)
Top 10 News Headlines:
1. 6 + Years Mandatory for admission to Class 1: ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ୬ ବର୍ଷ ବୟସ ବାଧ୍ୟତାମୂଳକ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି କେନ୍ଦ୍ର ସରକାର। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଶିକ୍ଷାଧିକାର ଆଇନ ୨୦୦୯ ଅନୁସାରେ ଏହି ନିୟମକୁ ପାାଳନ ପାଇଁ କେନ୍ଦ୍ରସରକାର ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନକୁ ଚିଠି ଲେଖିଛନ୍ତି।
2. BJP will ensure more Price to Paddy Farmers: ବିଜେପି ସରକାରକୁ ଆସିଲେ ରାଜ୍ୟର ଚାଷୀମାନଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବ। ଚାଷୀଙ୍କୁ ମାଗଣା ବିଜୁଳି ସହ ଶତପ୍ରତିଶତ କ୍ଷତିପୂରଣ ପ୍ରଦାନ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।
3. New Police Outpost in Barmunda: ଭୁବନେଶ୍ୱରର ବରମୁଣ୍ଡାଠାରେ ଉଦ୍ଘାଟନ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଏକ ଫାଣ୍ଡି ନିର୍ମାଣ କରାଯିବ। ଏଠାରୁ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁବିଧା ତଥା ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉନ୍ନତ କରିବା ଲାଗି ଏହା ସହାୟକ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୮୯ଜଣ ପୁଲିସ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
4. HC Ordered in favour of Hindu Puja: ଗ୍ୟାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା। ଆଲ୍ଲହାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବାରଣାସୀ ଜିଲ୍ଲା କୋର୍ଟ ଦେଇଥିବା ରୟ କାଏମ ରହିଛି। ଉତ୍ତର ପ୍ରଦେଶ ଗ୍ୟାନବାପୀ ତେହଖାନାରେ ହିନ୍ଦୁ ପୂଜାର୍ଚ୍ଚନା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସ୍ଜିଦ୍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଆଜି କୋର୍ଟ ଏହାର ଶୁଣାଣି କରି ମୁସଲ୍ମ ପକ୍ଷ ମାମଲାକୁ ଖାରଜ କରିଛନ୍ତି। ଜାନୁୟାରୀ ୩୧ ତାରିଖରେ ବ୍ୟସ ତେହଖାନାରେ ପୂଜାର୍ଚ୍ଚନା ଲାଗି ବାରଣାସୀ ହାଇକୋର୍ଟ ଆଦେଶ ଦେବା ପରେ ସେଠାରେ ହିନ୍ଦୁ ପୂଜାର୍ଚ୍ଚନା ଜାରି ରହିଛି।
5. Bill Gates Odisha Visit: ସଫ୍ଟଓ୍ୱେର୍ କମ୍ପାନୀ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ସମାଜସବୀ ବିଲ୍ ଗେଟ୍ସ ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ସରକାରଙ୍କ କୃଷି ଭବନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ଏବଂ ବିଲ୍ ଓ ମିଲିନ୍ଦା ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ କୃଷକ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ସେ ଏହି ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିଥିବା ଜଣାପଡ଼ିଛି। ୨୦୧୭ ମସିହା ଏପ୍ରିଲ୍ ମାସରେ ଏହି କାର୍ଯ୍ୟକ୍ରମ ଲାଗି ବୁଝାମଣା ସ୍ୱାକ୍ଷର ହୋଇଥିଲା। କ୍ଷୁଦ୍ର ଚାଷୀଙ୍କ ଜୀବନ ଶୈଳୀ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ।
6. Banks may remain closed for 14 days: ମାର୍ଚ୍ଚ ମାସରେ ପ୍ରାୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ରବିବାର ସମେତ ବିଭିନ୍ନ ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିବା ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଛୁଟି ତାଲିକା ସମେତ ବ୍ୟାଙ୍କଗୁଡ଼ିକର ଏ ମାସରେ ବର୍ଷ ଶେଷ ଖାତା ବନ୍ଦ ମଧ୍ୟ ରହିଛି।
7. State Congress Demonstrates in Bhubaneswar: ପିଏମ୍ଜି ଛକରେ ରଣ ହୁଙ୍କାର ଦେଇଛି ରାଜ୍ୟ କଂଗ୍ରେସ। ୨୪ ବର୍ଷ ହେଲା ଏକ ନିର୍ବାଚିତ ସରକାର ଲୋକଙ୍କ ଦୁଃଖସୁଖ ବୁଝୁ ନଥିବା ଅଭିଯୋଗ ହୋଇଛି। ଦୁର୍ନୀତି ବଢ଼ିଛି, ଆଇନ ଶୃଙ୍ଖଳା ପରିସ୍ଥିତି ଆଘାତ ପାଇଛି। ଲୋକେ ସୁରକ୍ଷିତ ନାହାନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ନାରୀ ନିର୍ଯାତନା, ବେକାରୀ ପ୍ରସଙ୍ଗ ବଢ଼ିଥିବା କହିଛି। ଏ ରାଜ୍ୟ ସରକାରଙ୍କୁ ଜନସାଧାରଣ ବହିଷ୍କାର କରିବେ ବୋଲି କହିବା ସହ ପୁଲିସ ବାରିକେଡ୍ ଭାଙ୍ଗିବାକୁ କର୍ମୀମାନେ ଚେଷ୍ଟା କରିଛନ୍ତି। ଆଜି ଲୋକସେବା ଭବନ ଘେରାଉ କରିବା ଲାଗି କଂଗ୍ରେସ ଡାକରା ଦେଇଥିଲା।
8. Congress to revoke Agnipath: କଂଗ୍ରେସ ଆସିଲେ ଅଗ୍ନିପଥ ପ୍ରତ୍ୟାହାର ହେବ। ପୁରୁଣା ପ୍ରଥା ଭଳି ସେନାରେ ନିଯୁକ୍ତି ଚାଲିବ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା କରିଛି। ଏହିଭଳି ନିଯୁକ୍ତିରେ ଅନେକ ସୁବିଧାକୁ ପ୍ରତ୍ୟାହାର କରାଯାଇଥିବା ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ଆଜି ରାଷ୍ଟ୍ରପତି ଦ୍ରୌଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ନେତା ସଚିନ ପାଇଲଟ ପ୍ରେସକୁ ସୂଚନା ଦେଇ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଦ୍ୱାରା ଭାରତୀୟ ସେନାକୁ ଦୁର୍ବଳ କରିଛନ୍ତି କେନ୍ଦ୍ର ସରକାର। ଏହାକୁ ଏକ ରାଜନୀତିକ ନିଯୁକ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ସରକାର ଆସିଲେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ହେବ ବୋଲି କହିଛନ୍ତି ପାଇଲଟ।
9. Geeta Koda Joins BJP: ଝାଡଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଜଗୀତା କୋଡ଼ା ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ଯୋଗଦାନ ବିଜେପିର ସମୀକରଣକୁ ଅଧିକ ଦୃଢ଼ କରିବ ବୋଲି ଆଶା କରାଯାଇଛି। ପୂର୍ବରୁ ରାଜ୍ୟରେ କଂଗ୍ରେସର ମେଣ୍ଟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।
10. PM gifts 21 Amrit Bharat Stattions: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଲାଗି ରେଳ ଉପହାର ଦେଇଛନ୍ତି। ୨୧ଟି ନୂତନ ଷ୍ଟେସନ ଉଦ୍ଘାଟନ କରିବା ସହ ୫୦ରୁ ରେଳ ଓଭର ବ୍ରିଜ୍କୁ ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ସମସ୍ତ ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ବିକଶିତ କରାଯାଇଛି। ଯେଉଁ ୨୧ଟି ନୁନଃ ବିକଶିତ ରେଳ ଷ୍ଟେସନ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ସେଥିରେ ରହିଛି: ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ଟିଟିଲାଗଡ଼, କେସିଙ୍ଗା, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ଜୟପୁର, ରଖୁନାଥପୁର, ବେଲବାହାଡ଼, ପାରାଦୀପ ପାନପୋଷ, ବେତନଟୀ, ତାଳଚେର, ପାରଳା ଖେମୁଣ୍ଡି, କେନ୍ଦୁଝରଗଡ଼, ଜରୋଲି, ରାଇରଙ୍ଗପୁର ଏବଂ ବ୍ରଜରାଜ ନଗର।