)
Top 10 News Today
Headlines 01- କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ବବି ଦାସ । ସେ କହିଛନ୍ତି ଯେ, ସୁଯୋଗ ପାଇ ସାରିବା ପରେ କୋରେଇକୁ ଛାଡ଼ି ପଳାଇଛନ୍ତି । ଏହା ଏପରି ଦ୍ବନ୍ଦ୍ବ ସୃଷ୍ଟି କରିଛି ଯଦ୍ବାରା ଅବିଶ୍ବାସର ବାତାବରଣ ବଢ଼ି ଯାଇଛି । ଅବିଶ୍ବାସର ବାତାବରଣ ଭାଙ୍ଗିବା ପାଇଁ ଆମେ ଏଭଳି ଏକାଠି ହେବୁ । ବବିଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି ଯେ, କେଉଁ ପରିପ୍ରେକ୍ଷୀରେ ସେ କହିଛନ୍ତି ମୁଁ ଜାଣି ନାହିଁ । କୋରେଇରେ ଯେଉଁମାନେ ଥିଲେ ସମସ୍ତେ ଅଛନ୍ତି କେହି କୁଆଡ଼େ ଯାଇନାହାଁନ୍ତି ।
Headlines 02- ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସେମାନଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ମାମଲା ଜାରି ରହିବ। ୨୦୨୦ ମସିହାରେ ହୋଇଥିବା ଦିଲ୍ଲୀ ଦଙ୍ଗାର ଶୁଣାଣୀ କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।
Headlines 03- ଖୁବଶୀଘ୍ର ଡେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ ଏବଂ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର ତେଣୁ ସେମାନଙ୍କ ସହ ଆଲୋଚନା କରୁଛୁ । ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ ବୋଲି ସେ କହିଛନ୍ତି ।
Headlines 04- ବିଜେଡି ବିଧାୟିକା ପ୍ରମିଳା ମଳ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି। ଯାଜପୁରକୁ ନେଇ ଏକ ବଡ଼ ବୈଠକ ହୋଇଥିବା ଚର୍ଚ୍ଚା ହୋଇଛି । ଗଣମାଧ୍ୟମ ପ୍ରତିନିଧିଙ୍କ ମେଳି ନାଁ ଶୁଣୁ ଶୁଣୁ ଚିହିଁକି ଉଠିଥିଲେ ପ୍ରମିଳା । ମେଳି କଣ ଓ କାହିଁକି କଦର୍ଯ୍ୟ ରୂପ ଦେଉଛ କହି ପ୍ରଶ୍ନ କରିଥିଲେ । ଏଥିସହ କହିଥିଲେ ଯ, ଯାଜପୁର ଜିଲ୍ଲା ସଂଗଠନ ବାବଦରେ ଆଲୋଚନା ପାଇଁ ଆମେ ଏକାଠି ହୋଇଥିଲୁ । ଜିଲ୍ଲା ସଂଗଠନ ସୁଦୃଢ଼ କରିବାକୁ ଆଲୋଚନା କରିଛୁ । ଏଥିରେ ଅସୁବିଧା କିଛି ନାହିଁ ।
Headlines 05- ମିଲର୍ସମାନଙ୍କ ସହ ଆଲୋଚନା ହୋଇଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ମିଲର୍ସଙ୍କର ଆଲୋଚନା ହୋଇଥିଲା । ବିଭାଗ ମିଲର୍ସ ଦାବି ପୂରଣ ନେଇ ବିଭାଗ ସଚେତନ ଅଛି । ମିଲର୍ସଙ୍କୁ ସମୟ ମଗାଯାଇଛି ସେମାନଙ୍କ ଦାବି ପୂରଣ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହେବ ବିଭାଗ ତତ୍ପର ଅଛି ବୋଲି କୁହାଯାଇଛି ।
Headlines 06- ଚାକିରିରୁ ନିଲମ୍ବିତ ହୋଇଛନ୍ତି କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକ । ବିଜୟ ବାରିକଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଗତକାଲି ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଥାନାବାବୁ ।
Headlines 07- ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ ଦେଖାଦେଇଛି। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଇଥିବା ସୂଚନା ରହିଛି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି। ଦୁଇ ମାସ ତଳେ ୧୮ରୋଗୀ ଚିହ୍ନଟ ହୋଇଥିଲା।
Headlines 08- ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗତକାଲି ବ୍ୟାରିକେଡ୍ ଦର୍ଶନକୁ ନେଇ ବିବାଦୀୟ ସ୍ଥିତି ପରେ ବୈଠକ କରାଯାଇଛି । ପୁରୀ ଜିଲ୍ଲାପାଳ, ଏସ୍ପି ଓ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ପ୍ରଟୋକଲରେ ଶ୍ରୀମନ୍ଦିର ଆସୁଥିବା ଅତିଥିଙ୍କ ପାଇଁ SOP ପ୍ରସ୍ତୁତ ହୋଇଛି । ପ୍ରଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବେ । ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣାକୁ ଆହୁରି କଡ଼ା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
Headlines 09- ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ୨ ସରକାରୀ କର୍ମଚାରୀ । ମୟୂରଭଞ୍ଜର ବାରିପଦା ଉଦଳା ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ସିଂହ ଏବଂ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ତାଙ୍କର କାମ ପାଇଁ ବକେୟା ବିଲ୍ ପରିଶୋଧ କରିବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
Headlines 10- ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଛି ବ୍ୟାନ୍ । ବ୍ୟାନ୍ ଲଗାଇଛନ୍ତି ବାଂଲାଦେଶର ୟୁନୁସ୍ ସରକାର । ବିସିସିଆଇ କେକେଆରକୁ ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାର ଦୁଇ ଦିନ ପରେ ବାଂଲାଦେଶ ସରକାର ଦେଶରେ ଆଇପିଏଲ 2026ର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି।