)
Top 10 News Today
Headlines 01- ନେପାଳୀ ଟଙ୍କାରେ ୩ ଭାରତୀୟ ଭୂଖଣ୍ଡ ରହିଥିବା କାରଣରୁ ପୁଣି ଘନେଇଛି ବିବାଦ । ଭାରତୀୟ ଭୂଖଣ୍ଡ କଳାପାଣି, ଲିପୁଲେଖ୍, ଲିମ୍ପିଆଧୂରା ସ୍ଥାନିତ ରହିଛି । ନେପାଳ ରାଷ୍ଟ୍ର ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ୧୦୦ ଟଙ୍କିଆ ନୋଟ୍ରେ ଭାରତର ୩ଟି ଭୂଖଣ୍ଡ ସ୍ଥାନିତ ରହିଛି । ନେପାଳ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଛି ବୋଲି କହିଛି ନେପାଳ ରାଷ୍ଟ୍ର ବ୍ୟାଙ୍କ୍ ।
Headlines 02- ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ଅଡୁଆ ବଢ଼ିଛି । ମନ୍ମଥଙ୍କ ବିରୋଧରେ ଭୁବନେଶ୍ବର ସାଇବର ଥାନାରେ ମାମଲା ରୁଜୁ କରାଯାଇଛି । ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ରହିଛି ।
Headlines 03- ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼ ହୋଇଛି । ସକାଳ ୮ଟାରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି । ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ମଞ୍ଚେଶ୍ବର ପୋଲିସ ।
Headlines 04- ପୋଲିସ SI ନିଯୁକ୍ତି ସ୍କାମରେ ୪ ଦଲାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ । ଦଲାଲ ମାନଙ୍କ ମଧ୍ୟରେ ରହିଛନ୍ତି ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ, SSB ଯବାନ୍ ବିଶ୍ଵ ରଞ୍ଜନ ବେହେରା ଓ ବିଶ୍ୱଜିତ ହରିଚନ୍ଦନଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି CBI ।
Headlines 05- ଭୁବନେଶ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଧରଣର ରେଡ୍ । ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣାରେ ଛାନ୍ଭିନ୍ କରି ନିକୁଞ୍ଜ ସାମନ୍ତରାୟଙ୍କ ନୟାପଲ୍ଲୀ ଘରେ ରେଡ୍ କରିଛି ଇଡି । ପୂର୍ବରୁ ଠକେଇର ମୁଖ୍ୟ ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
Headlines 06- ଆଜି ବିଧାନସଭା ଅଧିବେଶନରେ ପ୍ରମୁଖ ବିଷୟଗୁଡିକ ଉପରେ ଆଲୋଚନା ହୋଇଛି । ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ରାଜ୍ୟରେ ସମୁଦାୟ ସରକାରୀ ସ୍କୁଲ ସଂଖ୍ୟା ୪୮୫୨୨ । ୧୧୪ଟି ସ୍କୁଲରେ ଶୌଚାଳୟ ନାହିଁ ବୋଲି ଗୃହରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ୩୧୫ ପ୍ରିନ୍ସିପାଲ ପଦବୀରୁ ୨୬୧ ପଦବୀ ଖାଲି ପଡ଼ିଛି ସେହିପରି ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡ଼ିଛି । ୮୮୩ PGT ୬୬୫ TGT ପଦବୀ ମଧ୍ୟ ଖାଲି ରହିଛି । ୩୦ ଜିଲ୍ଲାରେ ଥିବା ୩୧୫ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ।
Headlines 07- କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନର ୪୨ ବିଭାଗରେ ଦରମା ବନ୍ଦ କରାଯାଇଛି । ଓସ୍ୱାସ୍ରେ କାମ ନ କରିବାରୁ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ । ସରକାରୀ ନିର୍ଦ୍ଦେଶନାମାର ୩ ମାସ ପରେ ବି କାମ କରୁ ନଥିବା ଅଭିଯୋଗ ରହିଛି ।
Headlines 08- ସମ୍ବଲପୁର, ବରଗଡରେ ଆଜିଠୁ ପ୍ରଥମେ ଖୋଲିଛି ଧାନ ମଣ୍ଡି । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଆଗକୁ ଅନୁଗୁଳ, ବାଲେଶ୍ୱରରେ ଧୀରେ ଧୀରେ ଖୋଲିବ । ବିରୋଧୀ କହିବା କଥା କହିବେ କିନ୍ତୁ ଆମେ ଆମ କାମ କରୁଛୁ । ଚାଷୀ କେମିତି ଭଲ ପଇସା ପାଇବେ ତାକୁ ଆମେ ଗୁରୁତ୍ୱ ଦେଉଛୁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କହିରଖୁଛୁ ଯେ, ସମ୍ବଲପୁର ବରେଇପାଲି ଧାନ ମଣ୍ଡିରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଷୀ-ପ୍ରଶାସନ ମୁହାଁମୁଁହିଁ ସ୍ଥିତି ଉପୁଜିଛି । ପ୍ରବଳ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଛି ।
Headlines 09- ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା ଏବଂ ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା । SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା । ୧୦ ଲକ୍ଷ ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା । ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ ସେହିପରି ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା । ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ୍ କମିଟି ସଦସ୍ୟଙ୍କ ୨୭.୫ ଲକ୍ଷ ଟଙ୍କା ଏବଂ ଡିଭିଜନାଲ୍ କମିଟି ମେମ୍ବରଙ୍କୁ ମିଳିବ ୨୨ ଲକ୍ଷ ଟଙ୍କା ।
Headlines 10- ଭାରତ ପାଣିପାଗ ବିଭାଗ (IMD) ଶୁକ୍ରବାର ଏକ ସତର୍କତା ଜାରି କରି କହିଛି ଯେ, ଘୂର୍ଣ୍ଣିଝଡ଼ 'ଡ଼ିଟୱା’ ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅଛି। ପାଣିପାଗ ବିଭାଗ ଅନୁଯାୟୀ, ଝଡ଼ ଦ୍ରୁତ ଗତିରେ ଗତି କରୁଛି ଏବଂ ୩୦ ନଭେମ୍ବର ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ବଙ୍ଗୋପସାଗରରେ ପହଞ୍ଚିବ। ଅନ୍ତର୍ଜାତୀୟ ପାଣିପାଗ ବିଭାଗ ଅନେକ ରାଜ୍ୟ ପାଇଁ ବର୍ଷା ଏବଂ ପବନ ସତର୍କତା ଜାରି କରିଛି।