Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Trending Photos
)
Top 10 News Today
Headlines 01- ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ମମତା କହିଛନ୍ତି । ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା ପଚାରିବା ସହ ମମତା କହିଛନ୍ତି ଯେ, ମୁଁ ଯେତିକି ଜାଣିଛି ଘଟଣାଟି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି ଘରୋଇ ମେଡିକାଲ୍ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍ ଭାବେ ନେବା ଦରକାର । ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ । ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ।
Headlines 02- ରାଜ୍ୟ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ନୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହା ପରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡର ବାଜିବ ମୋହର ।
Headlines 03- ତାଲିବାନ୍ ଓ ପାକ୍ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ କାରଣରୁ ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା ମିଳିଛି । କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ସୀମାରେ ଯୁଦ୍ଧ ଜାରି ରହିଛି । ଆଫଗାନିସ୍ତାନ ସେନା କବ୍ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସୂଚନା ଦେଇଛି ।
Headlines 04- ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଛନ୍ତି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍ପି ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସ୍ରେ ଏନେଇ ବିଚାରବିମର୍ଶ ହୋଇଛି । ପୀଡ଼ିତାଙ୍କ ବାପା ଓ ଅନ୍ୟ କିଛି ସହଯୋଗୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।
Headlines 05- ଗଣଦୁଷ୍କର୍ମ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉଦ୍ବେଗ ପ୍ରକାଶ କରି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି , ଏହା ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ଚିନ୍ତାଜନକ ପ୍ରମାଣିତ କରୁଛି । ସ୍ଥାନୀୟ ଶିକ୍ଷାର୍ଥୀ କିମ୍ବା ବାହାର ରାଜ୍ୟ ଶିକ୍ଷାର୍ଥୀ ସେଠାରେ ସୁରକ୍ଷିତ ନାହାଁନ୍ତି ବୋଲି ବୈଜୟନ୍ତ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତାଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରି ଦୋଷୀମାନଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଦାବି କରିଛନ୍ତି ବୈଜୟନ୍ତ ।
Headlines 06- ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । 'ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ'ର ଜବାବ ଦେଇଛନ୍ତି । ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି' କାହାକୁ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛ ବୋଲି ଶ୍ରୀମୟୀ ଉଲ୍ଲେଖ କରିଛନ୍ତି । ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ ଏବଂ ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ପରିବାର ଭାବାବେଗ ସହ ଖେଳନ୍ତୁ ନାହିଁ ବୋଲି ଶ୍ରୀମୟୀ ଲେଖିଛନ୍ତି । ରାଜନୀତିରୁ ଊର୍ଦ୍ଧ୍ବରେ ମାନବିକତା ଏବଂ ଓଡ଼ିଆ ସଂସ୍କୃତି ଏ ଶିକ୍ଷା ଦିଏ ବୋଲି ଶ୍ରୀମୟୀ କହିଛନ୍ତି ।
Headlines 07- ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି, ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ SPଙ୍କ ସହ ଆଲୋଚନା କରିବି ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି ବୋଲି ପ୍ରତାପ କହିଛନ୍ତି । ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରତାପ
Headlines 08- ପଶ୍ଚିମବଙ୍ଗ ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ ମୋ ତରଫରୁ ଯାହା କିଛି ହୋଇପାରିବ ମୁଁ ନିଶ୍ଚୟ କରିବି ବୋଲି ସେ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି ଏବଂ ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି । ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ ।
Headlines 09- ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧ କୋଟି ଟଙ୍କାର ୯୦ଟି ତେଲିଆ ଭୋଳା ମାଛ । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି । ଏହି ମାଛର ପିତ୍ତ ଓ ଅନ୍ୟାନ୍ୟ ଅଂଶ ଔଷଧ ତିଆରିରେ ବ୍ୟବହାର ହୋଇଥିବାରୁ ଚାହିଦା ଖୁବ ଅଧିକ ।
Headlines 10- ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨-୩ ଦିନରେ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତାକାଲି ସକାଳ ସମୟରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା । ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।