)
4 December Top 10 News Headlines: 1. Odisha Assembly Winter Session: ଚଳିତ ଶୀତ ଅଧିବେଶନ ଆରମ୍ଭରୁ ଗୃହ ସୁରୁଖୁରୁରେ ଚାଲିଆସିଥିବା ବେଳେ ଆଜି କଂଗ୍ରେସ ଗୃହ ଅଚଳ କରିଛି । ଗତକାଲି ଅର୍ଥାତ୍ ବୁଧବାର ବେସରକାରୀ କାର୍ଯ୍ୟ ଦିବସରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କୁ ସଂକଳ୍ପ ଉପସ୍ଥାପନ କରିବା ପାଇଁ ସୁଯୋଗ ଦିଆନଯିବା ପ୍ରତିବାଦରେ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ଆଜି ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିପରିନାହିଁ ।
2. Odisha Police on High Alert at Barabati Stadium: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୯ ଡିସେମ୍ୱରେ କଟକ ବାରବାଟୀ ଷ୍ଟାଡିୟମଠାରେ ଟି-୨୦ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।
3. Rs 1 Crore for Bargarh Dhanu Yatra: ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବରେ ବିବେଚିତ ବରଗଡ଼ ଧନୁ ଯାତ୍ରା ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବ। ଆଜି ରାଜଧାନୀରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
4. Utkal Sangeet Mahavidyalaya Lecturer Sacked: ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଜି ଓଡ଼ିଶାର ରାଜଧାନୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି। ଛାତ୍ରୀମାନଙ୍କଠାରୁ ଅଭିଯୋଗ ପାଇବା ପରେ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
5. Odisha Post Office Relocation: ଓଡ଼ିଶାର ପଞ୍ଚାୟତିରାଜ ବିଭାଗ ରାଜ୍ୟର ୫୭୩ଟି ଡାକଘରକୁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ପ୍ରଶାସନିକ କାର୍ଯ୍ୟକୁ ସୁଗମ କରିବା ଏବଂ ତୃଣମୂଳ ସ୍ତରର ଶାସନକୁ ସୁଦୃଢ଼ କରିବା। ସରକାରୀ ସୂଚନା ଅନୁଯାୟୀ ସମସ୍ତ ଜିଲ୍ଲା କଲେକ୍ଟରମାନେ ସ୍ଥାନାନ୍ତର ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି।
6. Ekamra Parikrama Project update: ଏକାମ୍ର ପରିକ୍ରମା ପ୍ରକଳ୍ପର ପ୍ରମୁଖ ଅଂଶ ୨୦୨୬ ଶିବରାତ୍ରି ପୂର୍ବରୁ ସମାପ୍ତ ହେବ ଏବଂ ସମଗ୍ର ପ୍ରକଳ୍ପ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଘୋଷଣା କରିଛନ୍ତି।
7. Swaraj Kaushal passes away: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ପିତା ସ୍ୱରାଜ କୌଶଳଙ୍କ ଦେହାନ୍ତ ହୋଇଛି। ସେ ଜଣେ ବରିଷ୍ଠ ଓକିଲ ଥିଲେ ଏବଂ ମିଜୋରାମର ପୂର୍ବତନ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଗୁରୁବାର ତାଙ୍କର ଦେହାନ୍ତ ହୋଇଥିଛି।
8. IndiGo Flight Cancellations: ଚଳିତ ସପ୍ତାହରେ ଭାରତର ଅନେକ ବିମାନବନ୍ଦରରେ ମ ଯାତ୍ରୀମାନେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେତେବେଳେ ଉଡ଼ାଣ ବିଳମ୍ବ ହୋଇଥିଲା ତ ଆଉ କେତେବେଳେ ବିମାନ ବାତିଲ ହୋଇଥିଲା। ଗତ ତିନି ଦିନରେ ହଜାର ହଜାର ଯାତ୍ରୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯାହା ଆଜି ମଧ୍ୟ ଜାରି ରହିଛି।
9. Putin India Visit: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲମ ବିମାନବନ୍ଦରରେ ବ୍ୟକ୍ତିଗତ ଭାବରେ ତାଙ୍କର ଘନିଷ୍ଠ ବନ୍ଧୁ ପୁଟିନଙ୍କୁ ସ୍ୱାଗତ କରିଥିଲେ। ପୁଟିନ ତାଙ୍କ ବିମାନରୁ ଓହ୍ଲାଇବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଋଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପାଲମ ବିମାନବନ୍ଦରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
10. 5 players inform limited ipl availability: ଆଇପିଏଲ୍ ନିଲାମ ପାଇଁ ପଞ୍ଜିକୃତ ହୋଇଥିବା ୧୩୫୫ ଖେଳାଳିଙ୍କ ମଧ୍ୟରୁ ପାଞ୍ଚ ଜଣ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ IPL 2026 ପାଇଁ ସେମାନଙ୍କର ସୀମିତ ଉପଲବ୍ଧତା ବିଷୟରେ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆର ଏଷ୍ଟନ୍ ଏଗର (୬୫ ପ୍ରତିଶତ) ଏବଂ ୱିଲିୟମ୍ ସଦରଲ୍ୟାଣ୍ଡ (୮୦ ପ୍ରତିଶତ), ନ୍ୟୁଜିଲାଣ୍ଡର ଆଡାମ ମିଲନେ (୯୫ ପ୍ରତିଶତ) ଏବଂ ଦକ୍ଷିଣ ଆଫ୍ରିକାର ରିଲି ରୋସୋ (୨୦ ପ୍ରତିଶତ) ସମସ୍ତେ ଏହି ସିଜନରେ ଖେଳିବାର ସମ୍ଭାବନା ସୂଚାଇଛନ୍ତି।