Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ପୁତୁରାଙ୍କ ବିରୋଧରେ ମାୟାବତୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଆକାଶ ଆନନ୍ଦଙ୍କୁ ବିଏସ୍ପିରୁ ବହିଷ୍କାର କରିଛନ୍ତି ମାୟାବତୀ । ଦଳ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆକାଶହଙ୍କୁ ହଟାଯାଇଥିବା କହିଲେ ମାୟାବତୀ । ଗତକାଲି ଆକାଶ ଆନନ୍ଦଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଇଥିଲେ
Headlines 02- କେନ୍ଦ୍ର ସରକାର ଭାରତୀୟ ରେଳର ଦୁଇଟି ବଡ଼ କମ୍ପାନୀ, IRCTC (ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ) ଏବଂ IRFC (ଭାରତୀୟ ରେଳ ଆର୍ଥିକ ନିଗମ)କୁ 'ନବରତ୍ନ' ମାନ୍ୟତା ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଏହି କମ୍ପାନୀଗୁଡ଼ିକ ସରକାରୀ ଅନୁମୋଦନ ବିନା ୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଯାହା ସେମାନଙ୍କର କାର୍ଯ୍ୟକୁ ଦ୍ରୁତ ଏବଂ ପ୍ରଭାବଶାଳୀ କରିବ ବୋଲି କୁହାଯାଉଛି।
Headlines 03- ରଥଯାତ୍ରା ପାଇଁ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କଲାଣି। ଆଜି ଏକ ଜିଲ୍ଲାସ୍ତରୀୟ ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଛି। ଚଳିତ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୁରୀ ଏସ୍ପି କହିଛନ୍ତି । ସେହିପରି ରଥଯାତ୍ରା ପାଇଁ ଏକ ସ୍ବତନ୍ତ୍ର ‘ଆପ୍ ’ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍ ’ ପ୍ରସ୍ତୁତ ହେବ ଏବଂ ଏଥିରୁ ସାଧାରଣ ଭକ୍ତ ସବିଶେଷ ତଥ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ରଥଯାତ୍ରା ସମୟରେ ସମ୍ବେଦନଶୀଳ ସ୍ଥାନରେ ଲାଗିବ AI କ୍ୟାମେରା ।
Headlines 04- କେନ୍ଦୁଝର ବିଜେଡି ନେତା ରାଜା ଚକ୍ରଙ୍କୁ ମାରାଥନ୍ ଜେରା କରାଯାଇଛି । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ୧୧ ଘଣ୍ଟାର ମାରାଥନ୍ ଜେରା ହୋଇଛନ୍ତି ରାଜା । EOW କାର୍ଯ୍ୟାଳୟରେ ରାଜା ଚକ୍ରଙ୍କୁ ୧୧ ଘଣ୍ଟାର ମାରାଥନ୍ ଜେରା କରିଛନ୍ତି EOW ଟିମ୍ ।
Headlines 05- ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
Headlines 06- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଆମ ସରକାର ସବୁ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ବିଶେଷ କରି ଭିନ୍ନକ୍ଷମ, ବରିଷ୍ଠ ଓ ଜରୁରୀ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦିଆଯାଉଛି ।
Headlines 07- ଯାଜପୁର ଟାଉନ ବିଂଝାରପୁର, ସିଂହପୁର, ଭଦ୍ରକର କିଛି ଅଞ୍ଚଳ ଏବଂ କେନ୍ଦୁଝର ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଘରୁ ଲୋକମାନେ ବାହାରି ଆସିଥିଲେ । ତେବେ କେଉଁ କାରଣ ପାଇଁ ଏପରି ଶବ୍ଦ ହୋଇଛି ସେନେଇ ସ୍ପଷ୍ଟ ହୋଇନି।
Headlines 08- ନବରଙ୍ଗପୁର ଜିଲ୍ଲାରେ ଆଉ ଏକ ଶିଶୁକୁ ଚେଙ୍କ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ରାଇଘର ନାକଟିସେମଡ଼ା ଗାଁରେ ୬ ବର୍ଷର ଶିଶୁକନ୍ୟା ଦେହରେ ୬୦ରୁ ଊର୍ଦ୍ଧ୍ବ ଚେଙ୍କ ରହିଥିବା ଦେଖିବାକୁ ମିଳିଛି । ଅସୁସ୍ଥ ହେଉଥିବାରୁ ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଶିଶୁକୁ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ଏସ୍ପିଙ୍କୁ ଅବଗତ କରାଯାଇ ଗିରଫ କରାଯିବ କହିଛନ୍ତି ସିଡିଏମ୍ଓ । ଆଜି ସକାଳ ସମୟରେ ଚନ୍ଦାହାଣ୍ଡି ଗମ୍ଭାରିଗୁଡ଼ାରୁ ଏକ ଖବର ଆସିଥିଲା ଯେଉଁଥିରେ ମାସକର ଶିଶୁ ଚେଙ୍କ ନେଇ ଗୁରୁତର ହୋଇଥିଲା । ଉକ୍ତ ଶିଶୁଟି ଦେହରେ ୪୦ ଚେଙ୍କ ରହିଥିଲା ।
Headlines 09- ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ କରିବା ଘଟଣାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ଟାଟୁ ଆର୍ଟିଷ୍ଟ ଓ ମାଲିକଙ୍କ ମାଲିକଙ୍କ ନାଁରେ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଦୁହିଁଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ । ସେପଟେ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ହୋଇଥିବାରୁ କ୍ଷମା ମାଗିଛନ୍ତି ଟାଟୁ ଦୋକାନ ମାଲିକ ଓ ବିଦେଶିନୀ ।
Headlines 10- ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା । କିନ୍ତୁ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଆଜି ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ତା ପଛକୁ ସମ୍ବଲପୁରରେ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ହୀରାକୁଦରେ ତାପମାତ୍ରା ରହିଛି ୩୭.୧ ଡିଗ୍ରୀ ସେଲସିୟସ ।
Also Read- Chaturgrahi Yog: ଶନି ଏବଂ ଶୁକ୍ରଙ୍କ ପ୍ରଭାବ, ଚତୁର୍ଗ୍ରାହୀ ଯୋଗରୁ ୩ ରାଶିକୁ ଲାଭ