Advertisement
Article Detail0/zeeodisha/odisha2764979
Zee OdishaTop 10 NewsTop 10 News Headlines: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଦିନତମାମ ର ୧୦ ଟି ବଡ଼ ଖବର ଜାଣନ୍ତୁ ଚୁଟକିରେ...

Top 10 News Headlines: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର ଓ ଅନ୍ୟାନ୍ୟ ବଡ଼ ଖବର

Joe Biden: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ୟାନସର ଖବର ପ୍ରଚାରିତ ହେବା ପରେ ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଜୋ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାଇଡେନ୍‌ଙ୍କ ପରିସ୍ରା ପରୀକ୍ଷା ପରେ ଆସିଲା କ୍ୟାନସର୍ ରିପୋର୍ଟ । ପ୍ରୋଷ୍ଟେଟ୍ କ୍ୟାନସର୍‌ରେ ବାଇଡେନ୍‌ ପୀଡ଼ିତ ଥିବା ସୂଚନା ମିଳିଛି । କ୍ୟାନସର୍‌ ବାଇଡେନ୍‌ଙ୍କ ହାଡ଼କୁ ବ୍ୟାପିଯାଇଥିବା ଅନୁମାନ । ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି ।

Amit Shah On Cyber Attack: ସାଇବର ଅପରାଧ ରୋକିବାକୁ MHAର ବଳିଷ୍ଠ ପଦକ୍ଷେପ । ଇ-ଜିରୋ FIR ବ୍ୟବସ୍ଥା ଆରମ୍ଭ କଲା ଗୃହ ମନ୍ତ୍ରାଳୟ । ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀରୁ ଇ-ଜିରୋ FIR ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ କଲେ ଅମିତ୍ ଶାହ। ନୂତନ ବ୍ୟବସ୍ଥା NCRP କିମ୍ବା 1930ରେ ଦାଖଲ ସାଇବର ଆର୍ଥିକ ଅପରାଧକୁ ସ୍ୱୟଂଚାଳିତ ଭାବରେ FIRରେ ପରିଣତ କରିବ । ଇ-ଜିରୋ FIR ପାଇଁ ପ୍ରାରମ୍ଭିକ ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ସୀମା । ନୂତନ ବ୍ୟବସ୍ଥା ସାଇବର ଅପରାଧୀଙ୍କୁ ଧରିବାକୁ ସହଜ କରିବ । ଏହି ନୂତନ ବ୍ୟବସ୍ଥାକୁ ଶୀଘ୍ର ଦେଶରେ ବିସ୍ତାର କରାଯିବ ବୋଲି ଶାହ କହିଛନ୍ତି। 

Illigal Bangladeshi In Odisha: ରାଜ୍ୟ ଓ ଦେଶର ସୁରକ୍ଷାକୁ ନଜରରେ ରଖି ନୋଡାଲ୍‌ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି ସ୍ପେଶାଲ୍‌ ଟାସ୍କ ଫୋର୍ସ । ଅବାଧରେ ପ୍ରବେଶ, ବିନା ଭିସାରେ ରହଣି ଓ ଜାଲ୍‌ ପ୍ରମାଣପତ୍ର ପ୍ରସ୍ତୁତ କରି ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତଥିବା ବାଂଲାଦେଶୀଙ୍କ ଉପରେ ଏବେ କଡ଼ା ନଜର । ସେଥିପାଇଁ ସମସ୍ତ ଜିଲ୍ଲା ପୁଲିସର ସହ ଯୋଗାଯୋଗରେ ରହି ବେଆଇନ୍‌ ବାଂଲାଦେଶୀଙ୍କ ତାଲିକା ପ୍ରସ୍ତୁତି ଚାଲିଛି ।

Add Zee News as a Preferred Source

Chakadera Niti: ପରମ୍ପରା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ଚକଡେରା ନୀତି। ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତ ମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି। ସେପଟେ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ହୋଇଥିଲା।

Drone Fly On Lingaraj Temple: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌। ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଉଡ଼ିଲା ଡ୍ରୋନ୍‌
ଡ୍ରୋନ୍‌ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା । ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ପୋଲିସ ତଦନ୍ତ ପରେ କାହା ଅନୁମତିରେ ଡ୍ରୋନ ଉଡ଼ିଥିଲା ତାହାର ସୂଚନା ମିଳିବ ବୋଲି କୁହାଯାଇଛି। 

Jyoti Malhotra Links With Puri: ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ସହ ଓଡ଼ିଶା ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରି ଦେଇଛି ଏନ୍‌ଆଇଏ । ତଥ୍ୟ ପ୍ରମାଣ ଏକାଠି କରିବା ପରେ ଖୁବଶୀଘ୍ର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ନିଜ ହେପାଜତକୁ ନେଇପାରେ । ବିଶେଷ କରି ଜ୍ୟୋତି-ପ୍ରିୟଙ୍କା ସମେତ ଓଡ଼ିଶା ଲିଙ୍କ୍‌ର ଭିତିରିଆ ଘଣ୍ଟାଚକଟା ଆରମ୍ଭ ହୋଇଥିଲାବେଳେ, ଏମ୍‌ଏଚ୍‌ଏ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ।

Odisha Weather Update: ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର  କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ଯାହା ଫଳରେ ବର୍ଷାର ସମ୍ଭାବନା ଦେଖାଦେଇଛି।

Bengaluru Rain Tragedy: ଅଦିନିଆ ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ପୁରା ବେଙ୍ଗାଲୁରୁ ସହର । ରାସ୍ତାରେ ଚାଲୁଛି ଡଙ୍ଗା । ଘର ଭିତରେ ପାଣି ପଶିଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସବାବପତ୍ର ପାଣିରେ ଭାସୁଛି । ଅଣ୍ଟାଏ ଉଚ୍ଚର ପାଣିରେ ପଶି ଲୋକମାନେ ଯାଆସ କରୁଛନ୍ତି । ଅନେକ ଆପାର୍ଟମେଣ୍ଟର ତଳ ମହଲାରେ ପାଣି ପଶିଯାଇଛି । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି । ସେପଟେ ସାଧାରଣ ଜନତା ଡ୍ରେନେଜ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

Pakistani Spy: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଆଉ ଜଣେ ଗିରଫ। ଉତ୍ତର ପ୍ରଦେଶର ମୁରାଦାବାଦରୁ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ହେଲା ଶେହଜାଦ । ସେ ବାରମ୍ବାର ପାକିସ୍ତାନ ଗସ୍ତ କରିଥିଲା, ସୀମା ସେପଟକୁ ଯାଇ ବିଭିନ୍ନ ସାମଗ୍ରୀର ଚୋରା ଚାଲାଣରେ ସାମିଲ ଥିଲା। ଆଇଏସଆଇ ଏଜେଣ୍ଟମାନଙ୍କୁ ଭାରତର ସୁରକ୍ଷା ସଂପର୍କିତ ଅନେକ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ହୋଇଛି ।

Asia Cup Update: ଏସିଆ କପ୍‌ରୁ ଭାରତ ଓହରିବା ଖବରକୁ ଖଣ୍ଡନ କଲେ BCCI ସମ୍ପାଦକ । ମହିଳା ଏମର୍ଜିଂ ଟିମ୍‌ ଏସିଆ କପ୍‌ରୁ ଓହରିବା କଥାକୁ ମଧ୍ୟ ଖଣ୍ଡନ । ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଓହରିଥିବା ପ୍ରକାଶ ପାଇଥିଲା । BCCI ଏପରି ନିଷ୍ପତ୍ତି ନେଇନି କହିଲେ ସମ୍ପାଦକ ଦେବଜିତ ସାଇକିଆ ଏନେଇ ICCକୁ ଅବଗତ କରାଯିବା ଖବରକୁ ବି ଖଣ୍ଡନ କଲେ କଲେ BCCI ସମ୍ପାଦକ। 

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more