)
Top 10 News Today
Headlines 01- ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚ୍ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଏହି ମହାନ ମ୍ୟାଚ୍ର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ ପରେ ଭାରତୀୟ ଦଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ପ୍ରଥମେ ଫିଲ୍ଡିଂ କରୁଛି। ମ୍ୟାଚ୍ର ପ୍ରଥମ ବଲ୍ରେ ଭାରତକୁ ସଫଳତା ମିଳିଥିଲା। ପ୍ରଥମ ଓଭର ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଖାତା ନ ଖୋଲି ସାମ୍ ଆୟୁବଙ୍କୁ ଆଉଟ୍ କରିଥିଲେ। ସାମ୍ ଆୟୁବ ଏକ ସଟ୍ ଖେଳିଥିଲେ ଏବଂ ବଲ୍ ସିଧା ପଏଣ୍ଟ୍ରେ ଠିଆ ହୋଇଥିବା ଜସପ୍ରୀତ ବୁମରାହଙ୍କ ହାତରେ ଲାଗିଥିଲା। ୯ ୱିକେଟ୍ ହରାଇ ମୋଟ ୧୨୭ ରନ୍ ହାସଲ କରିଛି ପାକିସ୍ତାନ ।
Headlines 02- ଆସାମର ଅନେକ ସ୍ଥାନରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି, ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିବା ପରେ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଥିଲେ। ଭୂମିକମ୍ପ ଏତେ ପ୍ରଭାବଶାଳୀ ଥିଲା ଯେ, ଆସାମ ସହିତ ଆଖପାଖ କିଛି ଅଞ୍ଚଳ ଥରି ଉଠିଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ। ରିପୋର୍ଟ ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଉଦଲଗୁରି ଜିଲ୍ଲା।
Headlines 03- ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ଼ ହୋଇଛି । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ସୁଟର୍ର ସ୍କେଚ୍ ମଧ୍ୟ ସାମ୍ନାକୁ ଆସିଛି । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍ରେ STF ଟିମ୍ ରେଡ୍ କରୁଛି।
Headlines 04- ରାଜ୍ୟର ବିଭିନ୍ନ ଶକ୍ତିପୀଠଗୁଡିକରେ ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଦିନାତ୍ମକ ପୂଜା । ଫଳରେ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତି ପୀଠ । ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା' ଚର୍ଚ୍ଚିକାଙ୍କ ପୀଠ ଏବଂ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ସମେତ ଅନ୍ୟ ସମସ୍ତ ଶକ୍ତିପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଛି ।
Headlines 05- ଦିଗପହଣ୍ଡି ସୁନାପୁର ନିକଟ ସମୁଦ୍ରରେ ୩ଜଣ ବୁଡ଼ିଯାଉଥିବା ସମୟରେ ୨ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ହୋଇଛନ୍ତି । ଚିକିଟି ଅଞ୍ଚଳର ୪ ଜଣ ଗାଧୋଇଲା ସମୟରେ ଅଘଟଣ ଘଟିଛି । ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ପତ୍ତା ମିଳିନାହିଁ ।
Headlines 06- କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା କେସି ବେଣୁଗୋପାଳ ଏହି ବୈଠକରେ ଯୋଗ ଦେଇଛନ୍ତି । ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସଂଗଠନ ସୃଜନରେ ଜିଲ୍ଲା ସଭାପତି ଚୟନ ନେଇ ନେତାଙ୍କ ସହ ବୈଠକ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିବ ବୋଲି AICC ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି ।
Headlines 07- ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ହରିଶଙ୍କର କଂଗ୍ରେସ୍ ହାତ ଧରିଲେ । ତାଙ୍କୁ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
Headlines 08- ଅନୁଗୁଳ ମ୍ୟୁନିସିପାଲିଟିରେ ବେଆଇନ ପାର୍କିଂ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଟ୍ରାଫିକ୍ ସମସ୍ୟା ନେଇ ୩୦ ମଲ୍କୁ ନୋଟିସ୍ ଜାରି କରିଛି ପୌରପାଳିକା । ନିୟମ ଉଲଙ୍ଘନ କଲେ ବ୍ୟବସାୟୀକ ଲାଇସେନ୍ସ ରଦ୍ଦ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ।
Headlines 09- ଝାରସୁଗୁଡ଼ାରେ ନିଯୁକ୍ତି ପାଇଁ ଝାରସୁଗୁଡ଼ା ଆସିଥିବା ନେପାଳି ଯୁବକଙ୍କ ମୃତ୍ୟୁ ହୋଇଛି । OSAP ୨ୟ ବାଟାଲିୟନ୍ ପରୀକ୍ଷା ପାଇଁ ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ ସମୟରେ ଟଳି ପଡ଼ିଛନ୍ତି । ସେହିପରି ଖଲ୍ଲିକୋଟ ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ପାଇଁ ଶାରୀରିକ ପରୀକ୍ଷା ଦେବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ତାରସିଂ ଥାନା ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ସୂଚନା ।
Headlines 10- ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଲଘୁଚାପ ଯୋଗୁଁ ୨ ଦିନ ଧରି ବର୍ଷା ହେଉଥିଲା ଆଗକୁ ତାହା କମିବାକୁ ଲାଗିବ । ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ରହିଛି । ତେଣୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି IMD ଡିଜି କହିଛନ୍ତି ।