)
ଆସନ୍ତାକାଲିଠୁ ବିଧାନସଭା
ଆସନ୍ତାକାଲିଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭା ଅଧିବେଶନ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନ। ଏହି ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚା ଚାଲିବ। ଏଥିରେ କାମଚଳା ବଜେଟ୍ ଉପସ୍ଥାପନ ହେବ।
ଆଜି ବସିବ ସର୍ବଦଳୀୟ ବୈଠକ
ବଜେଟ୍ ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଆଜି ସଂନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ବସିବ। ବିଧାନସଭା ଅଧିବେଶନ ନେଇ ବିଜେଡିର ବିଧାୟକ ଦଳ ବୈଠକ ଆଜି ଅପରାହ୍ନରେ ବସିବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।
ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା
ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ। ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ବଜାଇ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛି।
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। କେବେଳ ଶୀତ ନୁହେଁ, ଘନ କୁହୁଡି଼ ମଧ୍ୟ ଲାଗି ରହିଛି। ଶନିବାର ରାଉରକେଲା, ଢେଙ୍କାନାଳ, କୋରାପୁଟ, ଭୁବନେଶ୍ବର ଓ ଚାନ୍ଦବାଲି ଅଞ୍ଚଳରେ ଘନ କୁହୁଡି଼ ଅନୂଭୁତ ହୋଇଛି। ଏଠାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ମଧ୍ୟରେ ରହିଛି। ରବିବାର ସକାଳେ ରାଜ୍ୟର ୬ ଜିଲ୍ଲାକୁ ଘନ କୁହୁଡି଼ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି।
ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ। ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ କଂଗ୍ରେସ ସାଂସଦ। ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା। ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଶୁକ୍ରବାରଠୁ ରାଉରକେଲାରେ ଡେରା ପକାଇଛି।
ଆଜି ବିଶ୍ୱ କର୍କଟ ଦିବସ
ଆଜି ବିଶ୍ୱ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ବ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କର୍କଟ ଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ ।
ପୋଲିସ ଗୁଳିରେ ଦୁଇ ନକ୍ସଲ ନିହତ
ଛତିଶଗଡ଼ର ନାରାୟଣପୁରରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁରର ଆବୁଜମାଦ୍ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ଏକ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା। ଯେଉଁଥିରେ ନେଲନର୍ ଏରିଆ କମିଟିର ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ସହିତ ଏକ ୧୨ ବୋର ବନ୍ଧୁକ ଏବଂ ଏକ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନାରାୟଣପୁର ଏସପି ପୁଷ୍କର ଶର୍ମା ନିଶ୍ଚିତ କରିଛନ୍ତି।
ପଦ୍ମ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ଜିତେନ୍ଦ୍ର ହରିପାଲ, କ୍ରୀଷ୍ଣା ପଟେଲ, ମିତ୍ରଭାନୁ ଗୌନ୍ତିଆ ରହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି। ଗତକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ ସମ୍ବଲପୁରର ନୂତନ ବିଲ୍ଡିଂର ଲୋକାର୍ପଣ କରିଥିଲା। ପରେ ରେମେଡରେ ଗ୍ୟାରେଣ୍ଟି ସମାବେଶରେ ଯୋଗଦେଇଥିଲେ। ସେହିଭଳି ପଦ୍ମ ପୁରସ୍କାର ପାଇଁ ମନୋନୀତ, ଭାଗବତ ପ୍ରଧାନ, ବିନୋଦ ପଶାୟତଙ୍କୁ ମଧ୍ୟ ଭେଟିଥିଲେ।
କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡ଼ି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପଞ୍ଚମ ଥର ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଥିଲା। କିନ୍ତୁ ଏହି ନୋଟିସକୁ ମଧ୍ୟ ବେଖାତିର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ହାଜର ନହେବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ପହଞ୍ଚିଛି। ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଟିମ୍ ଶନିବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହି ମାମଲାରେ ଯୁକ୍ତି ଶୁଣିବା ପରେ କୋର୍ଟ ପରବର୍ତ୍ତୀ ଶୁଣାଣି ତାରିଖ ଫେବୃଆରୀ ୭ରେ ସ୍ଥିର କରିଛନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହିତ ଜଡିତ ଅର୍ଥ ହେରଫେର ଘଟଣାରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଉଛି।
ଗିଲଙ୍କ ଶତକୀୟ ଇନିଂସ
ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍ରେ ଲଗାତାର ତିନିଟି ଇନିଂସରେ ଖରାପ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିବା ଶୁବମନ ଗିଲ୍ ଆଜି ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ କରିଛନ୍ତି ଏକ ସୁନ୍ଦର ଶତକ। ୧୩୨ଟି ବଲ୍ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଶତକ ପୂରଣ କରିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ ଶତକ।