)
Top 10 News Today
Headlines 01- ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳଙ୍କ ଆବାସିକ କକ୍ଷରେ ହାଜର ହୋଇଛନ୍ତି ଏସଆଇ ପରୀକ୍ଷା କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ସୁରେଶ ନାୟକ । ଜେଏମ୍ଏଫ୍ସି ଗ୍ରାମାଞ୍ଚଳଙ୍କ ଆବାସିକ କକ୍ଷରେ ଉଭୟେ ହାଜର ପରେ ପୁଣି ଉଭୟଙ୍କୁ ଜେଲ୍ ପଠାଯାଇଛି ।
Headlines 02- ୨୦୨୭ ଜନଗଣନା ପାଇଁ ଆରମ୍ଭ ହୋଇଛି ୩ ଦିନିଆ ପ୍ରାକ୍ ପ୍ରଶିକ୍ଷଣ । ଭୁବନେଶ୍ୱର କଟକ ସମେତ ମୟୂରଭଞ୍ଜ, ନବରଙ୍ଗପୁରରେ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ରାଜ୍ୟର ୪ ଟି ସ୍ଥାନରେ ନଭେମ୍ବର ୧୦ରୁ ୩୦ ଯାଏଁ ପ୍ରାକ୍ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ ଜନଗଣନା କରିବେ । ଏଥର ପେପର୍ ନୁହେଁ ମୋବାଇଲ ଆପ୍ରେ ହେବ ଜନଗଣନା ।
Headlines 03- ବିଜେଡି ଛାଡି ବିଜେପିରେ ମିଶିଛନ୍ତି ବରିଷ୍ଠ ନେତା ଅମର ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅମରଙ୍କୁ ସ୍ୱାଗତ କରିବା ସହ ନିଜ ଅଭିଭାଷଣ ରଖି ଅମରଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡିରେ ଅଣନିଶ୍ବାସୀ ହେଉଥିଲେ ଅମର ପଟ୍ଟନାୟକ ଏବେ ତାଙ୍କୁ ମୁକ୍ତି ମିଳିଛି । ଏବେ କାମ କରିବାର ସୁଯୋଗ ପାଇବେ । ସେ ତାଙ୍କର ମନର କଥା କହି ସାରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ କହିଛନ୍ତି । ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ବେଶ୍ ଭଲ କାମ କରିଛନ୍ତି ଏବଂ ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେନେଇ ସୁଯୋଗ ପାଇବେ ।
Headlines 04- ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନୂଆପଡାରେ ରାଜ୍ୟ ସରକାରକୁ କଡା ନିଶାନା କରିଛନ୍ତି ନବୀନ । ପ୍ରାର୍ଥୀ ଚୋରି ଅଭିଯୋଗ ଆଣି ବିଜେପି ବେଇମାନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି ତେଣୁ ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦ୍ଲା ନେବା । ୧୬ ମାସର ବିଜେପି ସରକାରରେ କାମ ଜିରୋ, ବିକାଶ ପୂରା ବନ୍ଦ ବୋଲି ନବୀନ କହିଛନ୍ତି ।
Headlines 05- ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ଅଘଟଣ ଘଟିଛି । ପାଇଖାନା ଟାଙ୍କିରେ ପଡ଼ି ୩ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତକଙ୍କ ମଧ୍ୟରେ ୨ ନାବାଳକ, ଜଣେ ନାବାଳିକା ଅଛନ୍ତି । ପାଇଖାନା ଟାଙ୍କି ପାଖରେ ଖେଳିଲା ବେଳେ ଖସି ପଡ଼ିଥିଲେ ।
Headlines 06- ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁକୁ ଗିରଫ କରାଯାଇଛି । ସାର୍ପ ସୁଟର କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରୁଛି ପୋଲିସ୍ । ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଗିରଫ ହୋଇଛି ।
Headlines 07- ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତ ହୋଇଛି । ଏନେଇ ଜନୈକ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି । ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଶ୍ରୀମନ୍ଦିର ଭିତରେ କେବଳ ଓମ୍ଫେଡ୍ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି ।
Headlines 08- ସମ୍ବଲପୁର ହୀରାକୁଦ ଏଚ୍ଆଇଡବ୍ଲ୍ୟୁ ଛକରେ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ଜଣଙ୍କୁ ଧାରୁଆ ଅସ୍ତ୍ରରେ ବୀଭତ୍ସ ହତ୍ୟା କରାଯାଇଥିବା ସୂଚନା ମିଳିଛି । ରାସ୍ତାରେ ରକ୍ତାକ୍ତ ମୃତଦେହ ପଡିରହିଛି । କିଏ କେଉଁ ପରିସ୍ଥିତିରେ ହତ୍ୟା କରିଛି ସେନେଇ ସ୍ପଷ୍ଟ ହୋଇନି । ମୃତକଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।
Headlines 09- ବରପାଲି CHCର ୨ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆକାଉଣ୍ଟାଣ୍ଟ ଶେଖର ଚନ୍ଦ୍ର ସାହୁ ଏବଂ ପିଅନ ତମନ୍ନା ସାହୁ । ଅନଲାଇନ୍ ମାଧ୍ୟମରେ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ବକେୟା ଦରମା କରାଇଦେବାକୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
Headlines 10- ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ସହ ୩ ବେପାରୀଙ୍କୁ ବାନ୍ଧିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ହେଉଥିବା ସମୟରେ ରେଡ୍ କରିଥିଲା ପୋଲିସ୍ । କର୍ଣ୍ଣାଟକରୁ ବାଘ ଛାଲ ଆସିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।