)
Top 10 News Today
Headlines 01- ଦିଲ୍ଲୀ ବିସ୍ଫୋରଣ ନେଇ ବଡ଼ ଖୁଲାସା କରିଛନ୍ତି ତଦନ୍ତକାରୀ ସଂସ୍ଥା । ଆତଙ୍କବାଦୀ ଡିସେମ୍ବର ୬ରେ ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ । ଦିଲ୍ଲୀ-NCR ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ସିରିଜ୍ ବ୍ଲାଷ୍ଟ ଯୋଜନା ହୋଇଥିଲା । ଏଥିପାଇଁ ସୁନିୟୋଜିତ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ ଆତଙ୍କବାଦୀ । ପ୍ରଥମ ପର୍ଯ୍ୟାୟରେ ଜୈଶ୍-ଏ-ମହମ୍ମଦର ମଡ୍ୟୁଲ ଗଠନ କରିଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ନୁହ ଓ ଗୁରୁଗ୍ରାମରେ IED ଓ ଗୋଳାବାରୁଦ ପାଇଁ କଞ୍ଚାମାଲ୍ କିଣିଥିଲେ । ତୃତୀୟ ପର୍ଯ୍ୟାୟରେ ବିସ୍ଫୋରଣ ପାଇଁ ଆଇଇଡି ପ୍ରସ୍ତୁତ କରିଥିଲେ ।
Headlines 02- ଲାଲ୍କିଲ୍ଲା ବିସ୍ଫୋରଣ ସିସିଟିଭି ଫୁଟେଜରୁ ଆସିଲା ସାଙ୍ଘାତିକ ତଥ୍ୟ । ସିସିଟିଭି ଫୁଟେଜ୍ ଅନୁଯାୟୀ ବିସ୍ଫୋରଣ କରିଥିବା i20 କାର୍ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଉମର । ବିସ୍ଫୋରଣ ପୂର୍ବରୁ ୬ ଜିଲ୍ଲାର ୧୨ରୁ ଅଧିକ ସ୍ଥାନରେ ଚକ୍କର କାଟିଥିଲା । ଫରିଦାବାଦ୍ରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା । ସାଉଥ୍ ଇଷ୍ଟ୍ ଦିଲ୍ଲୀ, ଇଷ୍ଟ୍ ଦିଲ୍ଲୀ, ସେଣ୍ଟ୍ରାଲ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲିଥିଲା । ଅଶୋକ ବିହାର, ରୋହତକ୍ ରୋଡ୍, କାଶ୍ମିରୀ ଗେଟ୍, ଦରିଆଗଞ୍ଜ ମଧ୍ୟ ଯାଇଥିଲା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ନିକଟ ଏକ ଢାବାରେ ଉମରକୁ ଦେଖିବାକୁ ମିଳିଥିଲା ।
Headlines 03- ଦିଲ୍ଲୀ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଗୁଇନ୍ଦା ଓ ଗୃହ ମନ୍ତ୍ରାଳୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଶାହ । ଆପଣଙ୍କୁ କହିରଖୁଛୁ ଯେ, ବିସ୍ଫୋରଣ ଦିନ ମଧ୍ୟ ଅମିତ ଶାହ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ ।
Headlines 04- ନୂଆପଡ଼ା ଉପନିର୍ବାଚନ ପରେ ଭୋଟ୍ ଗଣତି ପାଇଁ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଉଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ DRDA ସଦ୍ଦ୍ଭାବନା ଗୃହରେ କାଉଣ୍ଟିଂ ସୁପରଭାଇଜର୍ ଓ ଆସିଷ୍ଟାଣ୍ଟଙ୍କୁ ଦିଆଯାଉଛି ତାଲିମ୍ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡରେ ଭୋଟ୍ ଗଣତି କରାଯିବ ।
Headlines 05- ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି, ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି ।
Headlines 06- ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି ପୂର୍ବରୁ ଷ୍ଟ୍ରଙ୍ଗ୍ରୁମ୍ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି ଏସପି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ଷ୍ଟ୍ରଙ୍ଗ୍ ରୁମ । ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି ଏବଂ ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରି ପାରିବେ ବୋଲି ଏସପି କହିଛନ୍ତି । ଭିତରକୁ ପ୍ରବେଶ ପୂର୍ବରୁ ୩ଟି ଜାଗାରେ ଚେକିଂ ହେବ ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ପି ।
Headlines 07- ପୁରୀ ସର୍କିଟ ହାଉସ ପରିସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ୧୧ଟି ବ୍ଳକ୍ର ତହସିଲଦାର ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ସତ୍ୟବାଦୀ ବିଧାୟକ ଓ ବ୍ରହ୍ମଗିରି ବିଧାୟିକା ମଧ୍ୟ ଉପସ୍ଥିତ ଥିଲେ । ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଥିଲା ।
Headlines 08- ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏନେଇ ମାର୍ଗଦର୍ଶିକା ଜାରି ହୋଇଛି । ଅଙ୍ଗନବାଡ଼ି କର୍ମୀ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଜନ୍ମରୁ ୬ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ କରାଯିବ । ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । NEP-୨୦୨୦,RPWD ଆକ୍ଟ ୨୦୧୬ରେ ସାମିଲ କରାଯିବ । ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ ସର୍ଭେ ପ୍ରକ୍ରିୟା ।
Headlines 09- ପୋଲିସ SI ନିଯୁକ୍ତିକୁ ନେଇ ହାଇକୋର୍ଟରେ ମାମଲା ହୋଇଛି । ଖାଲି ପଡ଼ିଥିବା ପଦରେ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର ହୋଇଛି । ହାଇଲେବଲ୍ କମିଟି ତତ୍ତ୍ବାବଧାନରେ ନିଯୁକ୍ତି ପ୍ରକ୍ରିୟା ଚାଲୁ କରିବାକୁ ଆବେଦନ ହୋଇଛି ।
Headlines 10- ରାଜ୍ୟରେ ବଢ଼ୁଛି ଶୀତ । ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୭.୧ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ସେହିପରି ଜି. ଉଦୟଗିରି ୭.୪, ଦାରିଙ୍ଗବାଡ଼ି ୭.୫, ଫୁଲବାଣୀ ୮.୫ ଡିଗ୍ରୀ ରହିଥଛି । କଟକ ୧୪.୬ ଓ ଭୁବନେଶ୍ୱର ତାପମାତ୍ର ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି ।