Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ବିଧାନସଭାରେ ଆଜି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଛି ପ୍ରଥମେ ଦିନ ୧୨ ଟା ଯାଏଁ ଏବଂ ପରେ ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ବଜେଟ୍ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମକୁ ମାଡିଆସି ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା । ବିଜୁ ବାବୁଙ୍କ ଜୟନ୍ତୀ ଦିନ ପଞ୍ଚାୟତରାଜ ଦିବସ ପାଳନ କରିବାକୁ କିଛି ନେତା ଦେବି କରିଥିଲେ ।
Headlines 02- ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ ଦେଖିବାକୁ ମିଳିଛି । ରେଖା କହିଛନ୍ତି ଯେ, କେଜ୍ରିୱାଲଙ୍କ ପରି ଶିଶ୍ ମହଲରେ ରହି କାମ କରୁଥିବା ମୁଖ୍ୟମନ୍ତ୍ରୀ ମୁଁ ନୁହେଁ । ଜନତାଙ୍କ ସେବକ ହୋଇ ଜନତାଙ୍କ ପାଇଁ ଓ ଜନତାଙ୍କ ସହ କାମ କରିବାକୁ ମୁଁ ବିଶ୍ବାସ କରେ ।
Headlines 03- ୧୦ ଦଫା ଦାବିରେ ଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି ପାଚିକା ସଂଘର କର୍ମଚାରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ପାଚିକା ମାଆମାନେ ସାମିଲ ହୋଇଛନ୍ତି। ନିଜ ହକ୍ ପାଇଁ ରାଜଧାନୀରେ ବିକ୍ଷୋଭ କରି କହିଛନ୍ତି ଯେ, ଆମ ପେଟ ପୋଡ଼ୁଛି, ଆମେ କିପରି ଚଳିବୁ
ସ୍କୁଲର ପିଲାଙ୍କୁ ଆମେ ନିଜ ପିଲା ଭଳି ଦେଖୁଛୁ। ସେଥିପାଇଁ ଆମେ ସ୍କୁଲରେ କେବେ ଆନ୍ଦୋଳନ କରିନାହୁଁ। ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ଦେବାକୁ ଦାବି କରିଛନ୍ତି ।
Headlines 04- ମାର୍ଚ୍ଚ ୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ସବୁ ଜିଲ୍ଲାପାଳ ଓ ଭୁବନେଶ୍ବର ଏଡିଏମ୍ ଅଫିସ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି ।
Headlines 05- କିଟ୍ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ୧୦ଜଣଙ୍କୁ ଗିରଫ ସହ ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣଙ୍କୁ କମିଟି ପଚରାଉଚରା କରିଛି । ସ୍ଥିତି ସ୍ୱାଭାବିକ ପାଇଁ ୪ ପ୍ରଫେସରଙ୍କୁ ନେଇ ଏକ ଟିମ୍ ଗଠନ ହୋଇଛି ଉକ୍ତ ଟିମ୍ ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ ।
Headlines 06- କଟକ STA ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ କେଜି ୧୦୦ ଗ୍ରାମ ସୁନା ସହିତ ୧୭ ଲକ୍ଷ ଠାବ କରିଥିଲା ଭିଜିଲାନ୍ସ ଟିମ୍ ।
Headlines 07- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା (ଡ.) ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ତାଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପଦେଷ୍ଟା ବା ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଛି । ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ରାଇରଙ୍ଗପୁର ସମେତ ମୟୂରଭଞ୍ଜ ଏବଂ ସମଗ୍ର ରାଜ୍ୟର ପ୍ରଥମ ମହିଳା ହେବାର ଗୌରବ ଲାଭ କରିଛନ୍ତି । ବିଜୟଲକ୍ଷ୍ମୀ ହେଉଛନ୍ତି ରାଇରଙ୍ଗପୁରର ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି ଓରଫ ନନ୍ଦିଆ ଭାଇ ଏବଂ ରାଇରଙ୍ଗପୁର ଉପଖଣ୍ଡର ପ୍ରଥମ ମହିଳା ଡାକ୍ତର ପି. ମାଣିକେଶ୍ୱରୀଙ୍କ କନ୍ୟା।
Headlines 08- ରାଜ୍ୟବାସୀଙ୍କ ନିକଟରେ ପହଞ୍ଚିବ ରାଜସ୍ୱ ସେବା। ଘରେ ବସି ଏଣିକି ପାଇପାରିବେ ଜମିଜମା ବାବଦୀୟ ପଟ୍ଟା ହେଉ ଅବା ଆୟଗତ ସରକାରୀ ଦସ୍ତାବିଜ ସବୁକିଛି ନିର୍ଭୁଲ ଭାବରେ ଲୋକଙ୍କ ନିକଟରେ ପହଞ୍ଚି ସେ ଦିଗରେ ରାଜ୍ୟ ସରକାର ଉଦ୍ୟମ ଆମ୍ଭ କରିଛନ୍ତି। ଏକ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଏବେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ ତହସିଲ୍ ଅଫିସ୍କୁ ବାରମ୍ବାର ଦଉଡ଼ୁଛନ୍ତି। ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି। ଲୋକ ଯେପରି ଏହି ସବୁ ସେବା ପାଇଁ ଆଉ ତହସିଲ ଅଫିସକୁ ଯିବେନି ଏବଂ ଘରେ ବସି ମୋବାଇଲ୍ରେ ଆବେଦନ କରିବା ସହ ସାର୍ଟିଫିକେଟ୍ ବି ଡାଉନଲୋଡ୍ କରିପାରିବେ ।
Headlines 09- ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ କରଗାଯିବ । ଛତିଶାନିଯୋଗର ପରାମର୍ଶକ୍ରମେ ୯ ମାର୍ଚ୍ଚ (ଫଗୁ ଦଶମୀ) ଠାରୁ ହୋଲି ଉତ୍ସବ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ । ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରହିବ ମରାମତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Headlines 10- ମାର୍ଚ୍ଚ ପ୍ରଥମ ସପ୍ତାହରୁ ମୁଣ୍ତଫଟା ତାତି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାତ୍ର ୨ ଦିନ ପରଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଅର୍ଥାତ୍ ରାଜ୍ୟର ସମସ୍ତ ଜିଲ୍ଲାର ତାପମାତ୍ରା ରବିବାର ଠୁ ବୃଦ୍ଧି ହେବ। ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ। ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।