Top 10 News: ଯବାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2759250

Top 10 News: ଯବାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଯବାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ସହ ଅନ୍ୟ ଖବର

Top 10 News Today

Headlines 01- ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଅପରେସନ ସିନ୍ଦୂର'ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଦେଶର ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ ଏବଂ ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ପାକିସ୍ତାନ ଷଡ଼ଯନ୍ତ୍ର ବନ୍ଦ କରୁ ଏବଂ ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ ବୋଲି ରାଜନାଥ କହିଛନ୍ତି ।

Headlines 02- ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମ୍‍ କୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି। ଏସବୁ ପ୍ରଶ୍ନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ କ୍ଷମତା ବାବଦରେ ସମ୍ବିଧାନର ବ୍ୟବସ୍ଥାକୁ ଅନୁଶୀଳନ ଲାଗି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲ-୮ ତାରିଖରେ ସୁପ୍ରିମକୋର୍ଟ କୌଣସି ବିଧେୟକକୁ ଅନୁମୋଦନ ଦେବା ଲାଗି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସମୟସୀମା ନିର୍ଦ୍ଧାରଣ ଲାଗି ରାୟ ଦେଇଥିଲେ କୋର୍ଟ। ଏହି ରାୟକୁ ଅନୁଶୀଳନ କରି ରାଷ୍ଟ୍ରପତି ଏକ ଶକ୍ତ ଜବାବ ଦେଇଛନ୍ତି। ଏହାସହ ଏହି ରାୟର ସାମ୍ବିଧାନିକ ବୈଧତା ସମ୍ପର୍କରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୦୦, ୨୦୧, ୧୪୨, ୧୪୩, ୩୬୧, ଏବଂ ୧୩୧ ସହିତ ଏହି ସବୁ ପ୍ରଶ୍ନ ଜଡ଼ିତ। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ଏବଂ ରାଜ୍ୟ ବିଧାନସଭା ଦ୍ୱାରା ପାରିତ ବିଲ୍‌ଗୁଡ଼ିକର ଅନୁମୋଦନ ସମୟସୀମା ଉପରେ କେନ୍ଦ୍ରିତ।

Headlines 03- ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିଶ୍ଚିତ ଭାବରେ ଏକ ଯୁଦ୍ଧବିରତି ହୋଇଛି। କିନ୍ତୁ ଗତ କିଛି ଦିନ ଧରି ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ତୁର୍କୀ ଖବରରେ ରହିଛି। ପାକିସ୍ତାନ ପ୍ରତି ଏହାର ଖୋଲାଖୋଲି ସମର୍ଥନ ପ୍ରକାଶ ପାଇଛି। ଭାରତ ଉପରେ ଆକ୍ରମଣ ସମୟରେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଖସାଇ ଦିଆଯାଇଥିବା ଡ୍ରୋନଗୁଡ଼ିକ ମଧ୍ୟ ତୁର୍କୀରେ ତିଆରି ହୋଇଥିଲା। ଏବେ ଯୁଦ୍ଧବିରତି ପରେ, ଭାରତରେ ପାକିସ୍ତାନର ଏହି ବନ୍ଧୁ ବିରୁଦ୍ଧରେ ପ୍ରତିବାଦ ଆରମ୍ଭ ହୋଇଛି ଏବଂ BOYCOTT TURKEY ଅଭିଯାନ ଗତି ପାଇବା ଆରମ୍ଭ କରିଛି। ଏହା ଏହାର କୋଟି କୋଟି ଡଲାରର ବ୍ୟବସାୟକୁ ପ୍ରଭାବିତ କରିବାକୁ ଯାଉଛି।

Headlines 04- 'ଅପରେସନ ସିନ୍ଦୂର'ର ସଫଳତା ପରେ ଆଜି ଜମ୍ମୁ-କାଶ୍ମୀର ଗସ୍ତରରେ ଯାଇ ଶ୍ରୀନଗରରେ ଯବାନମାନଙ୍କୁ ଭେଟିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ପାକିସ୍ତାନ ବିରୋଧରେ ଲଢେଇ ଏବଂ ସଫଳତାକୁ ପ୍ରଶଂସା କରିଛନ୍ତି ଏବଂ ଯବାନଙ୍କ ମନରେ ସାହସ ଭରିଛନ୍ତି ସ୍ଥଳସେନା ମୁଖ୍ୟ ।

Headlines 05- ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ବସ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା । ମନ୍ତ୍ରୀ ହୋଇ ଆପଣ କିଭଳି ଭାଷାର ବ୍ୟବହାର କରୁଛନ୍ତି ବୋଲି କୋର୍ଟ କହିଲେ । ଗତକାଲି ହାଇକୋର୍ଟ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ କହିଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମନ୍ତ୍ରୀ ।

Headlines 06- ଭୁବନେଶ୍ବର ଖଣ୍ଡଗିରି ଜାଗମରା ପଞ୍ଚଶଖା ନଗରରେ ଥିବା ଏକ ଓୟୋ ତଳୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ଘଟଣାରେ ତନାଘନା ଜାରି ରହିଛି । ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା’ । ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା  ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛି ଏବଂ ସିସିଟିଭି ଫୁଟେଜ୍ ଜବତ ହୋଇଛି । ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସ ପଚରାଉଚରା କରୁଛି ।

Headlines 07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍‍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭୁବନେଶ୍ୱରଠାରେ ବିଡିଓ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ସରପଞ୍ଚରୁ ନିର୍ବାଚିତ ହୋଇ ଆଜି ଏହି ପଦବୀରେ ପହଞ୍ଚିଛି। ମୁଁ ତୃଣମୂଳ ପ୍ରଶାସନର କଥା ଜାଣିଛି’।  ଏଣୁ ବିଜେଡି ସରକାର ସମୟରେ ଯେମିତି କାର୍ଯ୍ୟ କରୁଥିଲେ ତାହାକୁ ଭୁଲି ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

Headlines 08- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ କୋଟି କୋଟି ଟଙ୍କାର ସମ୍ପତି ଜବତ କରିଥିବା ନେଇ ସୂଚନା ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି। ଏକାସାଙ୍ଗରେ ଯାଜପୁର, କଟକ ଭୁବନେଶ୍ୱର, ଭଦ୍ରକରେ ଚଢାଉ ହୋଇଛି। ଚଢାଉରେ ୮ଜଣ ଡିଏସପି ଓ ୯ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। କଟକ ସ୍ପେସିଆଲ ଜଜ୍‌ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଏହି ଚଢାଉ କରାଯାଇଛି।

Headlines 09- ବିଜେଡି ନେତା ଅରୁଣସାହୁଙ୍କ କଥା ମାନିଛନ୍ତି ମୋହନ ସରକାର। କେନ୍ଦ୍ର ଯେମିତି ରାହୁଲ ଗାନ୍ଧିଙ୍କୁ ମୋଦୀ ମାନିଛନ୍ତି ଠିକ୍‍ ସେମିତି। ଉଭୟଙ୍କ କ୍ଷେତ୍ରରେ ପ୍ରସଙ୍ଗ ବି ସମାନ ରହିଛି, ତାହା ହେଲା ପଛୁଆବର୍ଗ ରାଜନୀତି।  ରାହୁଲଙ୍କ କଥା ରକ୍ଷା କରି  ପ୍ରଧାନମନ୍ତ୍ରୀ ୨୦୨୬ ଜନଗଣନାରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା ଲାଗୁ କରିବାକୁ ଯାଉଛନ୍ତି। ଆଉ ରାଜ୍ୟରେ ‘ଯାହାର ଯେତେ ସଂଖ୍ୟା ସେତେ ହକ୍‍’ ନୀତିକୁ ଗ୍ର୍ରହଣ କରିବାକୁ ଯାଇ ମୋହନ ମାଝିଙ୍କ ସରକାର ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ଆରକ୍ଷଣ  ଘୋଷଣା କରିଛନ୍ତି। ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ମୋହନଙ୍କ ଏହି ଆକସ୍ମିକ ନିଷ୍ପତ୍ତି ଓବିସି ରାଜନୀତିରେ ସରକାର ବ୍ୟାକ୍‍ଫୁଟରେ ରହିଥିବା ସ୍ପଷ୍ଟ କରୁଛି।

Headlines 10- ଆଜି ମୌସୁମୀ ବାୟୁ ଦକ୍ଷିଣପୂର୍ବ-ଆରବସାଗର ମାଲଦୀପ ଏବଂ କୋମରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର ସହ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ସମେତ ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିଝଡ଼ 'ଶକ୍ତି' ସୃଷ୍ଟି ହେଉଥିବା ରିପୋର୍ଟକୁ ଭାରତ ପାଣିପାଗ ବିଭାଗ (IMD) ଦୃଢ଼ ଭାବରେ ଖଣ୍ଡନ କରିଛି। ବୁଧବାର ଦିନ ଏକ କଠୋର ସ୍ପଷ୍ଟୀକରଣ ଦେଇ, ଆଇଏମଡି କହିଛି ଯେ ଏପରି କୌଣସି ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ। ଆଇଏମଡି ଗଣମାଧ୍ୟମର ଏକ ଅଂଶକୁ ଭୁଲ ସୂଚନା ପ୍ରସାରଣ କରୁଥିବାର ଅଭିଯୋଗ କରିଛି ଏବଂ କହିଛି ଯେ ଏପରି ରିପୋର୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

;