Advertisement
Article Detail0/zeeodisha/odisha3174018
Zee OdishaTop 10 NewsTop 10 News: ୪୨ ମାଓବାଦୀଙ୍କ ଆତ୍ମସମର୍ପଣ, ନିର୍ବାଚନ କମିଶନରଙ୍କ ବଡ ସୂଚନା ଓ ଅନ୍ୟ ଖବର

Top 10 News: ୪୨ ମାଓବାଦୀଙ୍କ ଆତ୍ମସମର୍ପଣ, ନିର୍ବାଚନ କମିଶନରଙ୍କ ବଡ ସୂଚନା ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ 

Top 10 News: ୪୨ ମାଓବାଦୀଙ୍କ ଆତ୍ମସମର୍ପଣ, ନିର୍ବାଚନ କମିଶନରଙ୍କ ବଡ ସୂଚନା ଓ ଅନ୍ୟ ଖବର

Top 10 News Today

Headlines 01- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୫ ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାବେଳେ ଶ୍ରମ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପରିବହନ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି,  ଜଳସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ପଞ୍ଚାୟତିରାଜ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳଥିବାବେଳେ ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

Headlines 02- ପବିତ୍ର ନଗରୀ ବୃନ୍ଦାବନରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବୃନ୍ଦାବନ ଏବଂ ମାନ ମଧ୍ୟରେ ଯମୁନା ନଦୀ ପାର ହେଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ଏକ ପଣ୍ଟୁନ୍ ବ୍ରିଜ୍ ସହିତ ଧକ୍କା ହୋଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ, ଡଙ୍ଗାଟି ନଦୀର ମଝିରେ ଓଲଟି ପଡ଼ିଲା। ଡଙ୍ଗାରେ ପ୍ରାୟ ୨୫ ଜଣ ଭକ୍ତ ଏବଂ ସ୍ଥାନୀୟ ଲୋକ ଥିଲେ। ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Add Zee News as a Preferred Source

Headlines 03- ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି। ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ଭିତ୍ତିକରି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୨୧୩୬ଟି ସ୍ଥାନରେ ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ଗ୍ୟାସ ଏଜେନ୍ସି ଓ ଅନ୍ୟ ସ୍ଥାନ ରହିଛି। ଏହି ସବୁ ସ୍ଥାନରୁ ୪୬୯୧ ସିଲିଣ୍ଡର ଜବତ କରାଯାଇଛି ଏବଂ ୫ ଜଣଙ୍କୁ ଗିରଫ କରାଯାଇଛି।

Headlines 04- ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ କାରଣରୁ ଏପ୍ରିଲ୍ ୧୩ ତାରିଖରେ ହେବାକୁ ଥିବା ବିଏମସି ଓ ବିଡିଏର ଜନଶୁଣାଣିକୁ ବାତିଲ କରାଯାଇଛି । ଏନେଇ ସର୍ବସାଧାରଣଙ୍କ ପାଇଁ ସୂଚନା ଦିଆଯାଇଛି ।

Headlines 05- ଭୁବନେଶ୍ୱର ଏମ୍ସ ନର୍ସିଂ ଆସୋସିଏସନ୍‌ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ପାତ୍ରପଡ଼ା ବସ୍‌ ଷ୍ଟପ୍ ନିକଟରେ ୬ ଜଣ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଖଣ୍ଡଗିରି ଥାନାରେ ଏନେଇ ଏତଲା ଦିଆଯାଇଛି ଏବଂ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଏମ୍ସ ନର୍ସିଂ ସଙ୍ଘ ପକ୍ଷରୁ କ୍ୟାଣ୍ଡେଲ୍ ରାଲି କରାଯାଇଛି ।

Headlines 06- ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍ ଜାରି ହୋଇଛି । ଶିକ୍ଷାନୁଷ୍ଠାନ ପୁସ୍ତିକା, ନାମଲେଖା କିଟ୍‌ରେ ଆଚରଣ ବିଧି ସାମିଲ୍ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ହ୍ୟାଣ୍ଡବୁକ୍ ଓ ଅଫିସିଆଲ୍ ୱେବସାଇଟ୍‌ରେ ବି ସାମିଲ୍‌ କରିବାକୁ ନିର୍ଦ୍ଦେଶ ରହିଛି । ସଚେତନତା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅବଗତ କରାଯିବ । କେହି ଉଲ୍ଲଙ୍ଘନ କଲେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ।

Headlines 07- ଇରାନ୍ ସହ ଶାନ୍ତି କଥାବାର୍ତ୍ତା ପାଇଁ ୱାଶିଂଟନ୍‌ରୁ ଇସଲାମାବାଦ୍ ଅଭିମୁଖେ ଯାଇଛନ୍ତି ଉପରାଷ୍ଟ୍ରପତି ଭାନ୍ସ । ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ଭାନ୍ସ । ଆଲୋଚନା ସକରାତ୍ମକ ହେବା ନେଇ ଆଶାବାଦୀ କହିଛନ୍ତି ଭାନ୍ସ
।  ଇରାନ୍ ଭଲ ବିଶ୍ବାସର ସହ ଆଲୋଚନା କଲେ ଆମେ ହାତ ବଢ଼ାଇବୁ ଏବଂ ଆମ ସହିତ ଖେଳ ଖେଳିବାକୁ ଚେଷ୍ଟା କଲେ ଗ୍ରହଣ କରିବୁନୁ ବୋଲି ଭାନ୍ସ କହିଛନ୍ତି ।

Headlines 08- ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୪୨ ମାଓବାଦୀ । ବିପୁଳ ବିସ୍ଫୋରକ ଓ ୮୦୦ ଗ୍ରାମ୍ ସୁନା ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୨୧ ଜଣ PLGA ବାଟାଲିଅନର । ୧୧ ତେଲେଙ୍ଗାନା ଷ୍ଟେଟ୍‌ କମିଟିର ଏବଂ ୧୦ ଜଣ ଦଣ୍ଡକାରଣ୍ୟ SZC ସଦସ୍ୟ । ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଛନ୍ତି ଡିଜିପି ବି. ଶିବଧର ରେଡ୍ଡୀ ।

Headlines 09- ଝାରସୁଗୁଡାରେ ହେବ ଆଲୁମିନିୟମ ପାର୍କ। ଏଥିପାଇଁ ଆଜି ଆଲୁମିନିୟମ୍‌ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍‌ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ବାର ଲିଃ ( ସିଂଘଲ୍‌ ଗ୍ରୁପ୍‌ ଅଫ ଇଣ୍ଡଷ୍ଟ୍ରିଜ୍‌ର ଏକ ଅଂଶ) ଓ ସ୍କଟ୍‌-ଏଲ୍‌ ମେଟକନ ପ୍ରା. ଲିଃ (ସ୍କଟିସ୍‌ କେମିକାଲ ଓ ୟୁଏଏଲ୍‌ ଇଣ୍ଡଷ୍ଟ୍ରିଜ୍‌ର ଏକ ସହଯୋଗୀ କମ୍ପାନି) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ବୁଝାମଣା ଅନୁସାରେ ଉଭୟ କମ୍ପାନି ଝାରସୁଗୁଡ଼ାରେ ବେଦାନ୍ତର ଆଗାମୀ ଆଲୁମିନିୟମ ପାର୍କ ପରିସରରେ ଆନୁଷଙ୍ଗିକ ଆଲୁମିନିୟମ ଉତ୍ପାଦନ କାରଖାନା ସ୍ଥାପନ କରିବେ।

Headlines 10- ୨୦୨୬ ଭୋଟର୍ ତାଲିକା ଆଧାରରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । SIR କିଛିଦିନ ଭିତରେ ଆରମ୍ଭ ହେବ ଏବଂ ତାହା ସରିବା ପରେ ନୂଆ ଭୋଟର ଲିଷ୍ଟ । ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କର । ସଂରକ୍ଷଣ ପକ୍ରିୟା ଆରମ୍ଭ ହେଲାଣି ତେଣୁ ଆଉ ସୀମା ନିର୍ଦ୍ଧାରଣ ହେବନାହିଁ । ସରକାର ଆମକୁ ସଂରକ୍ଷଣ କରି ଦେବାପରେ ନିର୍ବାଚନ ହେବ ।

About the Author