)
Top 10 News Today
Headlines 01- G RAM G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ । ଏନେଇ ଘୋଷଣା କରିଛନ୍ତି AICC ମୁଖ୍ୟ ଖଡ୍ଗେ । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇଛନ୍ତି । MGNREGA ଆଇନ ଉଚ୍ଛେଦକୁ କଂଗ୍ରେସ ବିରୋଧ କରିବ । G RAM Gରେ କେନ୍ଦ୍ର-ରାଜ୍ୟ ଭାଗିଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖଡଗେ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ।
Headlines 02- ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବସ୍ ସେବା ବା MBS । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଏ ସମ୍ପର୍କରେ ଆଲୋଚନା ସରିଛି । ପରିବହନ ବିଭାଗ ଯେମିତି କ୍ଷତି ସହିବନି ସେନେଇ ଆଲୋଚନା ହୋଇଛି । ସ୍କୁଲ ପିଲାଙ୍କୁ ୧୪୨୨ଟି ବସ୍ ଯୋଗେ ମାଗଣା ସେବା ଯୋଗାଇ ଦିଆଯିବ । କେଉଁ ରୁଟ୍ରେ କେତେ ବସ୍ ଚାଲିବ ତାହା OSRTC କର୍ତ୍ତୁପକ୍ଷ ସ୍ଥିର କରିବେ ।
Headlines 03- ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଗ୍ରୀନ୍ ଷ୍ଟିକର ଲାଗିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍ ଷ୍ଟିକର ଯୋଗାଇ ଦିଆଯିବ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି । ୨୦୧୯ ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି ତେଣୁ ପର୍ଯ୍ୟାଲୋଚନା କରୁଛୁ ।
Headlines 04- ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଭିଜିଲାନ୍ସ ଦ୍ୱାରା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗତକାଲି ବାବୁଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ଠାବ ହୋଇଥିଲା ଏବଂ ନଗଦ ୯.୨୮ ଲକ୍ଷ ଟଙ୍କା ଓ ୬୬.୪୨ ଲକ୍ଷର ଜମାରାଶି ଠାବ କରିଥିଲା ଭିଜିଲାନ୍ସ । ୨ ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ୍ ମଧ୍ୟ ଠାବ ହୋଇଥିଲା ।
Headlines 05- ରତ୍ନ ଭଣ୍ତାର ଗଣତିମଣତି ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ ଆଜି ବସିବାକୁ ଯାଉଛି। ରତ୍ନ ଭଣ୍ତାର ମରାମତି ଓ ଗଣତି ମଣତି ପ୍ରସଙ୍ଗକୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ନ ସାଢେ ୪ଟାରେ ବସିବ। ବୈଠକରେ କମିଟି ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବେ।
Headlines 06- ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ସାନିଧ୍ୟ ଲାଭ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର। ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ମୁଖ୍ୟ ନିର୍ବାଚନ କମିଶନ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ପତ୍ନୀ ପହଞ୍ଚିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଙ୍କ ସହିତ ପରିଚାଳନା କମିଟିର ସେବାୟତ ମାନେ ତାଙ୍କୁ ସ୍ବାଗତ କରିଥିଲେ ।
Headlines 07- ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ। ୧୫ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ ବୋଲି ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ସମସ୍ତ ଥାନା ଅଧିକାରୀ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ । ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କଡା ନଜର ରହିବ ଏବଂ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ୍ ପୋଲିସ ।
Headlines 08- ଏଣିକି ଅନ୍ଲାଇନ୍ ସହ ଅଫ୍ଲାଇନ୍ରେ ମଧ୍ୟ ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯିବ । ମୋବାଇଲ ନଂ ଅପଡେଟ୍ ନଥିବାରୁ OTP ପାଉ ନଥିବା ବ୍ୟକ୍ତିଙ୍କ ପାଇଁ ଏହା ସହାୟକ ହେବ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Headlines 09- ଜଗା ଦର୍ଶନ ପାଇଁ ପୁରୀରେ ଏବେଠୁ ଭକ୍ତଙ୍କ ଭିଡ଼ ଲାଗିଲାଣି। ନୂଆବର୍ଷରେ ଜଗା ଦର୍ଶନ ପାଇଁ ଅଧିକ ଭିଡ ବଢିବ। ଏନେଇ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି, ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଏବଂ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ,୨୪୫ ସବ୍ ଇନ୍ସପେକ୍ଟର, ୧୦ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩୩ ଉପଆରକ୍ଷୀ ଅଧୀକ୍ଷକ ଓ ୬୨ ଇନ୍ସପେକ୍ଟର ରହିବେ। ଏନେଇ କେନ୍ଦ୍ରାଞ୍ଚଳ ପୋଲିସ ଡିଆଇଜି (ଶୁକ୍ରବାର) ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
Headlines 10- ଦୀର୍ଘ ୧୫ ବର୍ଷ ପରେ ମେଲବର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ ଜିତିବାରେ ସକ୍ଷମ ହୋଇଛି ଇଂଲଣ୍ଡ । ମାତ୍ର ଦୁଇ ଦିନରେ ମ୍ୟାଚ୍ ଶେଷ ହୋଇଥିବା ସମୟରେ ୪ ୱିକେଟ୍ରେ ଜିତିଛି ଇଂଲଣ୍ଡ । ୫ ମ୍ୟାଚ ବିଶିଷ୍ଟ ଆସେସ୍ ସିରିଜ୍ରେ ଅଷ୍ଟ୍ରେଲିଆ ୩-୧ରେ ଆଗୁଆ ରହିଛି ।