Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Trending Photos
)
Top 10 News Today
Headlines 01- ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା ନେଇ ଆଜି ଅପରାହ୍ଣ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲର୍ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ଯିବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।
Headlines 02- SI ନିଯୁକ୍ତି ମହାଘୋଟାଲା ସମ୍ପର୍କରେ ବିଜେପି ବିଧାୟକ ବାବୁ ସିଂ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି । ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡ଼ାଯିବନି, ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ? ବୋଲି ବାବୁ ପ୍ରଶ୍ନ କରିଛନ୍ତି । 'ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା' 'କେବଳ ଛୋଟ ମାଛ ନୁହେଁ, ବଡ଼ ମାଛଙ୍କ ସମୟ ଆସୁଛି' ବୋଲି ରୋକଠୋକ କହିଛନ୍ତି ବାବୁ ।
Headlines 03- ବିଜେପି ବିଧାୟକଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରୀତି ଘଡ଼ାଇ କହିଛନ୍ତି ଯେ, ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ । ମୁଖ୍ୟ କାର୍ପଟଦାରକୁ ଛାଡ଼ି ଦେବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା । ପୂର୍ବତନ OPRB ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ କାହା ଚାପରେ ଇସ୍ତଫା ଦେଲେ ବୋଲି ପ୍ରୀତିରଞ୍ଜନ ପ୍ରଶ୍ନ କରିଛନ୍ତି । ବଡ଼ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉଛି । ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ, ସବୁ ଦୋଷୀ ଦଣ୍ଡ ପାଆନ୍ତୁ ବୋଲି ପ୍ରୀତି କହିଛନ୍ତି ।
Headlines 04- SI ପରୀକ୍ଷା ମହାଘୋଟାଲାରେ ଭୁବନେଶ୍ବରର ରଘୁନାଥପୁରର ଏକ ସେଣ୍ଟରରେ କ୍ରାଇମବ୍ରାଞ୍ଚ ଟିମ୍ର ରେଡ୍ । ମୋଷ୍ଟ ୱାଣ୍ଟେଡ୍ ଶଙ୍କର ପୃଷ୍ଟି ଲିଙ୍କ୍ରେ କ୍ରାଇମବ୍ରାଞ୍ଚର ରେଡ୍ କରୁଛି । ଶଙ୍କର ପୃଷ୍ଟି ଲିଙ୍କ୍ରେ ରେଡ୍ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି । ପରୀକ୍ଷା ସେଣ୍ଟର ଚାଲିଥିବା ଘର ମାଲିକ କିଏ ଅନୁଧ୍ୟାନ ଚାଲିଛି ଏବଂ ଶଙ୍କର ପୃଷ୍ଟି ଏଠାକୁ ଆସି ଫିକ୍ସିଂ କରୁଥିଲା ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ।
Headlines 05- ଏସଆଇ ପରୀକ୍ଷା ମାମଲାରେ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି । କୌଣସି ଗୋଟିଏ ବି ପରୀକ୍ଷାରେ ସ୍ୱଚ୍ଛତା ନାହିଁ ବୋଲି କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ, ଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ, ଏବେ ବି ସେହିମାନେ ଧରିଛନ୍ତି । ବିଜେଡିକୁ ଗାଳି ଦେଇ ସରକାରକୁ ଆସିଲେ, ଏବେ ତାଙ୍କ ସହ ମିଶି ଦୁର୍ନୀତି କରୁଛନ୍ତି । SI ପରୀକ୍ଷା କେଳେଙ୍କାରୀର ବିଚାରବିଭାଗୀୟ କିମ୍ବା ସିବିଆଇ ତଦନ୍ତ ହେଉ ବୋଲି ଭକ୍ତ ଦାବି କରିଛନ୍ତି ।
Headlines 06- ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର କରାଯିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ।
Headlines 07- ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା ହୋଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ବ୍ୟବସ୍ଥା କରାଯାଇଛି । ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୬ ଇନସ୍ପେକ୍ଟର, ୬ ସବ ଇନସ୍ପେକ୍ଟର ଅଛନ୍ତି ।
Headlines 08- କୁଖ୍ୟାତ ଠକକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ରିଙ୍କୁ ତା ଘର ହରିୟାଣା ବୋଲି ଜଣାପଡିଛି । ସୋସିଆଲ୍ ଜଷ୍ଟିସ ଫର୍ ୱିମେନ ଏମ୍ପାୱାରମେଣ୍ଟ ଅଧ୍ୟକ୍ଷ କହି ଠକେଇ କରୁଥିଲା । ରିଙ୍କୁଙ୍କ ସହଯୋଗୀ ମନିନ୍ଦର ମଧ୍ୟ ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଗିରଫ ହୋଇଛି । ସାଙ୍ଗରେ PSO ଓ PA ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲେ । ସ୍ବରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ କରିବା ପରେ ଘଟଣା ସମ୍ପର୍କରେ ସୁରାଗ ପାଇଥିଲା ପୋଲିସ ।
Headlines 09- ମହିଳା ଏକଦିବସୀୟ ବିଶ୍ବକପ୍ରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଆର୍. ପ୍ରେସଦାସା ଷ୍ଟାଡିୟମ୍ରେ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଅମନଜୋତଙ୍କ ସ୍ଥାନରେ ରେଣୁକା ସିଂ ଅଛନ୍ତି । ଟସ୍ ପରେ ଦୁଇ କ୍ୟାପଟେନ୍ ପରସ୍ପର ସହ ହ୍ୟାଣ୍ଡସେକ୍ କରିନାହାନ୍ତି ।
Headlines 10- ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।