ପୁଣି ଏକ ନୂଆ ସହର ଗଢନା ହେବ। ସରକାର ବଡ଼ ପ୍ଲାନ କରୁଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର।

 

10 December Top 10 News Headlines
10 December Top 10 News Headlines

10 December Top 10 News Headlines: 1. New town in Bhubaneswar: ରାଜଧାନୀରେ ପୁଣି ଏକ ନୂଆ ସହର ଗଢା ହେବ। ସରକାର ବଡ଼ ପ୍ଲାନ କରୁଛନ୍ତି। ସାଧାରଣ ଲୋକମାନେ ଶସ୍ତାରେ ଘର ଆଉ ଜମି ପାଇବେ। ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ। ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ। ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। 

2. OAS Reshuffle in Odisha: ବୁଧବାର ଦିନ ଓଡ଼ିଶା ସରକାର ଓଡ଼ିଶା ପ୍ରଶାସନିକ ସେବା (OAS)ରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପ୍ରମୁଖ ବିଭାଗଗୁଡ଼ିକରେ ଅନେକ ଅଧିକାରୀଙ୍କ ବଦଳି ଏବଂ ନୂତନ ପଦବୀ ଦିଆଯାଇଛି। ଏ ସମ୍ପର୍କରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

3. Odisha forms high-level committee: ଛତିଶଗଡ଼ ସହିତ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯିଏ ପ୍ୟାନେଲକୁ ଆଲୋଚନା ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ ବାକି ଥିବା ଚିନ୍ତାର ସମାଧାନ କରିବାକୁ କହିଥିଲେ।

Add Zee News as a Preferred Source

4. Train routes changed: ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ୍‍ ଡିଭିଜନ୍‍ରେ କିଛି ଏକ୍ସପ୍ରେସ ଓ ମେଲ୍‍ ଟ୍ରେନ ଯାତାୟାତରେ ସଂଶୋଧନ କରାଯାଇଛି। ରାଜା ଆଠଗଡ଼ ଏବଂ ଯୋରନ୍ଦା ରୋଡ୍‍ ମଧ୍ୟରେ ନନ୍‍ ଇଣ୍ଟରଲିଙ୍କିଙ୍ଗ କାର୍ଯ୍ୟ ପାଇଁ ଆବଶ୍ୟକ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ଟ୍ରେନ ରୁଟ୍‍ ସମ୍ବନ୍ଧରେ ପୂର୍ବତଟ ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। 

5. Cough syrup racket busted in Odisha: ରାଜ୍ୟରେ ବଢ଼ୁଛି  ଅବୈଧ କଫ ଶିରପ୍‍ କାରବାର। ନିଶା କାରବାରରେ ଅଧିକ ବ୍ୟବହାର ହେଉଥିବାରୁ ଅନେକ ଅନାମଧ୍ୟେୟ କମ୍ପାନୀର କଫ ଶିରପ କାରବାର ହେଉଛି। ଏହାକୁ ରୋକିବା ପାଇଁ ପୁଲିସ ପ୍ରଶାସନ ଚେଷ୍ଟା କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହିଁ। ତଥାପି ଗଲା କିଛିଦିନ ଭିତରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରିଥିବା ସୂଚନା ଦେଇଛି। 

6. Mokim writes to Sonia Gandhi: ରାଜ୍ୟ କଂଗ୍ରେସକୁ ସଂକଟ ପିଛା ଛାଡ଼ୁ ନାହିଁ। ରାଜ୍ୟ ସଂଗଠନରେ ଦୀର୍ଘନିନ ଧରି କୁହୁଳୁଥିବା ଅସନ୍ତୋଷ ପୁଣିଥରେ ପ୍ରକାଶ ପାଇଛି। ରାଜ୍ୟର କଂଗ୍ରେସ ସଭାପତିମାନଙ୍କ ବିରୋଧରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ୧୦ଟି ଜରୁରୀ ପ୍ରସଙ୍ଗ ଉଠାଇଛନ୍ତି।

7. Netanyahu Dials PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ନେତାନ୍ୟାହୁ ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି। ଯାହା ପରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକ ସମୟରେ, ଉଭୟ ନେତା ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାରେ ନିରନ୍ତର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।

8. Amit Shah Parliament Speech: ବୁଧବାର ସଂସଦର ଚଳିତ ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଆଲୋଚନାର ଉତ୍ତର ଦେଇଥିଲେ। ଅମିତ ଶାହ ନିର୍ବାଚନ କମିଶନ ଏବଂ ଭୋଟର ତାଲିକା ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

9. Deepavali UNESCO recognition: ଭାରତର ବଡ଼ ପର୍ବ ଦୀପାବଳିକୁ ଆନୁଷ୍ଠାନିକ ଭାବରେ ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ୟୁନେସ୍କୋ ବୁଧବାର ଦିନ ଏହା ଘୋଷଣା କରିଛି। ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

10. ICC Latest ODI Rankings: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ODI ରାଙ୍କିଙ୍ଗରେ ଟପ୍-୩ ରେ ପହଞ୍ଚିଛନ୍ତି। କୋହଲି ଏପର୍ଯ୍ୟନ୍ତ ନମ୍ବର ୱାନ ସ୍ଥାନରେ ପହଞ୍ଚି ନାହାଁନ୍ତି କିନ୍ତୁ ସେ ନିଶ୍ଚିତ ଭାବରେ ରୋହିତ ଶର୍ମାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦୁଇଟି ଦିନିକିଆରେ କୋହଲିଙ୍କ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ତାଙ୍କ ରାଙ୍କିଙ୍ଗରେ ପ୍ରଭାବ ପକାଇଥିବା ପରି ମନେ ହେଉଛି।

About the Author