)
Top 10 News Today
Headlines 01- ବିଧାୟକଙ୍କ ଦରମା ବୃଦ୍ଧି ହେବା ପରେ ମଧ୍ୟ ଏହି ପ୍ରସଙ୍ଗରେ ଚର୍ଚ୍ଚା ଥମିବାରେ ନାଁ ନେଉନି । ଦରମା ବୃଦ୍ଧି ନେଇ ପୁନର୍ବିଚାର କରିବାକୁ ନିବେଦନ କରିଛି ବିଜେଡି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପାରିତ ସମୟରେ ଆମେ ସମର୍ଥନ କରିଥିଲୁ ତେଣୁ ବିଲ୍ ପାରିତ ହୋଇଥଲା କିନ୍ତୁ ବର୍ତ୍ତମାନ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପୁନର୍ବିଚାର କରନ୍ତୁ ।
Headlines 02- କେନ୍ଦ୍ରାପଡ଼ାରେ ବିଜେପି ଗୀତାଞ୍ଜଳି ସେଠୀଙ୍କ ଗାଡ଼ି ଜାଳିଦେଇଛନ୍ତି ଦୁର୍ବୃତ୍ତ । ଗୀତାଞ୍ଜଳି ସଦର ଥାନା ଗୁଆଳସିଂ ସ୍ଥିତ ଘର ଆଗରେ ଗାଡ଼ି ରଖିଥିଲେ । ନିଆଁ ଲାଗିବା କାରଣରୁ ଘରର ଝରକା ମଧ୍ୟ ପୋଡିଯାଇଛି ।
Headlines 03- SI ନିଯୁକ୍ତି ସ୍କାମ୍ ରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୭ ଜଣଙ୍କ ଜାମିନ ଆବେଦନ ଶୁଣାଣି ହେବ । ମାମଲାରେ ପ୍ରଥମ ଥର ପାଇଁ ସମ୍ପୃକ୍ତ ହେଇଛନ୍ତି ସିବିଆଇ ଓକିଲ । ଜାନୁୟାରୀ ଦ୍ବିତୀୟ ସପ୍ତାହରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି ।
Headlines 04- ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ ରହିଛି । ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି Mou ସ୍ବାକ୍ଷରିତ ହୋଇଛି । ପ୍ରମୁଖ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Headlines 05- ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ଯୁକ୍ତିଯୁକ୍ତ ଭାବେ ବଢାଇଲେ ଜନସାଧାରଣ ଗ୍ରହଣ କରିବେ କିନ୍ତୁ ତିନିଗୁଣା ବଢାଇଲେ ସରକାର । ବଢେଇଲେ କାହିଁକି ପୁଣି ବନ୍ଦ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ଏସବୁ ରାଜନୈତିକ ପ୍ରହସନ ବୋଲି ଭକ୍ତ କହିଛନ୍ତି ।
Headlines 06- କିସ୍ରେ ଛାତ୍ର ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି OSCPCR ମୁଖ୍ୟ । ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଯ, କିସ୍କୁ ଆଉଥରେ ଯିବୁ ଏବଂ ପରିବେଶକୁ ଅନୁଧ୍ୟାନ କରିବୁ । ପିଲାଙ୍କ ପାଠପଢ଼ା ସହ ଖାଦ୍ୟ ଏବଂ ରହଣି ଆଦି ବ୍ୟବସ୍ଥା କିପରି ରହିଛି ସେନେଇ ଅନୁଧ୍ୟାନ କରାଯିବ । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ପୋଲିସ୍କୁ ମଗାଯାଇଛି ଏବଂ କିସ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ ମଗାଯାଇଛି ବୋଲି ବବିତା କହିଛନ୍ତି ।
Headlines 07- କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ବହିଷ୍କାର ନେଇ କଟକ ନଗର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯାହା ନିଷ୍ପତ୍ତି ହୋଇଛି ଠିକ୍ ନୁହେଁ । ମୋକିମ୍ଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି ତେଣୁ ଦଳ ଦୁର୍ବଳ ହେବ ବୋଲି ସେ କହିଛନ୍ତି । ବର୍ଷ ବର୍ଷ ଧରି କଟକରେ କଂଗ୍ରେସ ଜିତି ପାରୁ ନଥିଲା କିନ୍ତୁ ସେ ଓ ତାଙ୍କ ଝିଅ ଏଠାରେ ଜିତିଲେ ବୋଲି ଗିରିବାଳା କହିଛନ୍ତି ।
Headlines 08- ଆଜି କୋଟିଆ ଗସ୍ତ କରୁଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଡିସେମ୍ବର ଶେଷ ସପ୍ତାହରେ କୋଟିଆ କମିଟି ବୈଠକ ପୂର୍ବରୁ ମନ୍ତ୍ରୀ କଟିଆ ଯାଇଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବା ସହ ସରକାରୀ ଅଧିକାରୀଙ୍କ ରିପୋର୍ଟ ଗୁଡିକୁ ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କରିବେ ମନ୍ସୁରେଶ ପୂଜାରୀ
Headlines 09- ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଏକ ଚେକ୍ ପୋଷ୍ଟ କରାଯିବ । ଚେକ୍ ପୋଷ୍ଟ ଲଗାଇବାକୁ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମା ସିଲ୍ କରାଯାଇଛି । ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ ସଂଗ୍ରହ ଚାଲିଛି ତେଣୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଧାନ ଚାଲାଣ ଆଶଙ୍କାରେ ପଦକ୍ଷେପ ନିଆଯାଇଛି । ପୂର୍ବରୁ ପ୍ରଶାସନ ପକ୍ଷରୁ ସୀମାରେ ସିସିଟିଭି କ୍ୟାମେରା ଲଗାଯାଇଛି ।
Headlines 10- ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେଉଛି । ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ ହୋଇଛନ୍ତି । ବନ୍ଦରୁ ବାଦ୍ ପଡ଼ିଛି ଜାତୀୟ ରାଜପଥ । ଏଥିସହ ରେଳ ଚଳାଚଳ ସ୍ୱଭାବିକ ଚାଲିଛି ।