Advertisement
Article Detail0/zeeodisha/odisha2770189
Zee OdishaTop 10 NewsTop 10 News: ଏନ୍‌କାଉଣ୍ଟରରେ ୪ ହାର୍ଡକୋର୍ ମାଓବାଦୀ ନିହତ ସହ ଅନ୍ୟ ଅପଡେଟ୍

Top 10 News: ଏନ୍‌କାଉଣ୍ଟରରେ ୪ ହାର୍ଡକୋର୍ ମାଓବାଦୀ ନିହତ ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଏନ୍‌କାଉଣ୍ଟରରେ ୪ ହାର୍ଡକୋର୍ ମାଓବାଦୀ ନିହତ ସହ ଅନ୍ୟ ଅପଡେଟ୍

Top 10 News Today

Headlines 01- ପାକିସ୍ତାନର ଆଉ ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି । ଝଡ଼ତୋଫାନରେ ଫସିଥିବା ଭାରତୀୟ ବିମାନକୁ ସାହାଯ୍ୟ କରି ନଥିଲା ପାକିସ୍ତାନ । ନିଜ ଆକାଶ ମାର୍ଗ ବ୍ୟବହାରକୁ ପାକିସ୍ତାନ ଅନୁମତି ଦେଇନଥିବା DGCA ସ୍ପଷ୍ଟୀକରଣ କରିଛି । ନଗର ଇଣ୍ଡିଗୋ ବିମାନ ଯାଉଥିବା ସମୟରେ ହଠାତ ଝଡ଼ତୋଫାନ ହୋଇଥିଲା । ସେହି ସମୟରେ ପାକିସ୍ତାନ ଏୟାରସ୍ପେଶ୍‌ରେ ପ୍ରବେଶ ପାଇଁ ଅନୁମତି ମାଗିଥିଲେ ପାଇଲଟ୍ କିନ୍ତୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ପାକିସ୍ତାନ । ଏହାପରେ ପାଇଲଟ୍ ବାଧ୍ୟ ହୋଇ ଶ୍ରୀନଗର ATCକୁ ସାହାଯ୍ୟ ମାଗିଥିଲେ । ଘଟଣାର ତଦନ୍ତ କରାଯାଉଛି ବୋଲି ଡିଜିସିଏ କହିଛି ।

Headlines 02- ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଏନ୍‌କାଉଣ୍ଟରରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ମହାରାଷ୍ଟ୍ର-ଛତିଶଗଡ଼ ସୀମା କାୱାଣ୍ଡେ ନିକଟରେ ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି । ୩ଟି ରାଇଫଲ୍ ସହ ବିପୁଳ ବିସ୍ଫୋରକ ଜବତ କରିଛି ପୋଲିସ୍ ।

Add Zee News as a Preferred Source

Headlines 03- ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ବିଜ୍ଞାନ ଭବନରେ ବିଏସ୍ଏଫ୍‌ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ କହିଥିଲେ ଯେ, ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି । ବିଏସ୍‌ଏଫ୍ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢ଼ି ପାରିବନି ଏବଂ ଅପରେସନ ସିନ୍ଦୂର ଦ୍ବାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ । ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହୋଇଛି ବୋଲି ଗୃହମନ୍ତ୍ରୀ କହିଥିଲେ ।

Headlines 04- ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ । ଶନିବାର ଦିନ ନୀତି ଆୟୋଗ ବୈଠକରେ ଯୋଗଦେବେ ଏବଂ ୨୫ରେ ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । 

Headlines 05- ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ବର୍ତ୍ତମାନ ଦେଖାଯାଉଥିବା କୋଭିଡ୍‌ କେସକୁ ଲହର କୁହାଯାଇପାରିବ ନାହିଁ । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି । ମଝିରେ ମଝିରେ କୋଭିଡ୍‌ ହେଉଛି କିନ୍ତୁ କେହି ଗୁରୁତର ହେଉନାହାନ୍ତି । ଅକ୍ଟୋବର ଯାଏଁ ପଜିଟିଭ କେସ୍ ଆସୁଥିଲା ଏବେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା କୋଭିଡ୍‌ ନୁହେଁ । ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । କୋଭିଡ୍‌ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ତେଣୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ।

Headlines 06- ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଲାଗିବାକୁ ଯାଉଛି ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ଆଣ୍ଟିଡ୍ରୋନ୍ ଲାଗିବା ନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ପୋଲିସ ବିଭାଗ ସହ ଆଇନ୍ ବିଭାଗର ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଡ୍ରୋନ୍ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ ବୋଲି କୁହାଯାଇଛି । ଯଦି ଆବଶ୍ୟକ ପଡ଼େ ତେବେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ ବୋଲି ସୂଚନା ଦିଆଯାଇଛି ।

Headlines 07- ଏଥର ରଥଯାତ୍ରା ପାଇଁ ସରକାରୀ ସହାୟତା ମିଳିବ ବୋଲି ଘୋଷଣା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ପାଇଁ ସହାୟତା ରାଶି ମିଳିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆଇନ ବିଭାବ ପକ୍ଷରୁ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଛି । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ସହାୟତା ମିଳିବ । ଏନେଇ ଅନେକ ଆବେଦନ ଆସିଛି, ଯେଉଁମାନେ କରିନାହାନ୍ତି ସେ ସମ୍ପର୍କରେ ବିଚାର ହେବ ।

Headlines 08- ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Headlines 09- ନୀତା ଅମ୍ବାନୀଙ୍କ NMACC ମାଧ୍ୟମରେ ଆମେରିକାର ନ୍ୟୁୟର୍କ ସହରରେ ଆଉ ଏକ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଆୟୋଜିତ ହେବାକୁ ଯାଉଛି । NMACC ଇଣ୍ଡିଆ ୱିକେଣ୍ଡ ନାମକ ଏହି କାର୍ଯ୍ୟକ୍ରମ ନ୍ୟୁୟର୍କର ଲିଙ୍କନ୍ ସେଣ୍ଟରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ଫ୍ୟାଶନ୍ ଏବଂ ଭାରତୀୟ ସଂସ୍କୃତିର ଗାଥାକୁ ୩ଦିନ ପର୍ଯ୍ୟନ୍ତ ପ୍ରଦର୍ଶିତ କରାହେବ। ଏହା ଭାରତର ସାଂସ୍କୃତିକ ଐତିହ୍ୟ ଯେପରିକି କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାଶନ୍ ଏବଂ ଖାଦ୍ୟର ଏକ ବିଶ୍ୱସ୍ତରୀୟ ଉତ୍ସବ ହେବ।

Headlines 10- ବାଂଲାଦେଶୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ, ବିଜେଡି ଭୋଟ୍ ବ୍ୟାଙ୍କ୍ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି । ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରିଛି ତେଣୁ ବେଳ ଥାଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ।

About the Author