• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ଅପରାହ୍ନର ୧୦ଟି ବଡ଼ ଖବର...

Top 10 News Today: ସଂକ୍ଷେପରେ ଅପରାହ୍ନର ୧୦ଟି ବଡ଼ ଖବର...

ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Dec 03, 2025, 04:01 PM IST|Updated: Dec 03, 2025, 04:01 PM IST
joinshare
Top 10 News Today: ସଂକ୍ଷେପରେ ଅପରାହ୍ନର ୧୦ଟି ବଡ଼ ଖବର...

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    Road Accident: ଛାତିଥରା ଦୁର୍ଘଟଣା: ଘଟଣାସ୍ଥଳରେ ୮ ମୃତ

    Road Accident: ଛାତିଥରା ଦୁର୍ଘଟଣା: ଘଟଣାସ୍ଥଳରେ ୮ ମୃତ

    2

    ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ବିରୋଧରେ POCSO ମାମଲା, SC/ST ଆକ୍ଟର ଧାରା ଯୋଡ଼ିଲା ଦିଲ୍ଲୀ ପୋଲିସ

    3

    Top 10 News: ବସ୍ ଦୁର୍ଘଟଣାରେ ଜଣେ ମୃତ ୨୫ ଆହତ, ଜନ୍ମାଷ୍ଟମୀ ପାଳନ ଓ ଅନ୍ୟ ଖବର

    4

    ଫୁକେତ-ଦିଲ୍ଲୀ ବିମାନ ମାମଲାରେ ପାଇଲଟଙ୍କୁ ବହିଷ୍କାର

    5

    ୩୩୬ ନବନିଯୁକ୍ତ SIଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

    1- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଆଗାମୀ ଫେବ୍ରୁଆରୀ ୧୮ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା +୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ଘୋଷଣା ରାଜ୍ୟ ସାରା ବାର୍ଷିକ +2 ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପଷ୍ଟତା ଆଣିଛି।

    2-ବିଧାନସଭା ଶୂନ୍ୟକାଳରେ ଉଠିଲା ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଏହି ଫାଇଲ୍ କୁ ଫୁଣି ରିଓପନ୍ ପାଇଁ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଦାବି କରିଛନ୍ତି। ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମ୍ପୃକ୍ତ ଅଛି ବୋଲି ସେ ଦାବି କରିଛନ୍ତି।

    3-ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ସାତଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରିଛି। ଡିସେମ୍ବର ୪ ଏବଂ ୫ ତାରିଖରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି IMD ପୂର୍ବାନୁମାନ କରିଛି।

    4-ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମାର୍ଶଶିର ଶୁକ୍ଲ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏଣୁ ଦ୍ବିତୀୟ ଭୋଗମଣ୍ତପ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୧୦ ଘଟିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ୫ ଘଣ୍ଟା ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦିବ୍ୟ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନିତି ଅନୁଷ୍ଠିତ ହେବ।

    5-ଭାରତୀୟ ଜନତା ପାର୍ଟି (ବିଜେପି) ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି। କେରଳରେ ପଞ୍ଚାୟତ ନିର୍ବାଚନ ଚାଲିଛି ଏବଂ ବିଜେପି ମୁନ୍ନାର ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି। କେରଳ ପଞ୍ଚାୟତ ନିର୍ବାଚନ ଡିସେମ୍ବର ୯ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୧୩ ତାରିଖରେ ଘୋଷଣା କରାଯିବ।

    6-ରେଳବାଇ ଖୁବ୍ ଶୀଘ୍ର ଦେଶବ୍ୟାପୀ ରିଜର୍ଭେସନ କାଉଣ୍ଟରରେ ଏକ OTP-ଆଧାରିତ ତତକାଳ ଟିକେଟିଂ ବ୍ୟବସ୍ଥା ପ୍ରଚଳନ କରିବ। ଯାହା ଟିକେଟିଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବ। ଅନଲାଇନ୍ ତତକାଳ ଟିକେଟିଂ ପାଇଁ ଆଧାର-OTP ବ୍ୟବସ୍ଥା ଜୁଲାଇ ୨୦୨୫ ରେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଅକ୍ଟୋବର ୨୦୨୫ ରେ ସମସ୍ତ ସାଧାରଣ ରିଜର୍ଭେସନ ବୁକିଂ ପାଇଁ ମଧ୍ୟ OTP ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଯାହାକୁ ଯାତ୍ରୀମାନେ ବହୁଳ ଭାବରେ ଗ୍ରହଣ କରିଛନ୍ତି।

    7-ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରକ ପୋଲିସ ବାଂଲାଦେଶୀ ନାଗରିକ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ୩୩୮ ଜଣଙ୍କ ଯାଞ୍ଚ କରାଯାଇଛି। କସିଆ, ଚୂଡାମଣି ଏବଂ ଧାମରା ମେରାଇନ ସମେତ ୧୯ଟି ପୋଲିସ ଷ୍ଟେସନ, ସାତଟି ଆଉଟପୋଷ୍ଟ ଏବଂ ତିନୋଟି ସାମୁଦ୍ରିକ ପୋଲିସ ଷ୍ଟେସନରେ ସୁରକ୍ଷା ଅଭିଯାନର ଅଂଶ ସ୍ୱରୂପ ପୋଲିସ ଜିଲ୍ଲା ସାରା ଯାଞ୍ଚକୁ ଜୋରଦାର କରିଛି।

    8--ବାରବାଟୀ ଟି ଟ୍ବେଣ୍ଟି। ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ ।କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍ ଅଲଗା ରହିବ ବୋଲି ସେ କହିଛନ୍ତି। ୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି ଦିଆଯାଇଛି।

    9-ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ନେଇ ଆଜି ଲୋକସଭାରେ ପ୍ରଶ୍ନ ଉଠିଛି। ଉଭୟ ବିଜେପି ଓ କଂଗ୍ରେସର ସାଂସଦମାନେ ଏ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସାଧାରଣ ବଣ୍ଟନ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷ କରି ଆଦିବାସୀ ଓ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିବାକୁ ନେଇ ସେମାନେ ଆପତ୍ତି ଉଠାଇଛନ୍ତି। ଆଜି ଦୁଇ

    10-ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଆଜି ଖେଳାଯାଉଛି। ଉଭୟ ଦଳ ଜୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଭାରତ ଲଗାତାର ୨୦ତମ ଏକଦିବସୀୟ ଟସ୍ ହାରିଛି। ଦକ୍ଷିଣ ଆଫ୍ରିକା ତା'ର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରିଛି। ଖବର ଲେଖିବା ପର୍ଯ୍ୟନ୍ତ ଭାରତ ୩୨.୨ ଓଭରରେ ୨ ୱିକେଟ୍ ହରାଇ ୨୨୯ ରନ୍ କରିଛି।

     

     

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News