Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Trending Photos
)
Top 10 News Today
Headlines 01- ମୁଖ୍ୟ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦିଇଟି ପର୍ଯ୍ୟାୟରେ ହେବ ବିହାରର ନିର୍ବାଚନ। ପ୍ରଥମେ ୬ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୧ ନଭେମ୍ବରରେ ଅନୁଷ୍ଠିତ ହେବ। ୧୪ ନଭେମ୍ବରରେ ଗଣତି ହୋଇ ବିଜେତାଙ୍କ ନାମ ଘୋଷଣା ହେବ। ୩୮ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହି ଦୁଇଟି ପର୍ଯ୍ୟାରେ ୨୪୩ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଏଥର ବିହାର ନିର୍ବାଚନ ସବୁଠାରୁ ନିଆରା ତଥା ସ୍ୱତନ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ।
Headlines 02- ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୧ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ୧୪ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏହି ସୂଚନା ଦେଇଛନ୍ତି। ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ୮ ସେପ୍ଟେମ୍ବରରେ ମୃତ୍ୟୁ ହେତୁ ଏହି ଆସନ ଖାଲି ପଡ଼ିଛି।
Headlines 03- CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । CJIଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି ବୋଲି ମୋଦୀ କହିଛନ୍ତି । ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ । ଏପରି ସ୍ଥିତିର ସମ୍ମୁଖୀନ ସତ୍ତ୍ବେ CJIଙ୍କ ଶାନ୍ତ ମନୋଭାବକୁ ପ୍ରଶଂସା କରୁଛି । ଏହା ସମ୍ବିଧାନର ଆତ୍ମାକୁ ଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆପଣଙ୍କୁ କହିରଖୁଛୁ ଯେ, ସୁପ୍ରିମକୋର୍ଟ ପରିସରରେ CJIଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ଜଣେ ଆଇନ୍ଜୀବୀ ।
Headlines 04- ମଙ୍ଗଳବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ଲାଗିଥିଲା ପରିସ୍ଥିତିରେ ସୁଧାର ଆଣିବାକୁ ଏହାକୁ କଟକଣା ବଢାଯାଇଛି । ପୂର୍ବ ପରି ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ ବନ୍ଦ ନେଇ ନିର୍ଦ୍ଦେଶ ଜାରି ହୋଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
Headlines 05- ନୂଆପଡ଼ା ଉପନିର୍ବାଚନ ଲାଗି ଆଦର୍ଶ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ଏହି ସଂହିତାକୁ କଡ଼ାକଡ଼ି ଭାବେ ଆଜିଠାରୁ ଲାଗୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲା ସିଂ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।
Headlines 06- କଟକରେ ଉଦ୍ବେଗଜନକ ସ୍ଥିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ।
Headlines 07- ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ ତାରିଖ ଘୋଷଣା କରିଛି CHSE। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ। ୨୦୦ ଟଙ୍କା ଫାଇନ୍ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ହେବ ଫର୍ମ ଫିଲଅପ। ୬ ଶହ ଟଙ୍କା ଫାଇନ୍ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ।
Headlines 08- ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍ରେ ନୋବେଲ୍ ପୁରସ୍କାର ମିଳିବ । ୩ ବୈଜ୍ଞାନିକଙ୍କ ମଧ୍ୟରେ ଅଛନ୍ତି ମ୍ୟାରି ଇ. ବ୍ରୋନ୍କୋ, ଫ୍ରେଡ୍ ରାମ୍ସଡେଲ୍, ସିମୋନ ଶାକାଗୁଚି । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ଏହି ୩ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସେମାନଙ୍କୁ ସମ୍ମାନଜନକ ନୋବେଲ୍ ପୁରସ୍କାର ମିଳିବ ।
Headlines 09- ବିଂଝାରପୁର ଅନ୍ତର୍ଗତ ଘଣ୍ଟିଆଳି-କନ୍ତିଆ ବ୍ରିଜ୍ ନିକଟରେ ଜଣେ ମହିଳାଙ୍କୁ ନଦୀ ଭିତରକୁ ଟାଣିନେଇ ଝିଣି ଝିଣି ଖାଇଛି । ଖରସ୍ରୋତା ନଦୀ ବ୍ରିଜ୍ ଉପରୁ ଶହ ଶହ ଲୋକ ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖିବା ସହ ନିଜ ମୋବାଇଲରେ ରେକର୍ଡ କରିଛନ୍ତି । ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ କୁମ୍ଭୀର ଭୟରେ ମହିଳାଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ଯିବା ପାଇଁ କେହି ସାହସ ଜୁଟାଇ ପାରିନଥିଲେ । ମହିଳାଜଣକ କନ୍ତିଆ ଗ୍ରାମର ସୁକଦେବ ମହଲାଙ୍କ ପତ୍ନୀ ମୀନା ମହଲା (୬୦) ।
Headlines 10- ମଙ୍ଗଳବାର ଅକ୍ଟୋବର ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଲର୍ଟ ଜାରି କରାଯାଇଥିବା ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ପୁରୀ, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜ।