Top 10 News Today: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି...ଶ୍ରୀମନ୍ଦିରରେ ଦଳାଚକଟା ପରିସ୍ଥିତି....ପଢନ୍ତୁ ଅପରାହ୍ନର ପ୍ରମୁଖ ୧୦ ବଡ଼ ଖବର
Trending Photos
)
1-RajyaSabha Elections:ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ମନମୋହନ ସାମଲ, ସୁଜିତ କୁମାରଙ୍କ ନାମ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା ହେଲା ନାମ।
2-Rajya Sabha Candidates: ୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଶିବେଶ କୁମାର ମଧ୍ୟ ବିହାରରୁ ଦ୍ବିତୀୟ ପ୍ରାର୍ଥୀ ହୋଇଥିବା ବେଳେ ଛତିଶଗଡ଼ରୁ ଲକ୍ଷ୍ମୀ ବର୍ମା, ହରିୟାଣାରୁ ସଞ୍ଜୟ ଭାଟିଆ ଓ ପଶ୍ଚିମବଙ୍ଗରୁ ରାହୁଲ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ ପ୍ରାର୍ଥୀ ହୋଇଛନ୍ତି।
3-Police Commissioner Press Meet: ହୋଲି ପାଳନ ବେଳେ ସତର୍କ ରହିବା ନେଇ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ସେ ଏକ ପ୍ରେସମିଟ୍ କରି କହିଛନ୍ତି ଯେ,ଏ-ମିତି କିଛି କରନ୍ତୁ ନାହିଁ,ହୋଲି ସମୟ ଥାନାରେ କଟିବ। ଏହା ଆମର ମୃଦ୍ୟୁ ଚେତାବନୀ । ୧୦ଟି ସ୍ଥାନରେ ବ୍ଲକିଂ,ଚେକିଂ କରି ମଦୁଆଙ୍କୁ ଧରିବା ସହ ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ଗାଧାନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।
4-Odisha News: ଦୋଳପୂର୍ଣ୍ଣିମାରେ ଠେଲାପେଲା। ଦୋଳବେଦୀ ଭିତରକୁ ଦିଅଁ ବିଜେ କରିବା ସମୟରେ ଠେଲାପେଲା ହୋଇଥିବା ଜଣାପଡିଛି। ଦୋଳବେଦୀ ଫାଟକ ନିକଟରେ ବିମାନ ପ୍ରବେଶ କରୁଥିବା ବେଳେ ହଜାର ହଜାର ଭକ୍ତ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ଠେଲାପେଲା ହେବା ସହ ଅନେକ ଭକ୍ତ ତଳେ ପଡ଼ିଯାଇଥିଲେ। ଯଦିଓ ଠେଲାପେଲାରେ ବିଶେଷ କିଛି ଅସୁବିଧା ହୋଇନଥିବା ଜଣାପଡିଛି। ଏସପି ପ୍ରତୀକ ସିଂଙ୍କ ହସ୍ତକ୍ଷେପ ଯୋଗୁଁ ସମସ୍ୟା ଟଳିଯାଇଛି। ନିୟୋଜିତ ପୁଲିସ କର୍ମଚାରୀ ମାନେ ଭକ୍ତ ମାନଙ୍କୁ ଗହଳି ଭିତରୁ ଉଦ୍ଧାର କରିଛନ୍ତି।
5-DCP Reaction On Cuttack Holi 2026: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଏନେଇ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଲଭର୍ ସିଟିରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ। ବ୍ଲକିଙ୍ଗ, ଚେକିଙ୍ଗ ଜୋରଦାର କରାଯିବା ସହ ମଦୁଆଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। ମଦ ପିଇ ଗାଡ଼ି ଚଳାଇଲେ ଗାଡି ଜବତ ସହ ଗିରଫ କରାଯିବ ବୋଲି କୁହାଯାଇଛି।
6-Middle East Crisis: ପ୍ରଥମ ବ୍ୟାଚ୍ରେ ଦୁବାଇରୁ ଦିଲ୍ଲୀ ଫେରିଲେ ୧୫୭ ଭାରତୀୟ। ଏୟାର ଇଣ୍ଡିଆ ବିମାନରେ ୧୫୭ ଜଣ ଭାରତୀୟ ଫେରିଥିବା ସୂଚନା ମିଳିଛି। ୧୪୯ ଜଣ ଯାତ୍ରୀଙ୍କ ସହ ୮ ଜଣ କ୍ରିଉ ମେମ୍ବର ଫେରିବା ନେଇ ସ୍ପଷ୍ଟ ହୋଇଛି।
7-Donald Trump: ଇରାନକୁ ଟ୍ରମ୍ପ ଖୋଲା ଚେତାବନୀ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ ଆମେରିକା କେବଳ ଆକାଶମାର୍ଗରୁ ନୁହେଁ, ବରଂ ସ୍ଥଳସେନା ବି ମଇଦାନକୁ ଓହ୍ଲାଇବ ବୋଲି ସେ କହିଛନ୍ତି।
8-Middle East Conflict: ତୁରନ୍ତ ୧୪ ଦେଶ ଛାଡିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା। ଏନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂତନ ଆଡଭାଇଜରୀ ଜାରି ହୋଇଛି। ସେହି ଦେଶ ଗୁଡିକ ହେଲା ଇରାନ, ଇରାକ, ଇସ୍ରାଏଲ, ଦ ୱେଷ୍ଟ ବ୍ୟାଙ୍କ,ବାହାରିନ, ଇଜିପ୍ଟ, ଗାଜା, କୁଏତ, ଜୋର୍ଡାନ, ଲେବାନନ, ଓମାନ, କାତାର, ସାଉଦି ଆରବ, ସିରିଆ, ୟୁଏଇ ଓ ୟେମେନ ତୁରନ୍ତ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। କମର୍ସିଆଲ ଫ୍ଲାଇଟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା।
9-Earthquake: ପୁଣି ଥରିଲା ଇଣ୍ତୋନେସିଆ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ,ଆଜି(ମଙ୍ଗଳବାର) ସ-କାଳ ୧୦:୨୬ ସମୟରେ ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ମାପ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୨୦ କିଲୋମିଟର ତଳେ ଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁଁ ବଡ଼ କ୍ଷୟକ୍ଷତି କିମ୍ବା ସମ୍ପତ୍ତି କ୍ଷତିର ତୁରନ୍ତ କୌଣସି ରିପୋର୍ଟ ମିଳିନାହିଁ।
10-PV Sindhu: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଭାରତ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଦୁବାଇରେ ଫସି ରହିଥିଲେ। ତଥାପି, ସେ ଏବେ ଘରକୁ ଫେରିଛନ୍ତି। ଦୁବାଇରେ ରହିବା ଯୋଗୁଁ ସେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ହରାଇଥିଲେ। ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ପ୍ରତିଶୋଧ ନେଇଥିଲା, ଯାହା ଦୁବାଇର ପରିବେଶକୁ ବହୁତ ଖରାପ କରିଥିଲା। ଏହାରି ଭିତରେ,ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଦୁବାଇରେ ଫସି ରହିଥିଲେ।