• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

ଚୁଟକିରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Written ByNarmada BeheraEdited By:Narmada Behera
Published: Jun 17, 2024, 03:55 PM IST|Updated: Jun 17, 2024, 03:55 PM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Odisha News:ଭୁବନେଶ୍ବରରେ ଦୁଇ ଟ୍ରେନ ମୁହାଁମୁହିଁ,ଉଭୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ସୁରକ୍ଷିତ

    Odisha News:ଭୁବନେଶ୍ବରରେ ଦୁଇ ଟ୍ରେନ ମୁହାଁମୁହିଁ,ଉଭୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ସୁରକ୍ଷିତ

    Odisha news14 min ago
    2

    Gold Rate Today: ବଡ଼ ଖବର! କମିଲା ସୁନା ରେଟ୍;୨୨ କ୍ୟାରେଟ୍ ପିଛା କମିଲା...

    Gold rate today55 min ago
    3

    Three Indian Missing: ଓମାନ ଉପକୂଳରେ ଜାହାଜ ଆକ୍ରମଣ, ୩ ଭାରତୀୟ ନିଖୋଜ

    Three Indian Missing1 hr ago
    4

    Odisha News:ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଆହତ

    Odisha news2 hrs ago
    5

    Petrol Diesel Price Today: ଖୁସି ଖବର! କମିଲା ତେଲ ରେଟ୍

    petrol diesel price today2 hrs ago

    HL1-West Bengal train accident: କୋଲକାତା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧବୋଲି ସେ ଲେଖିଛନ୍ତି ।

    HL2-Kanchanjungha Express Accident: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଏପର୍ଯ୍ୟନ୍ତ ଟ୍ରେନ୍ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଛରୁ କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିବା ମାଲବାହୀ ଟ୍ରେନର ଉଭୟ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ଜୟା ବର୍ମା ସିହ୍ନା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମାଲବାହୀ ଟ୍ରେନର ଡ୍ରାଇଭର ସିଗ୍ନାଲକୁ ଅଣଦେଖା କରିଥିଲେ, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି। ଜୟା ବର୍ମା ସିହ୍ନା କହିଛନ୍ତି ଯେ ପ୍ରଥମ କାରଣ ଏକ ମାନବୀୟ ତ୍ରୁଟି ପରି ମନେହୁଏ। କିନ୍ତୁ ତଦନ୍ତ ପରେ ଆମେ ନିଶ୍ଚିତ ଭାବରେ ଏ ବିଷୟରେ କିଛି କହିବାକୁ ସମର୍ଥ ହେବୁ। ସେ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଟ୍ରେନର ପାଇଲଟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତେଣୁ ପ୍ରକୃତ ପରିସ୍ଥିତିକୁ ବୁଝିବା ପାଇଁ ଆମକୁ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ।

    HL3-West Bengal train accident updates: ଆଜି ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତାହତଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହିତ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି କରିଥିବା ବେଳେ ଆହତ ମାନଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ରେଳବାଇ ପକ୍ଷରୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। 

    HL4-president pm governor cm expressed grief over the train accident: ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେହିପରି ଦୁର୍ଘଟଣା ନେଇ ରେଲୱେ ଅଧିକାରୀଙ୍କ ସହ କଥା ହୋଇଥିବା ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ରଘୁବର ଦାସ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ସହ ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଆହତ ବ୍ୟକ୍ତିମାନେ ଶିଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି। ଅନ୍ୟପଟେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପାଇଁ ସମ ବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

    HL5-Four naxalites killed, two arrested in Jharkhand encounter: ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ। ଏହା ସହିତ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା  ରହିଥିବା ସୂଚନା ରହିଛି। ସେହିପରି ଗିରଫଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ରହିଥିବା ସୂଚନା ରହିଛି। ଏବେବି ଚାଲିଛି ସର୍ଚ୍ଚ ଅପରେସନ ।

    HL6- Road Accident : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିବା କୁହାଯାଉଛି। ଏହା ପରେ ପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। 

    HL7-Assembly Elections 2024: ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଭାରି ନିଯୁକ୍ତ କରିଛି। ମହାରାଷ୍ଟ୍ରରେ ଭୁପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନରେ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ହରିୟାଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱରେ ରଖାଯାଇଛି ଏବଂ ବିପ୍ଲବ ଦେବଙ୍କୁ ତାଙ୍କ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।ଝାଡ଼ଖଣ୍ଡର ଶିବରାଜ ସିଂଙ୍କୁ ପ୍ରଭାରୀ କରାଯାଇଛି। ଏଠାରେ ହିମନ୍ତ ବିଶ୍ୱ ସାରମାଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥି ସହିତ ଜମ୍ମୁ କାଶ୍ମୀରର ପ୍ରଭାରୀ ଭାବେ ଜି କିଶନ ରେଡ୍ଡୀଙ୍କୁ ନିଯୁକ୍ତି ଦିଆଯାଇଛି।

    HL8-Oath Taking Ceremony: ନବ ନିର୍ବାଚିତ ବିଧାୟକମାନେ ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।  ବିଧି ଅନୁସାରେ କାମଚଳା ବାସସ୍ପତି ଏହି ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏଥିପାଇଁ ଗୃହର ବରିଷ୍ଠ ବିଧାୟକ ତଥା ବିଜେଡି ନେତା ଓ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଚୟନ କରାଯାଇଛି।  ତାଙ୍କୁ ରାଜ୍ୟପାଳ ରଘୁବର ଦାସ  ପୂର୍ବରୁ ଶପଥପାଠ କରାଇଛନ୍ତି। ଶପଥ ପାଠ ପରେ ଗୃହର ସମସ୍ତ ସଦସ୍ୟ ସର୍ବ ସମ୍ମତି କ୍ରମରେ ବାଚସ୍ପତିଙ୍କୁ ଚୟନ କରିବେ। ବାଚସ୍ପତି ଚୟନ ଲାଗି ୨୦ ତାରିଖକୁ ନିର୍ଘଣ୍ଟ କରାଯାଇଛି। ଏଥର ବିଜେପିର ସଂଖ୍ୟା ଗରିଷ୍ଠତା କାରଣରୁ ଏହି ଦଳର କୌଣସି ବରିଷ୍ଠ ନେତା ବାଚସ୍ପତି ହୋଇପାରନ୍ତି। ଏହିକ୍ରମରେ ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। 

    HL9-Eid ul Adha 2024: ଆଜି ଇଦ୍‍-ଉଜ୍‍-ଜୁହା ପର୍ବ ପାଳନ କରାଯାଉଛି । ଏନେଇ ଉତ୍ସବ ମୁଖର ପୂରା ରାଜ୍ୟ ।  ଏ-ଅବସରରେ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଇଦଗାହ ଓ ମସ୍‍ଜିଦରେ ସମୂହ ନମାଜପାଠର କରାଯାଇଥିବା ଦେଖିବାକୁ ମିଳିଛି । 

    HL10-T20 World Cup 2024 Super 8: ଟି-୨୦ ବିଶ୍ୱକପ ୨୦୨୪ ସୁପର-୮ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାରେ ବାଂଲାଦେଶ ଶେଷ ଦଳ ହୋଇପାରିଛି। ନେପାଳ ବିପକ୍ଷରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରି ବାଂଲାଦେଶ ସୁପର-୮ ରେ ପହଞ୍ଚିଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ସହିତ ବାଂଲାଦେଶ ସୁପର-୮ ରେ ସ୍ଥାନ ପାଇଛି।

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    Afternoon News
    Latest News
    Latest Afternoon Top Headlines
    Odia News