)
ଦିନିକିଆ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି ଦିନିକିଆ ଗସ୍ତରେ ଆସି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲଗାତାର କେନ୍ଦ୍ରରେ ମୋଦିଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି ଭୋଟର। ଆଉ ପ୍ରତିଟି ଲୋକ ପାଖରେ କେନ୍ଦ୍ରର ଯୋଜନା କେମିତି ପହଞ୍ଚିବ ସେନେଇ ବି କାମ କରୁଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି। କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ। ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ।
ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ
ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଯାହାର ନକଲ ସେ ଦଳର ମୟୂରଭଞ୍ଜ ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।
୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ
ଆଜି ମଧ୍ୟାହ୍ମ ୧୨ଟା ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୫ଟି ଅଧ୍ୟକ୍ଷ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବେଲକୁଣ୍ଠାରେ ପହଞ୍ଚିଥିଲେ । ହେଲିପ୍ୟାଡରୁ ସଭାସ୍ଥଳକୁ ଯିବା ସମୟରେ ଭିଡ ମଧ୍ୟରୁ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଟମାଟୋ ମାଡ କରିଥିବା ଯୁବକଙ୍କୁ କାବୁ କରିଥିଲେ । ଉପସ୍ଥିତ ବିଜେଡି କର୍ମୀ ରାଗରେ ଉକ୍ତ ଯୁବକଜଣକୁ ନିର୍ଦ୍ଧୁମ ପିଟାପିଟି କରିଥିବା ସୂଚନା ମିଳିଛି । ପୋଲିସ୍ ଘଟଣାରେ ହସ୍ତକ୍ଷେପ କରି ପରବର୍ତ୍ତୀ ସମୟରେ ଯୁବକଙ୍କୁ ଥାନାକୁ ନେଇଥିଲା
ଆଜି କ୍ୟାବିନେଟ ବୈଠକ; ୧୬ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ବୈଠକ ବସିବ। ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଲୋଚନା କରାଯିବାର ପୂର୍ବ ସୂଚନା ରହିଛି।ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର କିଛି ନୂଆ ଯୋଜନା ଘୋଷଣା କରିବା ସମ୍ଭାବନା ରହିଛି।
ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ରେଡ୍
ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ରେଡ୍। ହାଇଡ୍ରୋ ପ୍ରୋଜେକ୍ଟ ମାମଲାରେ ଦିଲ୍ଲୀର ୩୦ଟି ସ୍ଥାନରେ ଚଢାଉ କରିଛି ସିବିଆଇ। ଏହାପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ସତ୍ୟପାଲ ମଲିକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ବୀମା ଘୋଟାଲା ମାମଲାରେ ସିବିଆଇ ରେଡ୍ କରିବା ସହ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ କିଶ୍ତୱାଡର କିରୁ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ୨୨, ୦୦୦ କୋଟି ଟଙ୍କାର ସିଭିଲ ୱାର୍କ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏହି ଚଢାଉ ହୋଇଛି।
୫୬୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ଆଜି ଠୁ ଯୋରନ୍ଦା ମେଳା
ଗୁରୁବାରଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଏନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ। ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ମେଳା ଅନୁଷ୍ଠିତ ହୋଇଥାଏ। ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ। ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନି ଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହି ଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ମହିମା ସନ୍ନ୍ୟାସୀ ଏହି ଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି। ତେବେ ଏହି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମହିମା ଧର୍ମର ପରମ୍ପରା ମୁତାବକ, ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝାଡବତୀ।
ବନକଲାଗି ନୀତିରେ ବିଭ୍ରାଟ
ବନକଲାଗି ନୀତିରେ ବିଭ୍ରାଟ। ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ନୀତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ ୧୧ଟା ୨୫ରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହୋଇଥିଲା। ଯାହା ଫଳରେ ଦର୍ଶନ ନପାଇ ହନ୍ତସନ୍ତ ହୋଇଥିଲେ ଭକ୍ତ। ତେବେ ଆଜି ଭୋର ୪ଟାରେ ତରବରିଆ ଭାବେ ପହୁଡ ନୀତି ହେବା ସହ ପ୍ରାୟ ସକାଳ ୬ଟା ୧ରେ ଦ୍ଵାର ଫିଟିଥିଲା। ସକାଳ ୭ଟା ୨୦ରେ ଭକ୍ତମାନଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ଦର୍ଶନ ପ୍ରତୀକ୍ଷାରେ ରହିଥିଲେ। ସେପଟେ ଗତ ୧୯ ତାରିଖରେ ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ନାଟମଣ୍ଡପ ମରାମତି କାମ ଥିବାରୁ ରାତି ୨ରୁ ଦ୍ଵାର ଫିଟା ହେବା ସହ ନୀତି ଶୃଙ୍ଖଳିତ ହେବାକୁ ନିଆଯାଇଥିଲା ନିଷ୍ପତ୍ତି। ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ନୀତିକୁ ଶୃଙ୍ଖଳିତ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେଠାରୁ ନୀତି ଅନିୟମିତତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ସପ୍ତମ ନୋଟିସ୍
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହା ସପ୍ତମଥର ପାଇଁ ନୋଟିସ ଜାରି କରାଯାଇଛି । ପୂର୍ବରୁ ୬ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂସଦ ସଞ୍ଜୟ ସିଂ ଏବେ ଏହି ମାମଲାରେ ଫସିଥିବାବେଳେ ଇଡି ହେପାଜତରେ ରହିଛନ୍ତି ।
ଘୋଷଣା ହେଲା ଚୂଡ଼ାନ୍ତ ଏକାଦଶ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ଫେବ୍ରୁଆରୀରୁ ଖେଳାଯିବ। ଏହି ମ୍ୟାଚ୍ ୨୩ ଫେବ୍ରୁଆରୀରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ରାଞ୍ଚି ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ଅନେକ ଉପାୟରେ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଏହି ସିରିଜକୁ କାବୁ କରିବ। ଅନ୍ୟପକ୍ଷରେ, ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସିରିଜ୍ ବଞ୍ଚାଇବା ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳ ପାଇଁ ଏହା ହେଉଛି ଶେଷ ସୁଯୋଗ। ଏଭଳି ପରିସ୍ଥିତିରେ ଉଭୟ ଦଳ ରାଞ୍ଚି ଟେଷ୍ଟ ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏହି ସିରିଜରେ ଇଂଲଣ୍ଡ ରାଞ୍ଚି ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ନିଜର ପ୍ଲେଇଂ ଇଲେଭେନ ଜାରି କରିଛି।