)
Top 10 News Today
Headlines 01- ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ମୈଦାନରେ ବିଜେପି ଭୋଟ୍ ମାଗୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗୀନି ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି । ସନ୍ଧ୍ୟା ୪ଟା ପରେ ଲାଗୁ ହେବ ସାଇଲେନ୍ସ ପିରିୟଡ଼। ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
Headlines 02- ବିଜେଡିର ବେଇମାନ ଏବଂ ଭୋଟ ଚୋରି ପରି ଶବ୍ଦର ବ୍ୟବହାରକୁ ନିନ୍ଦା କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ୨୦୦୯ରେ କିଏ ନବୀନ ନିବାସରେ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କଲା ଏକଥା ରାଜ୍ୟବାସୀ ଜାଣିଛନ୍ତି । ବିଜେପି ଟଙ୍କାର ତିଆରି ହୋଇଛି ବିଜେଡି । ବିଜେଡିକୁ କାଉଣ୍ଟର କରିଛନ୍ତି ମନମୋହନ ସାମଲଙ୍କ ସହ ଜୟ ନାରାୟଣ ମିଶ୍ର ।
Headlines 03- ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୫.୪ ରହିଛି । ସମୁଦ୍ର ପତ୍ତନଠାରୁ ୯୦ କିମି ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ମଧ୍ୟାହ୍ନ ୧୨ଟା ୬ରେ ଭୂମିକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ମିଳିପାରି ନାହିଁ ।
Headlines 04- ନଭେମ୍ୱର ୧୩ରେ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଏକତା ଦୌଡ଼ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ନୀଳଗିରିଠାରୁ ମିତ୍ରପୁର ପର୍ଯ୍ୟନ୍ତ ଏକତା ପାଇଁ ହେବ ବିରାଟ ଗଣଦୌଡ଼ । ନୀଳଗିରି ପରେ ଭୋଗରାଇ ଓ ବାଲେଶ୍ୱର ସହରରେ ମଧ୍ୟ ଗଣଦୌଡ଼ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।
Headlines 05- ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହା ଲସ୍କର କମାଣ୍ଡର ସୈଫୁଲ୍ଲା ସୈଫଙ୍କ ଏକ ଭିଡିଓ ଦ୍ୱାରା ସୂଚନା ମିଳିଛି। ହାଫିଜ୍ ସଇଦ ବାଂଲାଦେଶ ଦେଇ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସୈଫୁଲ୍ଲାଙ୍କ ଭିଡିଓ ଅକ୍ଟୋବର ୩୦ ତାରିଖରେ ପାକିସ୍ତାନର ଖୈରପୁର ତାମିୱାଲିରେ ଆୟୋଜିତ ଏକ ରାଲିରୁ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଯୁବପିଢ଼ି ଏବଂ ପିଲାମାନଙ୍କୁ ଜିହାଦ ଏବଂ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସୁକାଇଥିଲେ।
Headlines 06- ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଭିନ୍ ସ୍ଥାନରେ IT ରେଡ୍ ହେଉଛି । ବିଜେଡି ନେତା ମନୋଜ ମିଶ୍ରଙ୍କ କୋମନା ବାସଭବନରେ ଆୟକର ଚଢାଉ କରିଛି । କୋମନା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ମନୋଜ ମିଶ୍ର, ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିବା ମନୋଜ ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ସେହିପରି ଖରିଆର ରୋଡ୍ରେ ବିଶିଷ୍ଟ ବ୍ୟବସାୟୀ ଅଙ୍କିତ ସିଂହାଣିଆଙ୍କ ଘରେ IT ରେଡ୍ ହୋଇଛି ।
Headlines 07- କଟକ କୋଠା ବଲକୋନୀ ଭୁଶୁଡିବା ପରେ ନଗର ଉନ୍ନୟନ ବିଭାଗ ବଡ଼ ପଦକ୍ଷେପ ନେଇଛନ୍ତି । ବେସରକାରୀ ତଥା ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ ଏବଂ ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।
Headlines 08- ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ପ୍ରତିଶ୍ରୁତି ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ନୂଆପଡ଼ାରେ ମେଡିକାଲ୍ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି ଏବଂ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ ବୋଲି ସେ କହିଛନ୍ତି । ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ ତାହା ସମସ୍ତେ ଦେଖିଲେଣି । ୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ମନମୋହନ । ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି ବୋଲି ବିଜେପି ସଭାପତି ସୂଚନା ଦେଇଛନ୍ତି ।
Headlines 09- ରୁଷ ୟୁକ୍ରେନ ବିରୁଦ୍ଧରେ ପୁଣି ଥରେ ବିମାନ ଆକ୍ରମଣ କରିଛି। ଗତକାଲି ଅର୍ଥାତ ଶନିବାର ରାତିରେ ରୁଷ ସେନା ୟୁକ୍ରେନ ଉପରେ ୪୫୦ରୁ ଅଧିକ ଡ୍ରୋନ୍ ଏବଂ ୪୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ବିମାନ ଆକ୍ରମଣରେ ସାତ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ୟୁକ୍ରେନର ଶକ୍ତି ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ରୁଷ କିଭ୍, ପୋଲ୍ଟାଭା ଏବଂ ଖାରକିଭ୍ ସହର ଉପରେ ଆକ୍ରମଣ କରିଛି। ୟୁକ୍ରେନୀୟ ସେନା ବିମାନ ଆକ୍ରମଣର ଜବାବ ଦେଇଛି ଏବଂ ମଝି ଆକାଶରେ ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିଥିବା ଦାବି କରିଛି।
Headlines 10- ରାଜ୍ୟରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି। ପାଗ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରି କହିଛି ଯେ ନଭେମ୍ବର ୧୪ ରୁ ୨୦ ତାରିଖ ମଧ୍ୟରେ ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏହି ସମୟ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ୍ କମ୍ ହୋଇପାରେ।