)
Top 10 News Headline
ବିଜେଡି ବିଧାୟକଙ୍କ ଘରେ ଇଡ଼ି ଚଢାଉ
ବିଜେଡ଼ି ବିଧାୟକ ଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍। ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିର ବିଧାୟକ। ଭଦ୍ରକର ୪ଟି ସ୍ଥାନରେ ଚାଲିଛି ରେଡ୍। ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍। କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍। ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଇଡିର ରେଡ୍। ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ରେଡ୍ ସୂଚନା ରହିଛି।
ଇଲେକ୍ଟୋରାଲ ବଣ୍ଡ ଅସାମ୍ବିଧାନିକ
ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା। ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲିଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ। ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧) କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ୱିନୀ
ନାମାଙ୍କନ ଦାଖଲ କରିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ। ଅଶ୍ବିନୀ ବୈଷ୍ଣବ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମର୍ଥନ ଘୋଷଣା କରିଛି ବିଜେଡି। ତେବେ ଓଡ଼ିଶାର ସ୍ଵାର୍ଥ ସହ କୌଣସି ସାଲିସ କରାଯିବନି। ସଂଘୀୟ ବ୍ଯବସ୍ଥାରେ ବିକାଶ ପ୍ରକ୍ରିୟା ଜାରି ରହିବ। ଏହି କାରଣରୁ ଅଶ୍ଵିନୀଙ୍କୁ ସମର୍ଥନ କରିବାକୁ ମୁଖ୍ଯମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ଯ। ରାଜ୍ଯରେ ରେଳ ଓ ଟେଲିକମ ସେବାର ବୃହତ୍ତର ବିକାଶ ପାଇଁ ଦଳ ସମର୍ଥନ କରିଛି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଅବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ବିଧାୟକ ଅଛନ୍ତି।
କାଲିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା। ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ। ନେହେଲ ଛାତ୍ରଛାତ୍ରୀମାନେ ମାଲପ୍ରାକ୍ଟିସ ହେବେ।
କାଲିଠୁ ଖଣ୍ଡଗିରି ମେଳା
ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନରେ କୋଳାହଳ ହେବ ଖଣ୍ଡଗିରି ଗୁମ୍ଫା । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି ।
ସାଂସଦ ଅନୁଭବଙ୍କ ବାପାଙ୍କ ଦେହାନ୍ତ
ଆଉ ନାହାନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ଦେହାନ୍ତ ଘଟିଛି। କଟକ ନନ୍ଦିସାହିସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି। ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅନୁଭବଙ୍କ ବାପା। ସେନେଇ ଲଗାତର ଭାବେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଯାହାକୁ ନେଇ ସବୁବେଳେ ଅନୁଭବ ସୋସିଆଲ୍ ମିଡିଆରେ ସେୟାର କରିଆସୁଥିଲେ। ସେ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ। ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି।
ଆଜି ବର୍ଷା ସମ୍ଭାବନା
ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି।ବୁଧବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ତିରେ ୩୪, ମାଲକାନଗିରି ୩୪, ବୌଦ୍ଧ, ଯାଜପୁର ଓ ନବରଙ୍ଗପୁରରେ ୩୩.୦୫, ବଲାଙ୍ଗୀରରେ ୩୩, ଭୁବନେଶ୍ବରରେ ୩୩, ନୂଆପଡ଼ା ୩୩, ଅନୁଗୁଳରେ ୩୨.୭, ତାଳଚେରରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ଆଜି ରାତି ତାପମାତ୍ରା ୧୪.୦୫ ଡିଗ୍ରୀ ରେକର୍ଡ଼ ହୋଇଥିଲା ।
ପଞ୍ଜାବରେ ଚାଷୀଙ୍କ ରେଳରୋକ
କୃଷକମାନେ ପୁଣି ଥରେ ଦେଶର ରାଜଧାନୀ ଦିଲ୍ଲୀରେ ସେମାନଙ୍କର ଦାବି ନେଇ ବିରୋଧ ପ୍ରଦର୍ଶନ କରିବ ଆରମ୍ଭ କରିଛନ୍ତି। ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି, କିନ୍ତୁ ସୀମାରେ ସେମାନଙ୍କୁ ଅଟକାଇ ଦିଆଯାଇଛି। ପୋଲିସ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ଚଳାଇଛି। କୃଷକ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପଞ୍ଜାବରେ ଟ୍ରେନ୍ ବନ୍ଦ ଏବଂ ଟୋଲ୍ ପ୍ଲାଜା ବନ୍ଦ କରିବାକୁ କୃଷକମାନେ ଡାକରା ଦେଇଛନ୍ତି।
ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ
ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଦେହରାଡୁନରୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯାଇଛି । ସିନର୍ଜି ଏମଡି କମଲ ଗର୍ଗଙ୍କ କହିବାନୁଯାୟୀ, ଦିଲ୍ଲୀ AIIMS ରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଏକ ବାଇପାସ୍ ସର୍ଜରୀ କରାଯାଇଥିଲା। ବର୍ତ୍ତମାନ ତାଙ୍କର ହାର୍ଟ୍ ଭଲଭ୍ ପରିବର୍ତ୍ତନ କରାଯିବ । ସେଥିପାଇଁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ AIIMSକୁ ନିଆଯାଇଛି । ଦିଲ୍ଲୀ AIIMSରେ ଚିକିତ୍ସା ପରେ ପୁଣିଥରେ ତାଙ୍କୁ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ସିନର୍ଜି ହସ୍ପିଟାଲକୁ ଅଣାଯିବ ।
ସ୍ମୃତିଙ୍କ ମାନ୍ୟତାରେ ଉନ୍ନତି
ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ଓପ୍ନର ସ୍ମୃତି ମାନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୪ର୍ଥ ସ୍ଥାନ ହାସଲ କରିଛନ୍ତି। ବାମ ହାତୀ ଓପ୍ନର ମାନ୍ଧାନା ୨ଟି ସ୍ଥାନର ଉତିନ୍ନ ହୋଇ ଅଷ୍ଟ୍ରେଲିଆର ଏଲିଜ୍ ପେରି ଓ ଦକ୍ଷିଣ ଆଫ୍ରିକାର ଲୌରା ୱଲ୍ଭାର୍ଟଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ନାଟ୍ ସ୍କାଇଭର ବ୍ରଣ୍ଟ୍, ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ଓ ଅଷ୍ଟ୍ରେଲିଆର ବେଥ୍ ମୁନି ବ୍ୟାଟିଂରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ମାନ୍ଧାନା ଘରୋଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ଦିନିକିଆ ଶୃଙ୍ଖଳାରେ ନଜର ଆସିଥିଲେ।